ମାଲକାନଗିରି, ୨୧ଡିସେମ୍ବର (ହି.ସ.) - ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସିରେ ଆଜି ଦୁଃଖଦ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ସହର ର ୯ ନଂ ୱାର୍ଡର ରାଣୀ ସାହିର ବିଶ୍ୱନାଥ ମହାନ୍ତି ଙ୍କ ପୁଅ ଲିପୁନ ମହାନ୍ତି(୭) ଆଜି ଭୋର ୩ ଟା ସମୟରେ ସାପ କାମୁଡ଼ାରେ ମୃତ୍ୟ ବରଣ କରିଛି। ମିଳିଥିବା ସୂଚନାନୁଯାୟୀ ଲିପୁନ ନିଜ ବାପା ମା ଙ୍କ ସହ ଶୋଇଥିବା ସମୟରେ ଆଜି ଭୋର ସମୟରେ ଏକ ଚିତି ସାପ ଟି ଲିପୁନର ଜ୍ୟାକେଟ ମଧ୍ୟକୁ ପଶି କାମୁଡିଥିଲା। ପରେ ଶିଶୁ ଚିତ୍କାର କରିବାରୁ ପିତା ମାତା ସାପଟିକୁ କାଢି ବାହାରେ ଫିଙ୍ଗି ଦେଇଥିଲେ। ତେବେ ଅଳ୍ପ କିଛି ସମୟ ପରେ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାକୁ ବାଲିମେଳା ଆଂଚଳିକ ସ୍ୱାସ୍ଥ୍ୟକେନ୍ଦ୍ର କୁ ପରିବାର ବର୍ଗ ନେଇଥିଲେ। ସେଠାରେ ଶିଶୁଟିର ଅବସ୍ଥା ଗୁରୁତର ଦେଖି ଡାକ୍ତର ଶିଶୁଟିକୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରିଥିଲେ। ତେବେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ଶିଶୁଟିର ମୃତ୍ୟବରଣ ହୋଇଥିବା ଜଣାପଡିଛି। ଶିଶୁଟିର ମୃତ୍ୟରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।
ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ /ଭାନୁ
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ