ଢ଼ାକା, ୬ ଡିସେମ୍ବର (ହି.ସ.)- ବାଙ୍ଗଲାଦେଶରେ ସନାତନ ଜାଗରଣ ମଂଚ ର ମୁଖପାତ୍ର ଏବଂ ଇଂଟରନେଶନାଲ ସୋସାଇଟି ଫର୍ କୃଷ୍ଣ କନଶସନେସ୍ (ଇସ୍କନ)ର ସନ୍ଥ ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କୁ ଗିରଫ ପରେ ବାଛି ବାଛି ହିନ୍ଦୁ ମାନଙ୍କୁ ଟାର୍ଗେଟ୍ କରାଯାଉଛି । ହିନ୍ଦୁଙ୍କ ଉପରେ ଅତ୍ୟାଚାର ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚା ହେଉଛି । ଏସବୁ ମଧ୍ୟରେ ସୁନାମଙ୍ଗଜରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଫେସବୁକ୍ ପୋଷ୍ଟ ପରେ ହିନ୍ଦୁ ମାନଙ୍କକ ଘର ଏବଂ ମନ୍ଦିର ଉପରେ ଆକ୍ରମଣ ପରେ ଉତେଜନା ବୃଦ୍ଧି ପାଇଛି ।
ଢ଼ାକା ଟ୍ରିବ୍ୟୁନ ସମାଚାର ପତ୍ର ଅନୁସାରେ, ୨୧ ବର୍ଷିୟ ହିନ୍ଦୁ ଯୁବକ ଆକାଶ ଦାସଙ୍କ ଫେସବୁକ୍ ପୋଷ୍ଟ ରେ ଜାରି ହୋଇଥିବା ଏକ ଫଟୋକୁ ଅନ୍ୟ ସମୁଦାୟର ଲୋକ ରାଗି ଯାଇଥିଲେ । ଘୃଣାର ଏହି ତୋଫାନ ମଙ୍ଗଳବାର ରାତିରେ କୋହରାମ ମଚାଇ ଥିଲା । ହିନ୍ଦୁ ମାନଙ୍କ ଘର, ଦୋକାନ ଏବଂ ମନ୍ଦିରରେ ଭଙ୍ଗାରୁଜା ହୋଇଥିଲା । ଦୋବାରା ବଜାର ପୋଲିସ ଥାନା ଅଧିକାରୀ ଜାହିଦୁଲ ହକ୍ ଏହା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଏହି ଭିଡ଼ର କ୍ରୋଧକୁ ଦୃଷ୍ଟିରେ ରଖି ଆକାଶକୁ ପୋଲିସ ହେପାଜତରେ ନେଇଥିଲା । ସ୍ଥାନୀୟ ନେତା ଏବଂ ଧଧାର୍ମିକ ପ୍ରତିନିଧି ମାନଙ୍କ ସମର୍ଥନରେ ସେନାର ଯବାନ ମାନଙ୍କ ହସ୍ତକ୍ଷେପ ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ଉପଦ୍ରବୀ ମାନେ ମଙ୍ଗଲାର ଗ୍ରାମର ଲୋକନାଥ ମନ୍ଦିରକୁ ମଧ୍ୟ ଛାଡି ନଥିଲେ । ମଙ୍ଗଲାର ଗ୍ରାମରୁ ସୁନାମଗଞ୍ଜ ପହଂଚିଥିବା ଲୋକନାଥ ମନ୍ଦିର ପରିଚାଳନା କମିଟିର ମହାସଚିବ ଖୋକନ ରାୟଙ୍କ ଅନୁସାରେ, ଉପଦ୍ରବୀ ମାନେ ଲୋକନାଥ ମନ୍ଦିର ଉପରେ ଆକ୍ରମଣ କରିଥିଲେ । ଏହି ସମୟରେ ୧୫ ଲକ୍ଷରୁ ଉର୍ଦ୍ଧ୍ୱ ମୂଲ୍ୟର ଜିନିଷପତ୍ର ଚୋରି ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ