ବଜେଟ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ, ସହଯୋଗ ପାଇଁ ସରକାରଙ୍କ ଅପିଲ
ନୂଆଦିଲ୍ଲୀ, 30 ଜାନୁଆରି (ହି.ସ.)- ସଂସଦର ବଜେଟ ଅଧିବେଶନର ଦିନକ ପୂର୍ବରୁ ଗୁରୁବାର ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ଡକାଯାଇଛି । ବୈଠକରେ ସରକାର ସମସ୍ତ ଦଳର ସହଯୋଗ ପାଇଁ ଅପିଲ କରିଛନ୍ତି । ବୈଠକରେ 36 ରାଜନୈତିକ ଦଳର 52ଜଣ ନେତା ସାମିଲ ହୋଇଥିଲେ । ବୈଠକ ପର
ବଜେଟ    ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ, ସହଯୋଗ ପାଇଁ ସରକାରଙ୍କ ଅପିଲ


ନୂଆଦିଲ୍ଲୀ, 30 ଜାନୁଆରି (ହି.ସ.)-

ସଂସଦର ବଜେଟ ଅଧିବେଶନର ଦିନକ ପୂର୍ବରୁ ଗୁରୁବାର ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ଡକାଯାଇଛି

। ବୈଠକରେ ସରକାର ସମସ୍ତ ଦଳର ସହଯୋଗ ପାଇଁ ଅପିଲ କରିଛନ୍ତି । ବୈଠକରେ 36 ରାଜନୈତିକ ଦଳର

52ଜଣ ନେତା ସାମିଲ ହୋଇଥିଲେ ।

ବୈଠକ ପରେ

କେନ୍ଦ୍ରୀୟ ସଂସଦୀୟ କାର୍ଯ୍ୟମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଯେ, ବର୍ଷର ପ୍ରଥମ ଅଧିବେଶନ

ହେବା କାରଣରୁ ରାଷ୍ଟ୍ରପତି ଦୁଇଟି ଗୃହର ମିଳିତ ଅଧିବେଶନକୁ ସଂବୋଧିତ କରିବ । ଏହାପରେ ଆର୍ଥିକ

ସର୍ଭେ ଉପସ୍ଥାପିତ କରାଯିବ । ଫେବୃୟାରୀ 1ରେ କେନ୍ଦ୍ରୀୟ ବଜେଟ ଆଗତ କରାଯିବ । ଏହାପରେ ରାଷ୍ଟ୍ରପତିଙ୍କ

ଅଭିଭାଷଣ ଓ ବଜେଟ ଉପରେ ଚର୍ଚ୍ଚା କରାଯିବ । ଆଲୋଚନାର ସମୟକୁ ନେଇ କାଲି ରାଜ୍ୟସଭା ଓ ଲୋକସଭା

ଅଧ୍ୟକ୍ଷ କାର୍ଯ୍ୟମନ୍ତ୍ରଣା କମିଟିର ବୈଠକ କରିବେ ଏବଂ ଏ ସଂପର୍କରେ ନିଷ୍ପତି ନିଆଯିବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande