କୋରେଇ, ୨୭ ନଭେମ୍ବର (ହି.ସ.) - କୋରେଇ ବ୍ଲକ ଅନ୍ତର୍ଗତ ମୂଳାପାଳ ପଂଚାୟତର ମୂଳାପାଳ ବାବା ଲିଙ୍ଗେଶ୍ୱର କ୍ରିକେଟ କ୍ଲବ ଆନୁକୂଲ୍ୟରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଂଟ ଆଜି ଉଦଯାପିତ ହୋଇଛି । ଏହି ଫାଇନାଲ ମ୍ୟାଚରେ ଲକ୍ଷ୍ମୀନାରାୟଣ କ୍ରିକେଟ କ୍ଲବ ମାଳଦା ଓ ବାବା ଲିଙ୍ଗେଶ୍ୱର କ୍ରିକେଟ କ୍ଲବ ମୂଳାପାଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମାଦଳା ଟସ ଜିଣି ବୋଲିଂଗ କରିବାର ନିଷ୍ପତି ନେଇଥିଲା । ମୂଳାପାଳ ପ୍ରଥମେ ବ୍ୟାଟିଂଗ କରି ନିର୍ଦ୍ଧାରିତ ୧୨ ଓଭରରେ ୪ ୱିକେଟ ହରାଇ ୧୭୧ରନ ସଂଗ୍ରହ କରିଥିଲା । ଜବାବରେ ମାଳଦା ୭ ୱିକଟେ ହରାଇ ମାତ୍ର ମାତ୍ର ୩୫ ରନ କରି ଶୋଚନୀୟ ପରାଜୟ ବରଣ କରିଥିଲା । ଅମ୍ପେୟାର ଭାବେ ଭରତ ଚନ୍ଦ୍ର ପାଳ ଓ ପ୍ରକାଶ ଦାସ ଖେଳ ପରିଚାଳନା କରିଥିବା ବେଳେ କ୍ରୀଡା ଶିକ୍ଷକ ବିଶ୍ୱନାଥ ମାଝୀ ଧାରାବିବରଣୀ ପ୍ରଦାନ କରିଥିଲେ । ମୂଳାପାଳ ଟିମର ଚନ୍ଦନ ଜେନାଙ୍କୁ ମ୍ୟାନ ଅଫ ଦିମ୍ୟାଚ ଓ ମ୍ୟାନ ଅଫ ଦି ସିରିଜ ବିବେଚିତ କରାଯାଇଥିବା ବେଳେ ଶ୍ରେଷ୍ଟ ଖୋଳାଳୀ ଭାବେ ହାପିଙ୍କୁ ବିବେଚନା କରାଯାଇଥିଲା । ଏହି ଅବସରରେ ଆୟେଜିତ ସଭାରେ ଅତିଥିଭାବେ ଲିଙ୍ଗେଶ୍ୱର ଉନ୍ନୟନ କମିଟିର ସମ୍ପାଦକ ଗୋଲକ ଚନ୍ଦ୍ର ମାଝୀ, ଅଶୋକ ସାହୁ, ସମିତି ସଭ୍ୟ ମଧୁସୂଦନ ନନ୍ଦୀ, ଆନନ୍ଦ ପାଳ ପ୍ରମୁଖ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ଚନ୍ଦ୍ରମଣି ପାଳ, ଶୁକଦେବ ପାଳ, ସମୀର କୁମାର ସାହୁ, ବଳରାମ ଜେନା, ରମାକାନ୍ତ ମାଝୀ, ଚନ୍ଦନ ଜେନା, ରାଜା ଜେନା, ବିଶ୍ୱଜିତ ମଲିକ, କୁମାରବର ସାହୁ, ପିତବାସ ସାହୁ, ଅଭିଜିତ ସାହୁ, ରୋମିଓ ରଂଜନ ସାହୁ, ପିତବାସ ସାହୁ, ବିଶ୍ୱଜିତ ସାମଲ, ସୌମ୍ୟଜିତ ସାମଲ ପ୍ରମୁଖ ଟୁର୍ଣ୍ଣାମେଂଟ ପରିଚାଳନାରେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ