ଶ୍ରୀନଗର, ୩୦ ଜାନୁଆରୀ (ହି.ସ.)- ଗୁଲମର୍ଗ ଏବଂ ପହଲଗାମ ଭଳି ପର୍ଯ୍ୟଟନ ସ୍ଥଳ ସହିତ କାଶ୍ମିର ଘାଟିର ଉଚ୍ଚ ଇଲାକାରେ ହାଲୁକା ବରଫପାତ ହୋଇଛି । ଯେତେବେଳେ କି କିଛି ସମତଳ ଅଂଚଳରେ ବର୍ଷା ହୋଇଛି । ଉତର କାଶ୍ମୀରର ସ୍କି ରିସୋର୍ଟ ଗୁଲମର୍ଗରେ ୨.୫ ସେମି ବରଫପାତ ଏବଂ ୩.୮ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଯେତେବେଳେ କି ଦକ୍ଷିଣ କାଶ୍ମିରର ପହଲଗାମରେ ରାତିସାରା ୨.୭ ସେମି ବରଫପାତ ଏବଂ ୧.୮ ମି.ମି. ବର୍ଷା ହୋଇଛି । ଆଗାମୀ ଦିନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ