ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ଐତିହାସିକ ପ୍ରଦର୍ଶନ; କହିଲେ - ଏହି ବିଜୟ ଅବିଶ୍ଵସନିୟ, ଐତିହାସିକ  
ଫ୍ଲୋରିଡ଼ା, ୬ ନଭେମ୍ବର (ହି.ସ.)- ସଂଯୁକ୍ତ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶାନଦାର ପ୍ରଦର୍ଶନ କରି ନିଜର ବିଜୟର ଘୋଷଣା କରିଛନ୍ତି । ଟ୍ରମ୍ପ ଏଠାରେ ୱେଷ୍ଟ ପାମ ବିଚ୍ ରେ ନିଜ ଅଭିଯାନର ବାଂଚ ପାର୍ଟିରେ ଦେଶକୁ ସମ୍ବୋଧନ କରିଛନ୍ତି । ସେ କହିଛନ୍ତ
ଡୋନାଲ୍ଡ ଟ୍ରମ୍ପ


ଫ୍ଲୋରିଡ଼ା, ୬ ନଭେମ୍ବର (ହି.ସ.)- ସଂଯୁକ୍ତ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶାନଦାର ପ୍ରଦର୍ଶନ କରି ନିଜର ବିଜୟର ଘୋଷଣା କରିଛନ୍ତି । ଟ୍ରମ୍ପ ଏଠାରେ ୱେଷ୍ଟ ପାମ ବିଚ୍ ରେ ନିଜ ଅଭିଯାନର ବାଂଚ ପାର୍ଟିରେ ଦେଶକୁ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି ଯେ, ଏହି ବିଜୟ ଅବିଶ୍ୱସନିୟ ଏବଂ ଐତିହାସିକ ଅଟେ । ଏଥିସହ ଦେଶର ସମସ୍ତ ମତଦାତାଙ୍କ ନିକଟରେ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ଅବସରରେ ୱେଷ୍ଟ ପାମ ବିଚ୍ ରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା । ତାଙ୍କ ସହିତ ମଂଚ ଉପରେ ଜେଡି ବେଂସ, ତାଙ୍କ ପତ୍ନୀ ମେଲାନିୟା ଏବଂ ଅଭିଯାନର କର୍ମଚାରୀ ଉପସ୍ଥିତ ଥିଲେ ।

ଟ୍ରମ୍ପ ଆହୁରି ମଧ୍ୟ କହିଥିଲେ ଯେ, ଏହା ବଡ଼ ରାଜନୈତିକ ବିଜୟ ଅଟେ । ଏହି ଅବସରରେ ସେ ଜେଡି ବେଂସଙ୍କୁ ଆଗାମୀ ଉପରାଷ୍ଟ୍ରପତି ନିମନ୍ତେ ଅଭିନନ୍ଦନ ଜଣାଇଛନ୍ତି । ବେଂସ କହିଛନ୍ତି ଯେ, ଏହା ଟ୍ରମ୍ପଙ୍କ ଏପର୍ଯ୍ୟନ୍ତ ସବୁଠୁ ବଡ ରାଜନୈତିକ ପ୍ରତ୍ୟାବର୍ତନ । ରିପବ୍ଲିକନ ଟ୍ରମ୍ପ କହିଛନ୍ତି ଯେ, ନିର୍ବାଚନରେ ଆମ ଦଳ ଇତିହାସ ରଚିଛି । ଆଜିର ଦିନ ମୋ ପାଇଁ ସବୁଠୁ ମହତ୍ୱପୂର୍ଣ୍ଣ ଦିନ । ଆମେରିକା ଆମକୁ ଏକ ଅଭୂତପୂର୍ବ ଏବଂ ଶକ୍ତିଶାଳୀ ଜନାଦେଶ ଦେଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande