ଭୁବନେଶ୍ୱର, 28 ଜାନୁଆରି (ହି.ସ.)- ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ
ଏୟାରପୋର୍ଟ ପ୍ରଶାସନ ମହାକୁମ୍ଭ ମେଳାକୁ ଦୃଷ୍ଟିରେ ରଖି ପ୍ରୟାଗରାଜ ପାଇଁ ସ୍ୱତନ୍ତ୍ର ବିମାନ
ସେବା ଆରମ୍ଭ କରିଛନ୍ତି । ମହାକୁମ୍ଭ ମେଳାରେ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ଏହି ନିଷ୍ପତି
ନିଆଯାଇଛି ।
ଭୁବନେଶ୍ୱରରୁ ମହାକୁମ୍ଭ ମେଳା ପାଇଁ ସ୍ୱତନ୍ତ୍ର ଉଡାଣ ପ୍ରତି
ବୁଧବାର ବିଜ ପଟ୍ଟନାୟକ ଏୟାରପୋର୍ଟରୁ ବାହାରିବ । ଏବେ ଭୁବନେଶ୍ୱରରୁ ପ୍ରୟାଗରାଜ ପାଇଁ
ଚାରିଟି ସପ୍ତାହିକ ଉଡାଣ ରହିଛି । କାଲିଠାରୁ ଉଡାଣ ସଂଖ୍ୟା ବୃଦ୍ଧି ପାଇଁ ପାଂଚ ହେବ । ତେବେ
ମହାକୁମ୍ଭ ପରେ ବିଶେଷ ଉଡାଣ ଜାରି ରଖିବା ନେଇ ଚୂଡାନ୍ତ ନିଷ୍ପତି ଯାତ୍ରୀଙ୍କ ଭିଡକୁ ଦେଖି
ନିଆଯିବ ।
ବିଜୁ ପଟ୍ଟନାୟକ ଏୟାରେପାର୍ଟର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ
କହିଛନ୍ତି ଯେ, ଭୁବନେଶ୍ୱରରୁ ପ୍ରୟାଗରାଜ ପାଇଁ ଚାରୋଟି ସପ୍ତାହିକ ଉଡାଣ ରହିଛି ଏବଂ
ମହାକୁମ୍ଭର ଭିଡକୁ ଦେଖି ସରକାର ସ୍ୱତନ୍ତ୍ର ବିମାନ ପାଇଁ ଦାବି କରିଥିଲେ । ଏଲାୟନ୍ସ ଏୟାର
ସହିତ ଆଲୋଚନା ପରେ ଆମେ ବୁଧବାର ଆଉ ଏକ ସାପ୍ତାହିକ ଉଡାଣ ଆରମ୍ଭ କରୁଛି । ଏହା 72 ସିଟ
ବିଶିଷ୍ଟ ବିମାନ ଅଟେ ।
ସେ କହିଛନ୍ତି ଯେ, ଏବେ ଭୁବନେଶ୍ୱର ଓ ପ୍ରୟାଗରାଜ ମଧ୍ୟରେ ଚାରୋଟି
72 ସିଟ ବିଶିଷ୍ଟ ବିମାନ ଚାଲୁଛି । ଏଥିପାଇଁ ଭବିଷ୍ୟତରେ ମହାକୁମ୍ଭ ପରେ ବିଶେଷ ଉଡାଣକୁ ଜାରି
ରଖିବାର ନିଷ୍ପତି ଯାତ୍ରୀଙ୍କ ସଂଖ୍ୟା ଉପରେ ନିର୍ଭର କରିବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା