ବର୍ଷାରେ ଉଠାଦୋକାନ ଉଚ୍ଛେଦ ସମୟରେ ଉତେଜନା : ବିଏମ୍‌ସି ଅଧିକାରୀଙ୍କୁ ଘେରିଲେ ଉଠାଦୋକାନୀ
ଭୁବନେଶ୍ୱର, ୨୧ ଡିସେମ୍ବର (ହି.ସ.) - ଶନିବାର ଢୁ ଢୁ ବର୍ଷାରେ ବିଏମ୍‌ସି, ବିଡ଼ିଏର ଉଚ୍ଛେଦକାରୀ ଦଳ ୱାର୍ଡ଼ ନଂ-୪୦, ୫୬, ୫୭, ୫୮, ୧୨ ଓ ୧୭ରେ ପହଂଚି ଉଠାଦୋକାନୀମାନଙ୍କୁ ଡ୍ରୋଜର ସାହାଯ୍ୟରେ ଉଚ୍ଛେଦ କରିବା ପାଇଁ ଜୋର ଜବରଦସ୍ତ ପ୍ରୟାସ କରୁଥିବା ବେଳେ ଉତର ନିର୍ବାଚନ ମଣ୍ଡଳୀର ଆପୋଲୋ ହସ୍ପିଟାଲଠାରେ
ବର୍ଷାରେ ଉଠାଦୋକାନ ଉଚ୍ଛେଦ ସମୟରେ ଉତେଜନା : ବିଏମ୍‌ସି ଅଧିକାରୀଙ୍କୁ ଘେରିଲେ ଉଠାଦୋକାନୀ


ଭୁବନେଶ୍ୱର, ୨୧ ଡିସେମ୍ବର (ହି.ସ.) - ଶନିବାର ଢୁ ଢୁ ବର୍ଷାରେ ବିଏମ୍‌ସି, ବିଡ଼ିଏର ଉଚ୍ଛେଦକାରୀ ଦଳ ୱାର୍ଡ଼ ନଂ-୪୦, ୫୬, ୫୭, ୫୮, ୧୨ ଓ ୧୭ରେ ପହଂଚି ଉଠାଦୋକାନୀମାନଙ୍କୁ ଡ୍ରୋଜର ସାହାଯ୍ୟରେ ଉଚ୍ଛେଦ କରିବା ପାଇଁ ଜୋର ଜବରଦସ୍ତ ପ୍ରୟାସ କରୁଥିବା ବେଳେ ଉତର ନିର୍ବାଚନ ମଣ୍ଡଳୀର ଆପୋଲୋ ହସ୍ପିଟାଲଠାରେ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନର ଉପସଭାପତି ବିପିନ ଦାସ ସେଠାରେ ପହଂଚି ବିଏମ୍‌ସି କମିଶନର ଦେଇଥିବା ପ୍ରତିଶ୍ରୁତି ଉଚ୍ଛେଦ ହେବ ନାହିଁ ବୋଲି ବିଏମ୍‌ସି ଓ ବିଡ଼ିଏର ଅଧିକାରୀମାନଙ୍କୁ ପ୍ରଶ୍ନ ପଚାରିବାରୁ ଉଚ୍ଛେଦକାରୀ ଦଳ ସନ୍ତୋଷ ଜନକ ଉତର ନଦେବାରୁ ଉତେଜନା ପ୍ରକାଶ ପାଇଥିଲା। ଏହାପରେ ଟଙ୍କପାଣି ରୋଡ଼ଠାରେ ହଠାତ୍ ଉଚ୍ଛେଦକାରୀ ଦଳ ଉଠାଦୋକାନ ଭାଙ୍ଗିବା ସମୟରେ ମହାସଂଘର ସାଧାରଣ ସମ୍ପାଦକ ଅନୁଜ କୁମାର ପ୍ରଧାନ ସେଠାରେ ପହଂଚି ପ୍ରତିରୋଧ କରିଥିଲେ। ସେଠାରେ ଥିବା ଉଠାଦୋକାନୀମାନେ ପ୍ରଥମେ ଥଇଥାନ ଓ ପରେ ଉଚ୍ଛେଦ ବୋଲି ସ୍ଲୋଗାନ ଦେଇଥିଲେ। ପରିଶେଷରେ ସମସ୍ତ ଜାଗାରୁ ଉଚ୍ଛେଦକାରୀ ଦଳ ଦୋକାନ ନ ଭାଙ୍ଗି ଫେରି ଯାଇଥିଲେ।

ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘର ରାଜ୍ୟ ସଭାପତି ପ୍ରତାପ କୁମାର ସାହୁ ଅଭିଯୋଗ କରିଛନ୍ତି ଯେ, ବର୍ତମାନ ରାଜ୍ୟରେ ଦୁଇଦିନ ହେବ ବର୍ଷା ଲାଗି ରହିଥିବା ସମୟରେ ବହୁ ଦୋକାନରେ ପାଣି ପଶି ସେମାନଙ୍କ ଆସବାବ ପତ୍ର ନଷ୍ଟ ହୋଇଗଲାଣି। ପ୍ରଧାନମନ୍ତ୍ରୀ ସ୍ୱରୋଜଗାର ଯୋଜନାରେ ହଜାର ହଜାର ଉଠାଦୋକାନୀ ଋଣ ଆଣି ବ୍ୟବସାୟ କରୁଛନ୍ତି। କିନ୍ତୁ ବିଏମ୍‌ସି ସେମାନଙ୍କ ଦୋକାନ ଉଚ୍ଛେଦ କରିବା ଫଳରେ, ସେମାନେ ବ୍ୟାଙ୍କଋଣ ଶୁଝିନପାରି ଦେବାଳିଆ ହୋଇ କୌଣସି ଅସାମାଜିକ କାର୍ଯ୍ୟ କରିବାକୁ ପଛଘୁଞ୍ଚା ଦେବେନାହିଁ। ଯାହାଫଳରେ ସେମାନଙ୍କ ପରିବାର ଏକ ପ୍ରକାର ବରବାଦ ହୋଇଯାଏ। ବିଏମ୍‌ସି ଅଧିକାରୀମାନେ ଏଥିପ୍ରତି ଧ୍ୟାନ ଦେବା ଜରୁରୀ ବୋଲି ଶ୍ରୀଯୁକ୍ତ ସାହୁ ଅଭିଯୋଗ କରିଛନ୍ତି।

ଏଠାରେ ସୂଚନାଥାଉକି, ଗତ ଦୁଇଦିନ ତଳେ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ଉତର ବିଧାୟକ ସୁଶାନ୍ତ କୁମାର ରାଉତ ବିଏମ୍‌ସି କମିଶନରଙ୍କୁ ଭେଟି ଉଠାଦୋକାନୀଙ୍କୁ ଉଚ୍ଛେଦ ନ କରିବା ପାଇଁ ଦାବି କରିଥିଲେ। ବିଏମ୍‌ସି କମିଶନର ପ୍ରତିଶ୍ରୁତି ଦେଇଥିଲେ ଯେ, ଉଠାଦୋକାନ ଆଉ ଉଚ୍ଛେଦ ହେବନାହିଁ। କିନ୍ତୁ କମିଶନର ଦେଇଥିବା ପ୍ରତିଶ୍ରୁତି ପାଣିର ଗାର ହୋଇଯାଇଛି। ତେଣୁ ମହାସଂଘ ଆସନ୍ତା ୨୭ ତାରିଖ ଦିନ ୩୦ ହଜାରରୁ ଅଧିକ ଉଠାଦୋକାନୀଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯିବ ବୋଲି ଶ୍ରୀ ସାହୁ ସରକାରଙ୍କୁ ଚେତାବନୀ ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର/ଭାନୁ

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande