ଭଦ୍ରକରେ ହେବ ବୟନ ପାର୍କ
ଭୁବନେଶ୍ୱର, 21 ଡିସେମ୍ବର (ହି.ସ.) ଭଦ୍ରକରେ ବୟନ ପାର୍କ ସ୍ଥାପିତ ହେବ । ଏଥିପାଇଁ ୪,୩୮୨ କୋଟି ବିନିଯୋଗ କରିବାକୁ ଇଣ୍ଡିଆନ୍ ଅଏଲ୍‌ର ଅନୁମୋଦନ ମିଳିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୋସିଆଲ୍ ମିଡିଆ ଏକ୍ସ ଯୋଗେ ସୂଚନା ଦେଇଛନ୍ତି । ବୟନ ପାର୍କ ପ୍ରତିଷ୍ଠା ନେଇ ମଞ୍ଜୁର କରିଥିବାରୁ ପ୍ରଧାନମନ୍ତ୍ର
ଭଦ୍ରକରେ ହେବ ବୟନ ପାର୍କ


ଭୁବନେଶ୍ୱର, 21 ଡିସେମ୍ବର (ହି.ସ.) ଭଦ୍ରକରେ ବୟନ ପାର୍କ ସ୍ଥାପିତ ହେବ । ଏଥିପାଇଁ ୪,୩୮୨ କୋଟି ବିନିଯୋଗ କରିବାକୁ ଇଣ୍ଡିଆନ୍ ଅଏଲ୍‌ର ଅନୁମୋଦନ ମିଳିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୋସିଆଲ୍ ମିଡିଆ ଏକ୍ସ ଯୋଗେ ସୂଚନା ଦେଇଛନ୍ତି ।

ବୟନ ପାର୍କ ପ୍ରତିଷ୍ଠା ନେଇ ମଞ୍ଜୁର କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଧନ୍ୟବାଦ ଦେଇଛନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂ ପୁରୀ, ଇଣ୍ଡିଆନ୍ ଅଏଲ୍‌ଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande