ଯମୁନାକୁ ନେଇ ହୀନ ରାଜନୀତି କରୁଛି ଆମ୍ ଆଦମୀ ପାର୍ଟି- ନରେନ୍ଦ୍ର ମୋଦି
ନୂଆଦିଲ୍ଲୀ, 29 ଜାନୁଆରି (ହି.ସ.)- ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିଲ୍ଲୀରେ ନିର୍ବାଚନ ଅଭିଯାନକୁ ଗତି ଦେଇ ଆଜି ଘୋଂଡା ବିଧାନସଭା କ୍ଷେତ୍ରର କରତାର ନଗରରେ ଜନସଭାକୁ ସଂବୋଧିତ କରିଛନ୍ତି । ସେ କହିଛନ୍ତି ଯେ,
ଯମୁନାକୁ ନେଇ ହୀନ    ରାଜନୀତି କରୁଛି ଆମ୍ ଆଦମୀ ପାର୍ଟି- ନରେନ୍ଦ୍ର ମୋଦି


ନୂଆଦିଲ୍ଲୀ, 29 ଜାନୁଆରି (ହି.ସ.)- ଭାରତୀୟ ଜନତା

ପାର୍ଟିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିଲ୍ଲୀରେ ନିର୍ବାଚନ

ଅଭିଯାନକୁ ଗତି ଦେଇ ଆଜି ଘୋଂଡା ବିଧାନସଭା କ୍ଷେତ୍ରର କରତାର ନଗରରେ ଜନସଭାକୁ ସଂବୋଧିତ

କରିଛନ୍ତି । ସେ କହିଛନ୍ତି ଯେ, ଦିଲ୍ଲୀବାସୀ ମନରେ ସ୍ଥିର କରିଛନ୍ତି ଆପ-ଦାରେ କାମ ହେବନି ।

ଏବେ ଲୁଟ ଓ ମିଛରେ କାମ ଚଳିବ ନାହିଁ । ଦିଲ୍ଲୀବାସୀ ଏବେ ରାଜ୍ୟରେ ଡବଲ ଇଂଜିନ ବିଜେପି ସରକାର

ଚାହୁଁଛନ୍ତି । ବିଜେପି ଗରିବଙ୍କ ପାଇଁ ଘର ନିର୍ମାଣ କରିବ, ଦିଲ୍ଲୀକୁ ଆଧୁନିକ କରିବ, ପ୍ରତି

ଘରେ ନଳ ଯୋଗେ ଜଳ ପହଂଚାଇବ, ଟ୍ୟାଙ୍କର ମାଫିଆଙ୍କ ଠାରୁ ମୁକ୍ତ କରିବ ।

ପ୍ରଧାନମନ୍ତ୍ରୀ ଆମ୍ ଆଦମୀ

ପାର୍ଟିକୁ ଯମୁନା ନଦୀର ପ୍ରସଙ୍ଗରେ ହୀନ ରାଜନୀତି କରିବାର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି

ଯେ, ଭୁଲକୁ କ୍ଷମା କରିବା ଭାରତୀୟଙ୍କ ଉଦାର ଚରିତ୍ର କିନ୍ତୁ ଜାଣିଶୁଣି, ବଡ ମନୋବୃତ୍ତିରେ

ପାକ କରୁଥିବା ଲୋକଙ୍କୁ ଦିଲ୍ଲୀ ଏବଂ ଦେଶବାସୀ କ୍ଷମା ଦେବେନି । ଆପ-ଦାର ଲୋକେ କହୁଛନ୍ତି

ହରିୟାଣା ଦିଲ୍ଲୀର ପାଣିରେ ବିଷ ମିଶାଉଛି । ଏହା ହରିୟାଣା ନୁହେଁ ବରଂ ଭାରତୀୟଙ୍କ ଅପମାନ ଅଟେ

। ଏଭଳି ହୀନ କଥା କହୁଥିବା ଲୋକଙ୍କୁ ଏଥର ଦିଲ୍ଲୀବାସୀ ଶିକ୍ଷା ଦେବେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande