ଧାଡି ଶୃଙ୍ଖଳା ବଜାୟ ରଖିବାକୁ ଭକ୍ତମାନଙ୍କୁ ପରାମର୍ଶ
ବାରିକେଡ ଓ ନୌକା ସେତୁ ଭିତରେ ଧୈର୍ଯ୍ୟ ରଖି ଭିଡକୁ ଏଡାଇବାକୁ ପରାମର୍ଶ
ସମସ୍ୟା ଉପୁଜିଲେ ପୋଲିସର ସହଯୋଗ ନେବାକୁ ପରାମର୍ଶ
ପ୍ରୟାଗରାଜ , 29 ଜାନୁଆରୀ (ହି.ସ.) ମହାକୁମ୍ଭ ୨୦୨୫ ଅବସରରେ ପବିତ୍ର ମଉନି ଅମାବାସ୍ୟା ଅବସରରେ ପ୍ରୟାଗରାଜକୁ ବହୁ ଭକ୍ତଙ୍କ ସମାଗମ ହେବାରେ ଲାଗିଛି । ସେମାନଙ୍କର ସୁରକ୍ଷା ଓ ନିରପତ୍ତା ପାଇଁ ମେଳା ପ୍ରଶାସନ ସ୍ୱତନ୍ତ୍ର ଆୟୋଜନ କରିଛି । ଆପାତକାଳୀନ ସମୟରେ ଭକ୍ତମାନଙ୍କୁ ୨୪ ଘଂଟିଆ ସେବା ଯୋଗାଇବା ପାଇଁ ମେଳା ପୋଲିସ, ଟ୍ରାଫିକ ପୋଲିସ, ସ୍ୱତନ୍ତ୍ର ଡାକ୍ତର ମୁତୟନ ରହିଛନ୍ତି ।
ମହାକୁମ୍ଭ ନଗରର ବରିଷ୍ଠ ପୋଲିସ ଅଧୀକ୍ଷକ ରାଜେଶ ଦ୍ୱିବେଦୀଙ୍କ କହିବା ଅନୁସାରେ ମଉନି ଅମାବାସ୍ୟା ଅବସରରେ ଦ୍ୱିତୀୟ ଅମୃତ ସ୍ନାନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ଆୟୋଜନ ସରିଛି । କୌଣସି ଗୁଜବରେ ମଜ୍ଜି ନ ଯାଇ ନିଜକୁ ଯଥେଷ୍ଟ ନିରାପଦ ଦୂରତାରେ ରଖିବାକୁ ଭକ୍ତମାନଙ୍କୁ ପରାମର୍ଶ ଦିଆଯାଇଛି । ପୋଲିସ ସହ ସୁସମ୍ପର୍କ ରଖି ସମସ୍ୟା ମୁକାବିଲା କରିବାକୁ ପରାମର୍ଶ ଦିଆଯାଇଛି ।
ଭକ୍ତମାନଙ୍କୁ ୨୪ ଘଂଟିଆ ସେବା ଯୋଗାଇବା ପାଇଁ ପୋଲିସ ଓ ପ୍ରଶାସନ ସଜାଗ ରହିଥିବା ସୂଚନା ଦିଆଯାଇଛି ।
ସଙ୍ଗମ ଘାଟରେ ପହଂଚିବାକୁ ଉଦ୍ଦିଷ୍ଟ ରାସ୍ତା ବାଛିବାକୁ ପରାମର୍ଶ ଦିଆଯାଇଛି । ଗଙ୍ଗା ସ୍ନାନ ପାଇଁ ଯିବା ବେଳେ ନିଜ ଲାଇନରେ ଛିଡା ହୋଇ ଅଗ୍ରସର ହେବା ପାଇଁ ପରାମର୍ଶ ଦିଆଯାଇଛି । ଗାଧୁଆ ଓ ଦର୍ଶନ ପରେ ପାର୍କିଂ ସ୍ଥାନକୁ ସିଧା ସଳଖ ଯିବାକୁ କୁହାଯାଇଛି । ମନ୍ଦିର ପରିଦର୍ଶନ ବେଳେ ନିଜ ଲାଇନରେ ଛିଡା ହୋଇ ଲକ୍ଷ୍ୟସ୍ଥଳ ଆଡକୁ ଅଗ୍ରସର ହେବାକୁ ପରାମର୍ଶ ଦିଆଯାଇଛି । ଦରକାର ସମୟରେ ପୋଲିସ ସହାୟତା ନେବାକୁ ପରାମର୍ଶ ଦିଆଯାଇଛି । ସ୍ୱାସ୍ଥ୍ୟ ପ୍ରସଙ୍ଗରେ ନିକଟସ୍ଥ ସେକ୍ଟର ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ କୁହାଯାଇଛି । ବାରିକେଡରେ ଧୈର୍ଯ୍ୟର ସହ ଅପେକ୍ଷା କରି ଗହଳିକୁ ଏଡାଇବାକୁ କୁହାଯାଇଛି । ମାଟି ପାତ୍ର, ଝୋଟ ଓ ପେପର ନିର୍ମିତ କପ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ସବୁ ଘାଟ ସଙ୍ଗମ ଭିତରେ ଆସୁଥିବାରୁ ପହଂଚିଥିବା ଘାଟରେ ସ୍ନାନ କରାଯାଇପାରେ ବୋଲି ପରାମର୍ଶ ଦିଆଯାଇଛି ।
ବଡ ବଡ ମେଳି କରି ଭକ୍ତମାନେ କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରହିପାରିବେ ନାହିଁ । ପହଂଚିବା ବା ଯିବା ସମୟରେ ଭକ୍ତମାନେ ପରସ୍ପରକୁ ମୁଲାକାତ କରିପାରିବେ ନାହିଁ । ମେଳାରେ ପ୍ରଚାରିତ ଗୁଜବକୁ ବିଶ୍ୱାସକୁ ନେବେ ନାହିଁ ବୋଲି କୁହାଯାଇଛି । ସୋସିଆଲ ମଡିଆରେ ପ୍ରସାରିତ କୌଣସି ଗୁଜବକୁ ବି ବିଶ୍ୱାସକୁ ନେବେ ନାହିଁ ବୋଲି ପରାମର୍ଶ ଦିଆଯାଇଛି । ମନ୍ଦିର ପରିଦର୍ଶନ ବେଳେ କୌଣସି କ୍ଷିପ୍ରତା ଦେଖାଇବେ ନାହିଁ ବୋଲି ବି ଆଡଭାଇଜରିରେ କୁହାଯାଇଛି । କୌଣସି ରୁଟକୁ ବ୍ଲକ ନକରି ରାସ୍ତା ମଝିରେ ଅଟକି ନ ଯିବାକୁ ବି ପରାମର୍ଶ ଦିଆଯାଇଛି । ବ୍ୟବସ୍ଥା କିମ୍ବା ସେବା ଉପରେ କୌଣସି ଗୁଜବ ଉପରେ ବି ବିଶ୍ୱାସ କରିବା ଉଚିତ ନୁହେଁ ବୋଲି କୁହାଯାଇଛି । ପ୍ଲାଷ୍ଟିକ ବ୍ୟାଗ ଓ ପାତ୍ର ବ୍ୟବହାର ନକରିବାକୁ କୁହାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ