ସମ୍ବଲପୁର, ୦୩ ଡିସେମ୍ବର (ହି.ସ.) ପ୍ରତିବର୍ଷ ପରି, ଚଳିତ ବର୍ଷ ଦିଲ୍ଲୀ ପବ୍ଲିକ ସ୍କୁଲ ସମ୍ବଲପୁର ପକ୍ଷରୁ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଛାତ୍ରଛାତ୍ରୀ, ସମସ୍ତ ଶିକ୍ଷକ, କର୍ମଚାରୀଙ୍କ ସହଯୋଗରେ ୨୦୨୪-୨୫ ବର୍ଷର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଜାତା ଲେଙ୍କା ଏବଂ ଓଡିଶା ହକି ସଂଘ ଏବଂ ଟେବୁଲ୍ ଟେନିସ୍ ସଂଘର ଉପାଧ୍ୟକ୍ଷ ଜୀବନ୍ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ପତାକା ଉତ୍ତୋଳନ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପରିବେଷିତ ସ୍ୱାଗତ ଗୀତ ଏବଂ ନୃତ୍ୟ ଦ୍ୱାରା ପ୍ରତିଯୋଗିତାର ଶୁଭାରମ୍ଭ କରାଯାଇଥିଲା । ଦୌଡ କୁଦ, ଦୌଡ ଡିଆଁ, ଲମ୍ଫ ଜମ୍ପ, ହାଇ ଜମ୍ପ, ସର୍ଟଫୁଟ୍, ପରି ଅନେକ ଇଭେଣ୍ଟ କରାଯାଇଥିଲା । ଶେଷରେ ଅତିଥିଙ୍କ ଦ୍ୱାରା ବିଜେତାମାନଙ୍କୁ ପୁରସ୍କୃତ କରାଯିବା ସହ ସମସ୍ତ ଅଂଶଗ୍ରହଣକାରୀ ମାନଙ୍କୁ ଉତ୍ସାହିତ କରାଯାଇଥିଲା | ଆୟୋଜକମାନେ ଛାତ୍ରଛାତ୍ରୀଙ୍କୁ ପ୍ରଶଂସା କରିଥିଲେ । ଛାତ୍ରଛାତ୍ରୀ ତଥା ଶିକ୍ଷକମାନଙ୍କ ପାଇଁ ପଦକ ଏବଂ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟ ଅତିଥି ଛାତ୍ରଛାତ୍ରୀଙ୍କୁ ଓ ଅୟୋଜକଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ। ବିଦ୍ୟାଳୟର ଖେଳ ଶିକ୍ଷକ ଗିରିଶ କୁମାର ପ୍ରଧାନ, କୁମାରୀ ଜ୍ୟୋତିର୍ମୟୀ ସାହୁ ଏବଂ ଶିବଙ୍କ ନେତୃତ୍ୱରେ ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କ ସହଯୋଗ କରିଥିଲେ । ବିଦ୍ୟାଳୟର ଲୋକସମ୍ପର୍କ ଅଧିକାରିଣୀ ସାଲୁ ରାଜପୁତ ଜଣାଇଛନ୍ତି ଯେ ଏହି କ୍ରୀଡା ପ୍ରତିଯୋଗିତାରେ କନିଷ୍ଠ ବିଭାଗରେ ସତ୍ୟନ ନାୟକ , ସାରିଆ ପ୍ରଧାନ ଶ୍ରେଷ୍ଠ ବିବେଚିତ ହୋଇଥିଲାବେଳେ ବରିଷ୍ଠ ବିଭାଗରେ ଅଭିଷେକ ମିଶ୍ର ଓ ହିୟ ସାହ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି |
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ