ରାୱଲପିଣ୍ଡି, ୧୯ ଡିସେମ୍ବର (ହି.ସ.)- ପାକିସ୍ତାନ ସୁରକ୍ଷା ବଳ ପଖତୁନଖ୍ୱାରେ ତିନି ପୃଥକ୍ ପୃଥକ୍ ଅଭିଯାନରେ ୧୧ ଖ୍ୱାରିଜ (ଆତଙ୍କବାଦୀ)ଙ୍କୁ ନିପାତ କରିଛି । ଏଆରୱାଇ ନ୍ୟୁଜ ନିଜ ଖବରରେ ପାକିସ୍ତାନ ସଶସ୍ତ୍ର ବଳର ମିଡ଼ିଆ ଶାଖା ଇଂଟର ସର୍ଭିସେସ୍ ପବ୍ଲିକ ରିଲେସନ୍ସ(ଆଇଏସପିଆର) ସୂତ୍ରରୁ ଏହି ସୂଚନା ଦେଇଛି ।
ଆଇଏସପିଆର ଅନୁସାରେ, ଖ୍ୱାରିଜଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ଟୈଙ୍କ ଜିଲ୍ଲାରେ ସୁରକ୍ଷା ବଳ ଏକ ଗୁଇନ୍ଦା ଆଧାରିତ ଅପରେସନ୍ ଚଳାଇଥିଲା । ଏହି ସମୟରେ ସୈନିକ ମାନେ ଆତଙ୍କବାଦୀଙ୍କ ଆଡ୍ଡା ଉପରେ କବ୍ଚା କରିବା ସହ ୭ ଖ୍ୱାରିଜଙ୍କୁ ନିପାତ କରିଥିଲେ ।
ସେହିପରି ଅନ୍ୟ ଏକ ଗୁଇନ୍ଦା ଆଧାରିତ ଅପରେସନ୍ ଉତର ବଜିରିସ୍ତାନ ଜିଲ୍ଲାର ଦତା ଖେଲରେ ଚାଲିଥିଲା । ଏଠାରେ ସୁରକ୍ଷାବଳ ୨ ଜଣ ଖ୍ୱାରିଜଙ୍କୁ ଗୁଳି କରି ମାରିଥିଲେ । ଅନୁରୂପ ଭାବେ ମହମ୍ମଦ ଜିଲ୍ଲାର ମମଦ ଗତରେ ଦୁଇ ଖ୍ୱାରିଜଙ୍କୁ ମାରିଛନ୍ତି । ଆଇଏସପିଆର ର ସୂଚନା ଅନୁସାରେ, ଆତଙ୍କବାଦୀଙ୍କ ଆଡ୍ଡାରୁ ଅସ୍ତ୍ରଶସ୍ତ୍ର ଏବଂ ଗୋଳା ବାରୁଦ ମଧ୍ୟ ଜବତ ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ