କୋରେଇ, ୨୭ ନଭେମ୍ବର (ହି.ସ.) - କୋରେଇ ବ୍ଳକ ଅନ୍ତର୍ଗତ ପାଣିକୋଇଲିସ୍ଥିତ ମା ତାରିଣୀ ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ସମ୍ବିଧାନ ଦିବସ ପାଳିତ ହୋଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଚନ୍ଦ୍ରକାନ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ମୁଖ୍ୟ ଅତିଥିଭାବେ ଡକ୍ଟର ପ୍ରତାପ ଚନ୍ଦ୍ର ତ୍ରିପାଠୀ ଯୋଗଦେଇ ରାଷ୍ଟ୍ରୀୟ ସମ୍ବିଧାନ ତାତ୍ପର୍ଯ୍ୟ ସର୍ମ୍ପକରେ ଅବଗତ କରିଥିଲେ । ମୁଖ୍ୟ ବକ୍ତାଭାବେ ଅଧ୍ୟାପକ ମଦନ ମୋହନ ପାତ୍ର ସମ୍ବିଧାନ ଗଠନର ଆବଶ୍ୟକତା ସର୍ମ୍ପକରେ ଅବଗତ କରିଥିଲେ । ମହାବିଦ୍ୟାଳୟର ଛାତ୍ର/ଛାତ୍ରୀ, ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀଙ୍କ ଗହଣରେ ସମ୍ବିଧାନର ସାମୂହିକ ମୁଖବନ୍ଧ ପାଠ କରାଯାଇଥିଲା । ୭୫ତମ ଜାତୀୟ ସମ୍ବିଧାନ ଦିବସ ଅବସରରେ ଛାତ୍ର/ଛାତ୍ରୀ ମାନଙ୍କ ମଧ୍ୟରେ ବକୃତା, ପ୍ରବନ୍ଧ ଓ ରେଂଗାଲି ପ୍ରତିଯୋଗୀତା କରାଯାଇଥିଲା । ଶେଷରେ ଅଧ୍ୟାପକ ସନ୍ତୋଷ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ/ଅଧ୍ୟାପିକା ଓ ଛାତ୍ର/ଛାତ୍ରୀଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ