ଧାମନଗରରେ ବାଲି ଚୋରୀ ଆରମ୍ଭ, ବାଲି ଦଲାଲ ସକ୍ରିୟ, ବର୍ଷା ଋତୁ ଯିବା ପରେ ବୈତରଣୀରୁ ଆରମ୍ଭ ହୋଇଗଲା ବାଲି ଚୋରି
ଭଦ୍ରକ, ୨୪ ନଭେମ୍ବର (ହି.ସ.) - ଏହି ଜିଲାର ଧାମନଗର ତହସିଲ ଅଧିନରେ ବିଭିନ୍ନ ନଦୀ ରୁ ଏବେ ବାଲି ଚୋରୀ ଆରମ୍ୱ ହୋଇ ଗଲାଣି । ବାଲି ଦଲାଲ ବି ସକ୍ରିୟ ହୋଇ ଗଲେଣି । ରାଜସ୍ୱ ବି ହରାଉଛି ସରକାର।ବର୍ଷା ଋତୁ ଯିବା ପରେ ଧାମନଗର ତହସିଲ ଅଧିନ ଆନନ୍ଦପୁର ପଞ୍ଚାୟତ ସୀମା ବୁଢ଼ା ମହାଦେବ ପାଖରେ ବୈତରଣୀ ନଦୀରୁ
DHAMNAGAR RE BALI CHORI ARAMBHA


ଭଦ୍ରକ, ୨୪ ନଭେମ୍ବର (ହି.ସ.) - ଏହି ଜିଲାର ଧାମନଗର ତହସିଲ ଅଧିନରେ ବିଭିନ୍ନ ନଦୀ ରୁ ଏବେ ବାଲି ଚୋରୀ ଆରମ୍ୱ ହୋଇ ଗଲାଣି । ବାଲି ଦଲାଲ ବି ସକ୍ରିୟ ହୋଇ ଗଲେଣି । ରାଜସ୍ୱ ବି ହରାଉଛି ସରକାର।ବର୍ଷା ଋତୁ ଯିବା ପରେ ଧାମନଗର ତହସିଲ ଅଧିନ ଆନନ୍ଦପୁର ପଞ୍ଚାୟତ ସୀମା ବୁଢ଼ା ମହାଦେବ ପାଖରେ ବୈତରଣୀ ନଦୀରୁ ବାଲି ଏବେ ଚୋରି ଆରମ୍ଭ ହୋଇଯାଇଛି। ୧୫ ରୁ ଅଧିକ ଗାଡ଼ି ମାଲିକ ମିଳିତ ଭାବେ ଗଢ଼ା କରି ବାଲି ଉଠାଉଛନ୍ତି। ରାତି ବେଳା ବାବୁସାହି ର ଜଣେ ଗାଡ଼ି ମାଲିକ ନିଜ ଡୋଜର ରେ ଏହି ଘାଟରେ ପଶି ବାଲି ଠୁଳ କରୁଛି। ବିଳମ୍ବିତ ରାତି ରୁ ଅନ୍ୟ ଗାଡ଼ି ମାଲିକମାନେ ନିଜ ନିଜ ଟ୍ରାକ୍ଟର ଓ ମିନି ଟ୍ରକରେ ବାଲି ବୋହୁଛନ୍ତି। ନଭେମ୍ବର ୧୭ ତାରିଖ ରବିବାର ଠାରୁ ବାଲି ଚୋରି ଆରମ୍ଭ ହୋଇଛି। ପ୍ରତ୍ୟେକ ଦିନ ଜଣେ ଟ୍ରାକ୍ଟର ମାଲିକ ନିଜ ଟ୍ରାକ୍ଟର ରେ ୫ ଟ୍ରିପ ବାଲି ଚୋରି କରୁଛନ୍ତି। ନଈରୁ ବାଲି ଆଣି ନିଜ ନିଜ ବାଡ଼ିରେ ଓ ନଦୀବନ୍ଧରେ ଷ୍ଟକ କରୁଛନ୍ତି। ଆଉ କେହି କେହି ବରାଦ ଅନୁସାରେ ବାଲି ବିକ୍ରି କରୁଛନ୍ତି। ନଦୀ ରେପାଣି ଶୁଖିନଥିଲେ ବି ଗାଡ଼ି ମାଲିକ ଡୋଜର ପୂରାଇ ବାଲି ଠୁଳ କରୁଛନ୍ତି। ସେ ବାବଦରେ ଗୋଟିଏ ଟ୍ରିପକୁ ସେ ୧୦୦ ଟଙ୍କା ନେଉଛନ୍ତି। ତା ପରେ ଲୋଡ଼ିଂ କରିଦେଲେ ଆଉ ୧୦୦ ଟଙ୍କା ନେଉଛନ୍ତି ସଂପୃକ୍ତ ଡୋଜର ମାଲିକ। ଚୋରାରେ ବାଲି ଚାଲାଣ ହେଉଥିବାରୁ ସରକାରଙ୍କୁ କୌଣସି ପ୍ରକାର ରୟାଲଟି ଦେବାକୁ ପଡୁନାହିଁ। ଏଣୁ ଟ୍ରାକ୍ଟର ମାଲିକମାନେ ଏହି ବାଲିକୁ ଟ୍ରିପ ପିଛା ୧୪୦୦ରୁ ୧୫୦୦ ଟଙ୍କାରେ ବିକ୍ରି କରି ମାଲେମାଲ ହେଉଛନ୍ତି। ସେପଟେ ସୀମା ବିବାଦ ଥିବାରୁ ଗାଡ଼ି ମାଲିକଙ୍କୁ ଏହା ସୁହାଉଛି। ସେପଟେ ବାଲି ନିଲାମ ତହସିଲ ହାତରେ ନଥିବାରୁ ଦୁଇ ତହସିଲର ତହସିଲଦାର କି ଅଧିକାରୀ ଚୁପ୍ ରହୁଛନ୍ତି। ଧାମନଗର ତହସିଲର ସୋଧ ରାଜସ୍ୱ ନିରୀକ୍ଷକ ଚୁପ୍‌। ସେପଟେ ଭଣ୍ଡାରିପୋଖରୀ ତହସିଲର ମାଳଦା ରାଜସ୍ୱ ନିରୀକ୍ଷକ ବି ଚୁପ୍‌। ସରକାରୀ ନିୟମ ଅନୁସାରେ, ବାଲି ଚୋରି ରୋକିବାର କ୍ଷମତା ତହସିଲଦାର ଓ ଥାନା ପାଖରେ ଅଛି। ହେଲେ ରାଜନୈତିକ ଚାପ ଓ ଶାସକ ଦଳର କର୍ମୀଙ୍କ ପ୍ରେସ ଆଗରେ ଏମାନେ ସବୁ ନିରବ ରହୁଥିବା ଅଭିଯୋଗ ହୋଇଛି। ତେବେ ଏନେଇ ଧାମନଗର ତହସିଲଦାର ଦୀପକ ଦାସଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ବାଲି ଚୋରିର ଅଭିଯୋଗ ହୋଇନି। ଅଭିଯୋଗ ହେଲେ ଖଣି ବିଭାଗକୁ ଜଣାଇ ପଦକ୍ଷେପ ନିଆଯିବ।

ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande