କାଠମାଣ୍ଡୁ, ୨୩ ନଭେମ୍ବର (ହି.ସ.)- ସାଟେଲାଇଟ୍ ଜରିଆରେ ସାରା ବିଶ୍ୱରେ ଇଂଟରନେଟ୍ ସେବା ଉପଲବ୍ଧ କରାଇବା ନେଇ ଯୋଜନାରେ ରହିଥିବା ଏଲନ ମସ୍କ ନେପାଳରେ ମଧ୍ୟ ଏହାର ସଂଚାଳନର ପ୍ରୟାସ ଆରମ୍ଭ କରିଛନ୍ତି । ଏଥି ନିମନ୍ତେ ମସ୍କ ନିଜେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସହିତ କଥା ହୋଇଛନ୍ତି । ଏଲନ ମସ୍କ ଶୁକ୍ରବାର ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସହିତ ଭିଡ଼ିଓ କନଫରେନ୍ସିଂ ଜରିଆରେ ଏ ବିଷୟରେ କଥା ହୋଇଛନ୍ତି । ଏ ବିଷୟରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏକ୍ସ ରେ କହିଛନ୍ତି ଯେ, ଏଲନ ମସ୍କ ଏବଂ ତାଙ୍କ ମଧ୍ୟରେ ନେପାଳରେ ଷ୍ଟାରଲିଙ୍କ ଜରିଆରେ ଇଂଟରନେଟ୍ ସୁବିଧା ଉପଲବ୍ଧ କରାଇବା ନେଇ କଥାବାର୍ତା ହୋଇଛି । ଶ୍ରୀ ଓଲି କହିଛନ୍ତି ଯେ, ଷ୍ଟାରଲିଙ୍କ୍ ଜରିଆରେ ସାରା ବିଶ୍ୱରେ ଇଂଟରନେଟ ସୁବିଧା ପ୍ରଦାନ କରାଇବାକୁ ଥିବା ଏଲନ ମସ୍କ ଙ୍କ ଟିମ୍ ନେପାଳରେ ଷ୍ଟାରଲିଙ୍କ୍ ର ପ୍ରୟୋଗର ଡେମୋ ମଧ୍ୟ ଦେଖାଇଛନ୍ତି । ନେପାଳରେ ଷ୍ଟାରଲିଙ୍କ୍ ର ପ୍ରୟୋଗର ଅନୁମତି ଦେବାକୁ ମସ୍କ ଶ୍ରୀ ଓଲିଙ୍କୁ ନିବେଦନ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ