ଉଜୁଡ଼ା କ୍ଷେତ ପରିଦର୍ଶନ କଲେ ବିଧାୟକ
କେନ୍ଦ୍ରାପଡ଼ା, ୨୮ ଡିସେମ୍ବର(ହି.ସ.) – ଅଦିନିଆ ଲଗାଣ ବର୍ଷାରେ ଉଜୁଡ଼ି ଯାଇଛି ଚାଷୀମାନଙ୍କ ଧାନ କ୍ଷେତ। ବର୍ଷା ଛାଡ଼ିଯାଇଛି ହେଲେ ଚାଷଜମିରୁ ଜଳ ନିଷ୍କାସନ ହୋଇପାରିନି। ଏବେ ବି କ୍ଷେତରେ ପାଣି ଜମି ରହିଛି ଏବଂ ଧାନ ମଧ୍ୟ ପଡ଼ିରହିଛି। ଆଜି ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ବିଧାୟକ ଡଃ ଦୁର୍ଗା ପ୍ରଶନ୍ନ
ଉଜୁଡ଼ା କ୍ଷେତ ପରିଦର୍ଶନ କଲେ ବିଧାୟକ


କେନ୍ଦ୍ରାପଡ଼ା, ୨୮ ଡିସେମ୍ବର(ହି.ସ.) – ଅଦିନିଆ ଲଗାଣ ବର୍ଷାରେ ଉଜୁଡ଼ି ଯାଇଛି ଚାଷୀମାନଙ୍କ ଧାନ କ୍ଷେତ। ବର୍ଷା ଛାଡ଼ିଯାଇଛି ହେଲେ ଚାଷଜମିରୁ ଜଳ ନିଷ୍କାସନ ହୋଇପାରିନି। ଏବେ ବି କ୍ଷେତରେ ପାଣି ଜମି ରହିଛି ଏବଂ ଧାନ ମଧ୍ୟ ପଡ଼ିରହିଛି।

ଆଜି ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ବିଧାୟକ ଡଃ ଦୁର୍ଗା ପ୍ରଶନ୍ନ ନାୟକ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନ ଗ୍ରସ୍ତକରି ଚାଷଜମି ବୁଲି ଦେଖିବା ସହିତ ଚାଷୀମାନଙ୍କ ସହିତ ଆଲୋଚନା କରିଥିଲେ। ଚାଷଜମିରୁ ଜଳ ନିଷ୍କାସନ ବ୍ୟବସ୍ଥା କରିବା ସହିତ ସ୍ଥାୟୀ ପ୍ରତିକାର କରିବା ଉପରେ ଆଗମୀ ଦିନରେ ଗୁରୁତ୍ୱ ଦିଆଯିବ ବୋଲି ବିଧାୟକ ଶ୍ରୀ ନାୟକ କହିଛନ୍ତି। ବିଧାୟକଙ୍କ ସହିତ ମାର୍ଶାଘାଇ ତହସିଲଦାର, ଜଳନିକାସ ବିଭାଗ ଅଧିକାରୀ, ଜାତୀୟ ରାଜପଥ ପ୍ରାଧୀକରଣ ଅଧିକାରୀ କୃଷି ଅଧିକାରୀ ବିଜେପି ମାର୍ଶାଘାଇ ସଭାପତି ନିଗମାନନ୍ଦ ରଥ ୨୫ ଜୋନ୍ ସଭାପତି ପ୍ରକାଶ ଦାସ ହିନ୍ଦୁଳିଆ ପଂଚାୟତ ସଭାପତି ରଂଜନ ସ୍ୱାଇଁ ଓ ବହୁ ବିଜେପି ନେତା ଏବଂ ହିନ୍ଦୁଳିଆ ପଂଚାୟତ ହାତୀଆ ଗ୍ରାମର ଚାଷୀ ମାନସ ରଞ୍ଜନ ଦାସ ହେମନ୍ତ ଦାସ ଅଜୟ ଦାସ ପ୍ରକାଶ ଦ୍ୱିବେଦୀ ଗଣେଶ ଲେଙ୍କା ପିଆରି ସ୍ୱାଇଁ ଅଖୟ ବେହେରା ଓ ବହୁ ଚାଷୀମାନେ ଉପସ୍ଥିତ ରହି ବିଧାୟକ ଶ୍ରୀ ନାୟକଙ୍କୁ ସେମାନଙ୍କ ସମସ୍ୟାର ସଂପର୍କରେ ଜଣାଥିଲେ ଶ୍ରୀ ନାୟକ ସମସ୍ୟାର ସମାଧାନ କାରଯିବା ପ୍ରତିଶ୍ରୁତି ଦେଇଛନ୍ତି ତୁରନ୍ତ ସମାଧାନ କରାଯିବ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande