କେନ୍ଦ୍ରାପଡ଼ା, ୨୮ ନଭେମ୍ବର(ହି.ସ.) – ଗତ ୨୨ ତାରିଖରେ ଦିଲ୍ଲୀର ଜବାହର ଲାଲ୍ ନେହେରୁ ଷ୍ଟାଡିୟମରେ ଦୀର୍ଘ ୩ଦିନ ଧରି ଅନୁଷ୍ଠିତ ହୋଇଥିବା ଓଡ଼ିଶା ପର୍ବରେ ଲିଜା କ୍ଲାଉଡ୍ କିଚେନ ନାମରେ ପୀଠା ଓ ମିଠା ଷ୍ଟଲ୍ ଖୋଲି ଦିଲ୍ଲୀରେ ଖୁବ୍ ଚର୍ଚ୍ଚାକୁ ଆସିଥିବା କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ନିକିରାଇ ଗ୍ରାମର ପିତା - ରାଧାରମଣ ସିଂ ଓ ମାତା - ଅଳକା ସିଂ ଏବଂ ସଦର ଥାନା ଅନ୍ତର୍ଗତ ମାହାରାକୂଳ ଗ୍ରାମର ଗୁରୁଚରଣ ଧଳଙ୍କ ପତ୍ନୀ ଦିଲ୍ଲୀରେ ରହୁଥିବା ଓଡ଼ିଶା ମାଟିର ଝିଅ ସର୍ବଦାତ୍ରୀ ସିଂଙ୍କୁ ତାଙ୍କ ଷ୍ଟଲ୍ ନିକଟକୁ ଆମ ଦେଶର ମହା ମହିମ ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ତାଙ୍କ ଷ୍ଟଲ ନିକଟକୁ ଯାଇ ବୁଲି ଦେଖିବା ସଂଗେ ସଂଗେ ତାଙ୍କୁ ଭେଟି ତାଙ୍କ ହାତ ତିଆରି ବିଭିନ୍ନ ପୀଠା, ପଣା ସହିତ ଅନ୍ୟାନ୍ୟ ବହୁ ପ୍ରକାରର ଖାଦ୍ୟ ସାମଗ୍ରୀ ଖାଇ ତାଙ୍କୁ ଅଜସ୍ର ପ୍ରଶଂସା କରିବା ସହିତ ଓଡିଶା ପର୍ବ ଉଦଯାପନୀ ମଂଚରେ ମଧ୍ୟ ତାଙ୍କୁ ମାନପତ୍ର, ପୁଷ୍ପଗୁଛ ଓ ଉପଢୌକନ ଦେଇ ସ୍ୱତନ୍ତ୍ର ଭାବେ ଓଡ଼ିଶା ବେଷ୍ଟ ଆୱାର୍ଡ ବା ସମ୍ମାନରେ ସମ୍ମାନୀତ କରିଥିବା ସର୍ବଦାତ୍ରୀ ସିଂ ନିଜେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି ଯେ - ତାଙ୍କ ଷ୍ଟଲରୁ ପ୍ରତିଦିନ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟକୁ ପରୀକ୍ଷା ନିମନ୍ତେ କିଛି ସାମ୍ପୁଲ ଖାଦ୍ୟ ମଧ୍ୟ ସେମାନଙ୍କ ଖାଇବା ନିମନ୍ତେ କଡ଼ା ନୀରାପତା ବଳୟ ମଧ୍ୟରେ ପଠା ଯାଉଥିଲା।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରବି