ନେପାଳ-ଭାରତ ମଧ୍ୟରେ ବାଣିଜ୍ୟ ସଚିବସ୍ତରିୟ କଥାବାର୍ତା ୯-୧୦ ଜାନୁଆରୀରେ କାଠମାଣ୍ଡୁରେ
କାଠମାଣ୍ଡୁ, ୧୫ ଡିସେମ୍ବର (ହି.ସ.)- ନେପାଳ ଏବଂ ଭାରତ ମଧ୍ୟରେ ବାଣିଜ୍ୟ ସଚିବ ସ୍ତରର ବାର୍ଷିକ ବୈଠକ କାଠମାଣ୍ଡୁରେ ହେବାକୁ ଯାଉଛି । ନେପାଳ-ଭାରତ ବ୍ୟବସାୟ ଏବଂ ପରିବହନ ଅର୍ନ୍ତ - ସରକାରୀ କମିଟି(ଆଇଜିସି)ର ନାମରେ ହେବାକୁ ଥିବା ଏହି ବାର୍ଷିକ ବୈଠକ ଜାନୁଆରୀ ୯ ଓ ୧୦ ତାରିଖରେ ହେବାକୁ ସ୍ଥିର ହୋଇଛି
ନେପାଳ-ଭାରତ ମଧ୍ୟରେ ବାଣିଜ୍ୟ ସଚିବସ୍ତରିୟ କଥାବାର୍ତା ୯-୧୦ ଜାନୁଆରୀରେ କାଠମାଣ୍ଡୁରେ


କାଠମାଣ୍ଡୁ, ୧୫ ଡିସେମ୍ବର (ହି.ସ.)- ନେପାଳ ଏବଂ ଭାରତ ମଧ୍ୟରେ ବାଣିଜ୍ୟ ସଚିବ ସ୍ତରର ବାର୍ଷିକ ବୈଠକ କାଠମାଣ୍ଡୁରେ ହେବାକୁ ଯାଉଛି । ନେପାଳ-ଭାରତ ବ୍ୟବସାୟ ଏବଂ ପରିବହନ ଅର୍ନ୍ତ - ସରକାରୀ କମିଟି(ଆଇଜିସି)ର ନାମରେ ହେବାକୁ ଥିବା ଏହି ବାର୍ଷିକ ବୈଠକ ଜାନୁଆରୀ ୯ ଓ ୧୦ ତାରିଖରେ ହେବାକୁ ସ୍ଥିର ହୋଇଛି ।

ନେପାଳ ବାଣିଜ୍ୟ ମନ୍ତ୍ରାଳୟର ମୁଖପାତ୍ର ବାବୁରାମ ଅଧିକାରୀ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସଚିବ ସ୍ତରର ଆଇଜିସି ବୈଠକ ଗତ ଥର ଦିଲ୍ଲୀରେ ହୋଇଥିବାରୁ ଚଳିତ ଥର କାଠମାଣ୍ଡୁରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି ।

ମନ୍ତ୍ରାଳୟର ମୁଖପାତ୍ର ଅଧିକାରୀ କହିଛନ୍ତି ଯେ, ଆଇଜିସିର ବୈଠକରେ ମୁଖ୍ୟତଃ ବ୍ୟାପାର, ପରିବହନ ଏବଂ ନିବେଶ ଉପରେ କେନ୍ଦ୍ରିତ ଏଜେଣ୍ଡା ଉପରେ ଆଲୋଚନା ହେବ । ନେପାଳ ପକ୍ଷରୁ ବାଣିଜ୍ୟିକ ଚୁକ୍ତିରେ ସଂଶୋଧନ ଉପରେ ଗୁରୁତ୍ୱାରୋପ କରାଯାଉଛି । ସେହିପରି ଗମନାଗମନ ଚୁକ୍ତିର ପ୍ରୋଟୋକଲରେ ଅଧିକ ସ୍ପଷ୍ଟତା ଏବଂ ସଂଶୋଧନର ଏଜେଣ୍ଡା ମଧ୍ୟ ସମାବେଶ କରାଯିବା ନେଇ ସୂଚନା ଦେଇଛନ୍ତି ମୁଖପାତ୍ର ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande