ଲକ୍ଷ୍ନୌ, ୩୦ ଜାନୁଆରୀ (ହି.ସ.)- ମହାକୁମ୍ଭ ଦୁର୍ଘଟଣା ଉପରେ ଗଠିତ ନ୍ୟାୟିକ ଆୟୋଗ ଗୁରୁବାର ତା’ର କାର୍ଯ୍ୟ ଆରମ୍ଭ କରିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହାକୁମ୍ଭ ଦୁର୍ଘଟଣାର ତଦନ୍ତ ନିମନ୍ତେ ନ୍ୟାୟିକ ଆୟୋଗ ଗଠନ ନେଇ ଘୋଷଣା କରିଥିଲେ । ନ୍ୟାୟିକ ଆୟୋଗର କାର୍ଯ୍ୟାଳୟ ଲକ୍ଷ୍ନୌର ଜନପଥ ୧୦ ରେ ସ୍ଥାପନ କରାଯାଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ମହାକୁମ୍ଭ ଦୁର୍ଘଟଣାକୁ ନେଇ ବୁଧବାର ସଂନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେବା ସହିତ ତିନି ସଦସ୍ୟ ବିଶିଷ୍ଟ ନ୍ୟାୟିକ ଆୟୋଗର ଗଠନ କରିଥିଲେ । ଏହି ଆୟାଗର ଅଧ୍ୟକ୍ଷ ରହିଛନ୍ତି ଆଲାହାବାଦ ହାଇକୋର୍ଟର ପୂର୍ବତନ ବିଚାରପତି ହର୍ଷ କୁମାର । ଏବଂ ପୂର୍ବତନ ଡିଜିପି ବି.କେ. ଗୁପ୍ତା ଏବଂ ଅବସରପ୍ରାପ୍ତ ଆଇଏଏସ ଡି.କେ. ସିଂହ ଆୟୋଗରେ ସଦସ୍ୟ ରହିଛନ୍ତି । ଆୟୋଗ ସମୟ ସୀମା ମଧ୍ୟରେ ନିଜର ରିପୋର୍ଟ ପ୍ରଦାନ କରିବ । ମୁଖ୍ୟମନ୍ତ୍ରୀ ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ, ପୋଲିସ ମଧ୍ୟ ମାମଲାର ତଦନ୍ତ କରିବ ଏବଂ ଦୁର୍ଘଟଣାର କାରଣ ବାବଦରେ ଗଭୀର ଭାବେ ଛାନଭିନ୍ କରିବ । ସରକାରଙ୍କ ତରଫରୁ ଏହି ସୂଚନା ଦିଆଯାଇଛି । ଏହା ମଧ୍ୟ କୁହାଯାଇଛି ଯେ, ସାମ୍ବାଦିକ ମାନେ ମଧ୍ୟ ଆୟୋଗର କାର୍ଯ୍ୟାଳୟକୁ ଆସିପାରିବେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ