ଭୁବନେଶ୍ୱର, 27 ନଭେମ୍ବର (ହି.ସ.)- କନ୍ଧମାଳ ମାଣ୍ଡି ପଙ୍କାରେ ଯେଉଁ ଆମ୍ବ ଟାକୁଆ ଜାଉ ଖାଇ 3 ଟି ଜୀବନ ଗଲା ତାହା ଅନାହାର ମୃତ୍ୟୁ ନୁହେଁ । ମୃତକଙ୍କ ଘରକୁ ଅଧିକାରୀ ମାନେ ଯାଇ ନିରୀକ୍ଷଣ କରିବା ପରେ ଜଣାପଡିଛି ଯେ ସେମାନଙ୍କ ଘରେ ଯଥେଷ୍ଟ ପରିମାଣର ରାସନ ମହଜୁଦ ଥିଲା । ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଲତବୀ ଆଲୋଚନା ବେଳେ ଗୃହରେ ବିବୃତି ରଖି ଏହା କହିଛନ୍ତି ।
ସେ କହିଛନ୍ତି ଯେ, ବିନା ଇକେୱାଇସି ରେ ସେମାନଙ୍କୁ ବି ରାସନ ଦିଆଯାଇଛି । ତଥାପି ପ୍ରକ୍ରିୟାକୁ ଆହୁରି ସରଳ କରିବାକୁ ସରକାର କିଛି ପଦକ୍ଷେପ ନେଇଛନ୍ତି । ଏଣିକି 45 ଦିନ ପୂର୍ବରୁ ହିତାଧିକାରୀ ମାନଙ୍କୁ ଚାଉଳ ମିଳିବ । ଦୁର୍ଗମ ଅଞ୍ଚଳରେ ରାସନ କେନ୍ଦ୍ର ବଢାଯିବ, ମାସେରୁ ଦୁଇ ମାସର ରାସନ ଏକାଥରେ ଦିଆଯିବ ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ