ଭୁବନେଶ୍ୱର, 27 ନଭେମ୍ବର (ହି.ସ.)– ଓରେଡା ସଂସ୍ଥାକୁ ନେଇ ଥିବା ଏକ ପ୍ରଶ୍ନ ଉପରେ ପ୍ରଶ୍ନକାଳରେ ଆଲୋଚନା ବେଳେ କଣ୍ଟିଲୋ ନୀଳମାଧବ ମନ୍ଦିର ର ଏଲେକ୍ଟ୍ରିଫିକେସନ କାର୍ଯ ଓରେଡା ସଂସ୍ଥା ଦ୍ୱାରା କରା ଯିବାକୁ ଦାବି କରିଛନ୍ତି ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ ।
ଶ୍ରୀ ସ୍ୱାଇଁ କହିଥିଲେ ଯେ ଯେତେବେଳେ ନୀଳମାଧବ ମନ୍ଦିରରେ ବିଜୁଳି ଚାଲି ଯାଉଛି ସେତେବେଳେ ମନ୍ଦିର ସମ୍ପୂର୍ଣ ଅନ୍ଧକାର ହୋଇଯାଉଛି ।ତେଣୁ ଓରେଡା ସଂସ୍ଥା ଦ୍ୱାରା ମନ୍ଦିରର ବିଜୁଳିକରଣ କାର୍ଯ୍ୟ ହାତକୁ ନିଆଯାଉ ।
ଏହା ପରେ ଶକ୍ତି ମନ୍ତ୍ରୀ କେ ଭି ସିଂଦେଓ ଓରେଡା ଦ୍ୱାରା ଏହି କାର୍ଯ୍ୟ ହାତ କୁ ନେବାକୁ ପଦକ୍ଷେପ ନିଆ ଯିବ ବୋଲି ପ୍ରତିଶ୍ରୁତି ଦେଇ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ