ଆଗଲପୁର ବ୍ଲକ୍‌ର ୧୫ଟି ଗ୍ରାମରେ ଗଡ଼ିଲା ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ରଥ
ବଲାଙ୍ଗୀର, ୨୧ ଡିସେମ୍ବର(ହି.ସ.) – ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଆଗଲପୁର ବ୍ଲକ୍‌ର ସିଡିପିଓ ଶୁଭଶ୍ରୀ ମିଶ୍ର, ଗୋଷ୍ଠି ଉନ୍ନୟନ ମହାପାତ୍ର କୁଲଦୀପ ମହାନ୍ତି, ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ରୁଦ୍ର ପ୍ରତାପ ସୁନା, ସୁପରଭାଇଜର ଦୁଲାରି ଧରୁଆ, ଡୁଡୁକା ପଦ୍ମିନୀ ପାତ୍ର, ପ୍ରଫୁଲ୍ଲ କୁମାର ଦୋରାଙ୍କ
ଆଗଲପୁର ବ୍ଲକ୍ ର ୧୫ ଟି ଗ୍ରାମରେ  ଗଡ଼ିଲା ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ରଥ ।


ଆଗଲପୁର ବ୍ଲକ୍ ର ୧୫ ଟି ଗ୍ରାମରେ  ଗଡ଼ିଲା ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ରଥ ।


ବଲାଙ୍ଗୀର, ୨୧ ଡିସେମ୍ବର(ହି.ସ.) – ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଆଗଲପୁର ବ୍ଲକ୍‌ର ସିଡିପିଓ ଶୁଭଶ୍ରୀ ମିଶ୍ର, ଗୋଷ୍ଠି ଉନ୍ନୟନ ମହାପାତ୍ର କୁଲଦୀପ ମହାନ୍ତି, ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ରୁଦ୍ର ପ୍ରତାପ ସୁନା, ସୁପରଭାଇଜର ଦୁଲାରି ଧରୁଆ, ଡୁଡୁକା ପଦ୍ମିନୀ ପାତ୍ର, ପ୍ରଫୁଲ୍ଲ କୁମାର ଦୋରାଙ୍କ ସମେତ ସୋମନାଥ ମିର୍ଦ୍ଧା, ବିକାଶ ନାଏକ, ନବନିତା କୁମାର ମେହେର, ପ୍ରଣତି ନାଏକଙ୍କ ଉପସ୍ଥିତିରେ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ରଥ ବ୍ଲକ୍ ଅନ୍ତର୍ଗତ ଆଗଲପୁର ଗ୍ରାମ ପଂଚାୟତ, ଆଗଲପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର, ଆଗଲପୁର ପୋଲିସ ଷ୍ଟେସନ, ଡୁଡ଼ୁକା, କୁଟାସିଂହା, ଆଗଲପୁର, ଝାରର୍ମୁଣ୍ଡା, ସଲେଭଟା, ଟେନ୍ତୁଲିଗାଁ, କଟାପାଲି, ଡୁଙ୍ଗୁରିପାଲି, ହାଡ଼ଭଙ୍ଗା, ମୁରଶୁଣ୍ଢି, ନୀରବଚନ୍‌, ରୋଥ୍ ଓ ବ୍ଲକ୍ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ସଲେଭଟାକୁ ପରିକ୍ରମା କରି ୪ ପୃଷ୍ଠା ସମ୍ବଳିତ ପୋଷ୍ୟ ସନ୍ତାନ ଗ୍ରହଣ ଲିଫ୍‌ଲେଟ୍ ପ୍ରଦାନ କରାଗଲା ଏବଂ ମାଇକ ଦ୍ୱାରା ପୋଷ୍ୟ ସନ୍ତାନର ଯୋଗ୍ୟତା, ଆବେଦନ ପ୍ରଣାଳୀରେ ପଞ୍ଜିକରଣ କରିବାକୁ ଗୀତ ମାଧ୍ୟମରେ ପ୍ରଚାର କରାଗଲା। ଏହି ରଥକୁ ପରିକ୍ରମା କରିବାକୁ ପୋଷ୍ୟସନ୍ତାନ ଗ୍ରହଣ କେନ୍ଦ୍ରର ସାମାଜିକ କର୍ମୀ ପୁଷ୍ପାଞ୍ଜଳି ସୁନା, ଚାଇଲ୍ଡ ହେଲ୍ପ ଲାଇନର କେସ୍‌ୱାର୍କର ଶୁଭମ୍ ଜେନା ରଥକୁ ପରିକ୍ରମା କରାଇ ସଚେତନତା କରିବା ପାଇଁ ଜନସାଧାରଣକୁ ଉତ୍ସାହିତ କରିଥିବାବେଳେ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର କାର୍ଯ୍ୟକ୍ରମ ପରିଚାଳକ ଦେବାଶିଷ ପଟେଲ ଏହି ରଥ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande