ଭଦ୍ରକ, ୨୪ ନଭେମ୍ବର (ହି.ସ.) - ଏହି ଜିଲାର ଧାମରା ଥାନା ନିକଟରେ ଥିବା ଚନ୍ଦନୀପାଳ ଅଂଚଳରେ ଛତୁ ଫୁଟିଲା ଭଳି କବାଡିଆ ଦୋକାନ ମାନ ବଢିବାରେ ଲାଗିଛି। ଫଳରେ କେବଳ ସ୍ଥାନୀୟ ଅଂଚଳ ନୁହେଁ କେନ୍ଦ୍ରାପଡା ଜିଲ୍ଲାର ତାଳଚୁଆ, ନଳିତାପାଟିଆ ଅଂଚଳରୁ ବହୁ ଚୋରା ସାମଗ୍ରୀ ଆସି ଚନ୍ଦନୀପାଳ ଠାରେ ଥିବା କବଡିଆ ଦୋକାନରେ ବିକ୍ରି ହେଉଛି। କିଛି ଦିନ ପୂର୍ବେ ଏହି କବାଡିଆ ଦୋକାନୀ ଏହି ଅଂଚଳରୁ ବହୁ ଚୋରା ସାମଗ୍ରୀ କିଣୁଥିବା ନେଇ ଅଭିଯୋଗ ହୋଇଥିଲା । ପରେ ଧାମରା ଥାନାଧିକାରୀ ଏହି ଅଭିଯୋଗ ମୂଳେ ତଦନ୍ତ କରିବାକୁ ଆସି ସଂପୃକ୍ତ କବାଡିଆ ଦୋକାନରେ ପହଂଚିଥିଲେ। ମାତ୍ର ସଂପୃକ୍ତ କବାଡିଆ ଦୋକାନୀ ସମସ୍ତ ଚୋରା ସାମଗ୍ରୀ ନେଇ ଫେରାର ହୋଇ ଯାଇଥିଲା । ପୁନଶ୍ଚ ସଂପୃକ୍ତ କବାଡିଆ ଦୋକାନୀ ନିଜର ବେପାର ଆରମ୍ଭ କରି ଚନ୍ଦନୀପାଳ ଠାରେ ଥିବା ପ୍ରତିରକ୍ଷା ଘାଟି,କେନ୍ଦ୍ରପଡା ଜିଲ୍ଲାର ବହୁ ଅଂଚଳରୁ ଚୋରା ସାମଗ୍ରୀ ବୋଟ ମାଧ୍ୟମରେ ଆଣି କୋଲକାତା ଏବଂ କାନ୍ଥି ପଠାଉଥିବା ଅଭିଯୋଗ ହୋଇଛି। ନିକଟରେ ସଂପୃକ୍ତ କବାଡିଆ ଦୋକାନୀ କେନ୍ଦ୍ରାପଡା ଜି୍ଲାର ଏକ ବାଇକ ଏବଂ କିଛି ଆସବାବ ପତ୍ର ଚୋରାରେ କିଣୁଥିବା ବେଳେ ଖବର ପାଇ ଆସି ସଂପୃକ୍ତ ବାଇକ ମାଲିକ ନିଜର ବାଇକ ଏବଂ ସମସ୍ତ ଆସବାବପତ୍ର ଏଠାରୁ ନେଇ ଯାଇଥିଲେ। ସଂପୃକ୍ତ କବାଡିଆ ମାଲିକ ବହୁତ ଚୋରା ବେପାରୀଙ୍କ ସହ ସମ୍ପର୍କ ରଖି ଗ୍ୟାସ ସିଲିଣ୍ଡର ଠାରୁ ଆରମ୍ଭ କରି ଧାମରା ବନ୍ଦର ର ନିର୍ମାଣକାର୍ଯ୍ୟ ଚାଲିଥିବା ବେଳେ ବହୁ ନିର୍ମାଣଧୀନ କମ୍ପାନୀଙ୍କ ଲୁହା ସାମଗ୍ରୀ ଚୋରାରେ ଏହି କବାଡିଆ ଦୋକାନୀ କିଣି ରାତି ଅଧିଆ ବାହାର ରାଜ୍ୟକୁ ଚାଲାଣ କରୁଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ସହ ଧାମରା ପୁଲିସ ପ୍ରଶାସନ ସଜାଗ ହେବା ଜରୁରୀ ନଚେତ ଆଗାମୀ ଦିନରେ ଚନ୍ଦନୀପାଳ ଅଂଚଳରେ କବାଡିଆ ଦୋକାନୀ ବିରୁଦ୍ଧରେ ଅଂଚଳବାସୀ ଭଦ୍ରକ ଏସ ପିଙ୍କ ପାଖରେ ଫେରାଦ ହେବେ ।
ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ