ଜୟପୁର ନଭେମ୍ବର (ହି.ସ.)ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ସଂସ୍କୃତ ବିଭାଗର ପକ୍ଷରୁ ଆୟୋଜିତ ସଂସ୍କୃତ ସଂଭାଷଣ ଶିବିରର ସମାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହର ଅଧ୍ୟକ୍ଷତା ବିଶ୍ବବିଦ୍ୟାଳୟର କାର୍ଯ୍ୟକାରୀ ଉପକୁଳପତି ତଥା କାର୍ଯ୍ୟକାରୀ କୁଳସଚିବ ତଥା ଭାଷା ବିଭାଗର ଅଧ୍ୟକ୍ଷ ଓ ସଂସ୍କୃତ ବିଭାଗର ମୁଖ୍ୟ ପ୍ରଫେସର ନରସିଂହ ଚରଣ ପଣ୍ଡା କରିଥିଲେ । ହିନ୍ଦୀ ବିଭାଗର ମୁଖ୍ୟ ଅଧ୍ୟାପକ ଡ଼କ୍ଟର ଚକ୍ରଧର ପ୍ରଧାନ ବିଶିଷ୍ଟ ଅତିଥି ଭାବେ ସମାରୋହରେ ଅଭିଭାଷଣ ପ୍ରଦାନ କରି ଥିଲେ।
ଏହି ସମାରୋହରେ ସଂସ୍କୃତ ବିଭାଗର ଅଧ୍ୟାପକ ଡ଼କ୍ଟର ସଞ୍ଜୀବ ସରକାର, ଡ଼କ୍ଟର ନବୀନ କୁମାର ପ୍ରଧାନ, ଡ଼କ୍ଟର ଦେବାଶିଷ କର୍ମକାର ଓ ଶ୍ରୀମାନ ସତ୍ୟବ୍ରତ ମିଶ୍ର ଉପସ୍ଥିତ ଥିଲେ। କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ, ନୂଆଦିଲ୍ଲୀର ସଂସ୍କୃତ ସଂଭାଷଣ କେନ୍ଦ୍ରର ନିର୍ଦ୍ଦେଶିକା ଶ୍ରୀମତୀ ବର୍ଣାଳୀ ପ୍ରମାଣିକ ମଧ୍ୟ ସମାରୋହରେ ଉପସ୍ଥିତ ଥିଲେ।
ଦୀପ ପ୍ରଜ୍ୱଳନ ଓ ବେଦ ପାଠ ସହ ଏହି ସମାରୋହର ଶୁଭାରମ୍ଭ ହୋଇଥିଲା । ଡ଼କ୍ଟର ଦେବାଶିଷ କର୍ମକାର ସ୍ଵାଗତ ଭାଷଣ ପ୍ରଦାନ କରି ଅତିଥିମାନଙ୍କୁ ସ୍ବାଗତ କରିଥିଲେ। ଏହା ପରେ ଶ୍ରୀମତୀ ବର୍ଣାଳୀ ପ୍ରମାଣିକ ସଂସ୍କୃତ ସଂଭାଷଣ କେନ୍ଦ୍ରର ତରଫରୁ ସାଧାରଣ ଲୋକଙ୍କ ପାଇଁ ସଂସ୍କୃତ ସଂଭାଷଣର ତାଲିମ ସର୍ଟିଫିକେଟ କୋର୍ସ ଆରମ୍ଭର ସୂଚନା ଦେଇଥିଲେ।
ଶ୍ରୀମାନ ସତ୍ୟବ୍ରତ ମିଶ୍ର ସଂସ୍କୃତ ସଂଭାଷଣର ଗୁରୁତ୍ବ ବ୍ୟାକରଣ ଭିତ୍ତିକ ଭାବରେ ବ୍ୟାଖ୍ୟା କରିଥିଲେ। ପ୍ରଫେସର ନରସିଂହ ଚରଣ ପଣ୍ଡା ବିଜ୍ଞାନ ଓ ଅନ୍ୟାନ୍ୟ କ୍ଷେତ୍ରରେ ସଂସ୍କୃତର ମହତ୍ତ୍ଵ ବ୍ୟାଖ୍ୟା କରି ଛାତ୍ରଛାତ୍ରୀଙ୍କୁ ସଂସ୍କୃତରେ ଆଳୋଚନା କରିବାକୁ ପରାମର୍ଶ ଦେଇଥିଲେ।
ଏହା ପରେ ମୁଖ୍ୟ ଅତିଥି ଡ଼କ୍ଟର ଚକ୍ରଧର ପ୍ରଧାନ ସମାରୋହରେ ଅଭିଭାଷଣ ପ୍ରଦାନ କରି ଥିଲେ। ସମାରୋହର ଶେଷରେ ଡ଼କ୍ଟର ସଞ୍ଜୀବ ସରକାର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମାରୋହରେ ବିଶ୍ବବିଦ୍ୟାଳୟର ଅନ୍ୟାନ୍ୟ ବିଭାଗର ଅଧ୍ୟାପକ ଡ଼କ୍ଟର ସଂଜୟ କୁମାର ପ୍ରଧାନ, ଡ଼କ୍ଟର ମଞ୍ଜୁ ଓ ଡ଼କ୍ଟର ମନୋଜ ସିଂହ ମଧ୍ୟ ଉପସ୍ଥିତ ଥିଲେ ବୋଲି ବିଶ୍ବବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଡ଼କ୍ଟର ଫଗୁନାଥ ଭୋଇ ସୂଚନା ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ପବନ