ଭୁବନେଶ୍ୱର, 8 ନଭେମ୍ବର (ହି.ସ.)– ଖ୍ୟାତନାମା ଶିକ୍ଷାବିଦ୍ ଓ ଶିକ୍ଷା ସଂସ୍କୃତି ଉତ୍ଥାନ ନ୍ୟାସର ପୂର୍ବତନ ଅଧ୍ୟକ୍ଷ ଦୀନନାଥ ବତ୍ରାଙ୍କ ପରଲୋକରେ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆ ଏକ୍ସରେ ସେ ଲେଖିଛନ୍ତି, ଖ୍ୟାତନାମା ଶିକ୍ଷାବିଦ୍, ଶିକ୍ଷା ସଂସ୍କୃତି ଉତ୍ଥାନ ନ୍ୟାସର ପୂର୍ବତନ ଅଧ୍ୟକ୍ଷ, ବିଦ୍ୟା ଭାରତୀର ପୂର୍ବତନ ମହାମନ୍ତ୍ରୀ ଏବଂ 'ଶିକ୍ଷା ବଚାଓ ଆନ୍ଦୋଳନ'ର ଜାତୀୟ ସଂଯୋଜକ ଦୀନନାଥ ବତ୍ରାଙ୍କ ପରଲୋକ ଅତ୍ୟନ୍ତ ଦୁଃଖଦ ଏବଂ ସମଗ୍ର ଶିକ୍ଷା ଜଗତ ପାଇଁ ଅପୂରଣୀୟ କ୍ଷତି। ସେ ଶିକ୍ଷାର ଭାରତୀୟକରଣ ଓ ସାମାଜିକ ସଂସ୍କୃତିକ ମୂଲ୍ୟ ବିକାଶରେ ଅତୁଳନୀୟ ଅବଦାନ ରଖିଥିଲେ। ତାଙ୍କର ପ୍ରଚେଷ୍ଟାରେ ଦେଶର ଶିକ୍ଷା କ୍ଷେତ୍ରରେ ଏକ ନୂଆ ଦିଗ ମିଳିଥିଲା। ଈଶ୍ୱର ଦିବଙ୍ଗତ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଦୁଃଖର କ୍ଷଣରେ ସ୍ୱମ୍ବଳ ପ୍ରଦାନ କରନ୍ତୁ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା