ବଲାଙ୍ଗିର, 27 ନଭେମ୍ବର (ହି.ସ.) : ଦୁଇ ଦିନିଆ ବଲାଙ୍ଗିର ଜିଲ୍ଲା ଗସ୍ତର ଦ୍ବିତୀୟ ଦିନରେ ପୂର୍ତ୍ତ ବିଭାଗ ମୁଖ୍ୟ ଶାସନ ସଚିବ ବିରବିକ୍ରମ ଯାଦବ ଆଜି ଜିଲ୍ଲାର ବିଭିନ୍ନ ଅଞ୍ଚଳବୁଲି ଦେଖିଥିଲେ । ବଲାଙ୍ଗିର ଆକାଂକ୍ଷା ଜିଲ୍ଲା ନୋଡ଼ାଲ ଅଧିକାରୀ ରୂପେ ସେ ସକାଳୁ ଝଙ୍କାରପାଲି ସ୍ଥିତ ବଟନ ଛତୁ ୟୁନିଟ୍ ବୁଲିଦେଖିଥିଲେ । ଜୈବିକ ପ୍ରଣାଳୀରେ ଚାଷ ଏବଂ ଚାଷୀ କିପରି ଭଲ ଦାମ ରେ ବଜାରରେ ବିକ୍ରି କରିପାରିବ ସେ ବାବଦରେ ଧ୍ୟାନ ଦେବାକୁ କହିଥିଲେ । ଏହାପରେ ପାଟଣାଗଡ ଏମସିଏଚ ଏବଂ ଗଙ୍ଗାସାଗର ସରକାରୀ ଉଚ୍ଚ ବିଦ୍ୟାଳୟ ଯାଇଥିଲେ । ସେଠାରେ ଥିବା ଛାତ୍ର ଛାତ୍ରୀ , ଅଭିଭାବକ , ଶିକ୍ଷକ ଏବଂ ଶିକ୍ଷୟତ୍ରୀ ଙ୍କ ସହ ଆଲୋଚନା କରିଥିଲେ । ପିଲାଙ୍କ ପାଇଁ ଉଦ୍ଧିଷ୍ଟ ସରକାରୀ ଯୋଜନା ପ୍ରଣୟନ କଥା ପଚାରିବୁଝିଥିଲେ । ପରେ ଭାରୁଆମୁଣ୍ଡା ଆଦର୍ଶ ବିଦ୍ୟାଳୟ ଯାଇଥିଲେ । ବଡକେଲା ପ୍ରାଥମିକ ସ୍ବାସ୍ଥ୍ଯ କେନ୍ଦ୍ର ରେ ଡାକ୍ତର ଏବଂ ଷ୍ଟାଫ ଙ୍କ ସହ କଥା ହୋଇଥିଲେ । ସ୍ବାସ୍ଥ୍ୟ ସେବାକୁ ଲୋକଙ୍କ ସେବା କରି ଆହୁରି ଲୋକାଭିମୁଖୀ କରିବାକୁ ପ୍ରସ୍ତାବ ଦେଇଥିଲେ । ଏହାପରେ ତୁରେକେଲା ଆଶ୍ରମ ସ୍କୁଲ ରେ ଅଧିବାସୀଙ୍କ ସୁବିଧା ପଚାରିବା ସହ ଏକ ସ୍ଵପ୍ନ ନେଇ ବଞ୍ଚିବାକୁ ପ୍ରେରିତ କରିଥିଲେ । ଦାବରୀ ଅଙ୍ଗନବାଡିରେ ପିଲାଙ୍କୁ ମିଳୁଥିବା ଖାଦ୍ୟ, ମା ମାନଙ୍କୁ ମିଳୁଥିବା ସୁବିଧା ସଠିକ ପ୍ରଣୟନ ପାଇଁ ନିର୍ଦେଶ ଦେଇଥିଲେ । ଏହାପରେ ସିଦ୍ଧେକେଲାସ୍ଥିତ ଗ୍ରାମୀଣ ଇଣ୍ଡସତ୍ରୀଆଲ ପାର୍କ ରେ ବିଭିନ୍ନ ସ୍ଵୟଂସହାୟକ ଗୋଷ୍ଠୀଙ୍କ ଦ୍ବାରା ବନାଯାଉଥିବା ଦ୍ରବ୍ୟ ର ବିକିବା ମୂଲ୍ୟ , ବନେଇବାକୁ ଲାଗୁଥିବା ସମୟ ଏବଂ ରୋଜଗାର ବିଷୟରେ କଥା ହେଇଥିଲେ । ଏହାପରେ ଖୋଲାନ ଗ୍ରାମପଞ୍ଚାୟତ ଅଫିସ ଏବଂ ଖୋଲାନ ଅମୃତ ସରୋବର ବୁଲିଦେଖିଥିଲେ । ପାର୍କ ନିକଟରେ ଆନୁଷଙ୍ଗିକ ବ୍ୟବସ୍ତା ରେ ଖୁସି ହୋଇଥିଲେ ଏବଂ ସବୁଜ ବିଦ୍ୟୁତ କୁ ପ୍ରାଧ୍ୟାନ୍ୟ ଦେଇ ସୋଲାର ବିଦ୍ୟୁତ ଲଗେଇବାକୁ ଅନୁରୋଧ କରିଥିଲେ । ତାଙ୍କର ଏହି ଗସ୍ତ ବେଳେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା , ମୁଖ୍ୟ ନିର୍ବାହୀ ଅଧିକାରୀ ପ୍ରଭାତ ମହାପାତ୍ର, ଆସିଷ୍ଟାଣ୍ଟ କଲେକ୍ଟର ସୋନିଆଶ୍ରି ମଲ୍ଲିକ, ଜିଲ୍ଲା ସାମାଜ ମଙ୍ଗଳ ଅଧିକାରୀ ସୁଷମା ମହାପାତ୍ର, ଟିଟିଲାଗଡ ଉପଜିଲ୍ଲାପାଳ ରେହାନ ଖେତ୍ରୀ, ଅରମାସ ଯୁଗ୍ମ ସିଏଇଓ କମଳେନ୍ଦୁ ପଲ, ଜିଲ୍ଲା ମଙ୍ଗଳ ଅଧିକାରୀ ଅଲେଖ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ