ଧର୍ମଶାଳା,୨୧ ଡିସେମ୍ବର(ହି.ସ.) - ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ବରଦା ପଂଚାୟତସ୍ଥ ଧାମନଦୀ ଗ୍ରାମରେ ଗତ କାଲି ବିଳମ୍ବିତ ରାତି ଅଗ୍ନୀକାଣ୍ଡ ଘଟି ୨ ବଖରା ଛପର ଘର ପୋଡି ପାଉଁଶ ହୋଇଯାଇଛି । ଗ୍ରାମର ସିଦ୍ଧେଶ୍ୱର ମଳିକଙ୍କର ଘର ବୋଲି ଜଣାପଡିଛି । ତେବେ ଗତ କାଲି ରାତିରେ ସିଦ୍ଧେଶ୍ୱରଙ୍କ ପରିବାରର ସମସ୍ତ ସଭ୍ୟ ଘରେ ଶୋଇ ସାରିବା ପରେ ବିଳମ୍ବିତ ରାତିରେ ଘରେ କୌଣସି କାରଣରୁ ଘରେ ନିଆଁ ଲାଗି ଯାଇଥିଲା । ଫଳରେ ଗ୍ରାମବାସୀ ଓ ସ୍ଥାନୀୟ ଅଗ୍ନୀଶମ ବିଭାଗ ନିଆଁକୁ ଆୟତ କରିଥିଲେ । ହେଲେ ସେତବେଳକୁ ଘରର ସମସ୍ତ ଆସବାସପତ୍ର ପୋଡି ପାଉଁଶ ହୋଇଯାଇଥିଲା । ଆଜି ରାଜସ୍ୱ ନିରୀକ୍ଷକ ଘଟଣାସ୍ଥଳରେ ପଂହଚି କ୍ଷୟକ୍ଷତିର ଆକଳନ କରିଥିବା ବେଳେ ସ୍ଥାନୀୟ ଲୋକ ପ୍ରତିନିଧି ଅଗ୍ନୀବିପନ୍ନ ପରିବାରଙ୍କ ନିକଟରେ ପଂହଚି ସମବେଦନା ଜଣାଇବା ସହ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ