ଆସନ୍ତାକାଲି ଠାରୁ ବର୍ଷାର ପରିମାଣ କମିବ- ଆଂଚଳିକ ପାଣିପାଗ ନିର୍ଦ୍ଦେଶିକା
ଭୁବନେଶ୍ୱର, ୨୧ ଡିସେମ୍ବର (ହି.ସ.)- ଆଗାମୀ ୨ ଦିନ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ଏବଂ କୋହଲା ପାଗ ଅନୁଭୂତ ହେବ । ତେବେ ଆସନ୍ତାକାଲି ଠାରୁ ବର୍ଷାର ପରିମାଣ କମିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ମାତ୍ର ଦକ୍ଷିଣ ଉପକୂଳ ଜିଲ୍ଲା ଗୁଡିକ ଯଥା-ଗଞ୍ଜାମ, ଗଜପତି
ଆସନ୍ତାକାଲି ଠାରୁ ବର୍ଷାର ପରିମାଣ କମିବ- ଆଂଚଳିକ ପାଣିପାଗ ନିର୍ଦ୍ଦେଶିକା


ଭୁବନେଶ୍ୱର, ୨୧ ଡିସେମ୍ବର (ହି.ସ.)- ଆଗାମୀ ୨ ଦିନ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ଏବଂ କୋହଲା ପାଗ ଅନୁଭୂତ ହେବ । ତେବେ ଆସନ୍ତାକାଲି ଠାରୁ ବର୍ଷାର ପରିମାଣ କମିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ମାତ୍ର ଦକ୍ଷିଣ ଉପକୂଳ ଜିଲ୍ଲା ଗୁଡିକ ଯଥା-ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ାରେ ଆସନ୍ତାକାଲି ମଧ୍ୟ ବର୍ଷା ହେବ ।

ସେହିପରି ଇତିମଧ୍ୟରେ ଦିନ ତାପମାତ୍ରା କମିଛି, ହେଲେ ରାତି ତାପମାତ୍ରା ସ୍ୱାଭାବିକ୍ ଠାରୁ ଅଧିକ ରହିଛି ବୋଲି ସୂଚନା ଦେଇଛନ୍ତି ଆଂଚଳିକ ପାଣିପାଗ ନିର୍ଦ୍ଦେଶିକା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande