ଭଦ୍ରକ, ୭ ଡିସେମ୍ବର (ହି.ସ.) - ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଧୀକରଣର ସଚିବ ନେହା ଅଗ୍ରୱାଲ ସୂଚନା ଦେଇଛନ୍ତି ଯେ ଜିଲ୍ଲା କୋର୍ଟ ପରିସର, ନଳାଙ୍ଗ, ଭଦ୍ରକ ପରିସରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଚଳିତ ମାସ ୧ ୪ ତାରିଖ ଦିବା ୧୦ ଘଟିକା ସମୟରେ ଅନୁଷ୍ଠିତ ହେବ। ବିଚାରପତି ମାନେ ଉକ୍ତ ରାଷ୍ଟ୍ରୀୟ ଲୋକ ଅଦାଲତରେ ଉପସ୍ଥିତ ରହି ପଞ୍ଜିକୃତ ହୋଇଥିବା ଦେୱାନୀ, ଫୌଜଦାରୀ, ପାରିବାରିକ, ମୋଟର ଯାନ ଦୁର୍ଘଟଣା, ବ୍ୟାଙ୍କ ଋଣ ଜନିତ ମାମଲାଗୁଡିକର ଫଇସଲା କରାଯିବ। ଦରିଦ୍ର, ନିସ୍ପେଷିତ ଓ ଅବହେଳିତ ତଥା ଗ୍ରାମାଂଚଳର ଲୋକମାନେ ଏହି ଅଦାଲତରେ ଯେପରି ବିନା ମୂଲ୍ୟରେ ନ୍ୟାୟ ପାଇପାରିବେ। ଲୋକ ଅଦାଲତ ମାଧ୍ୟମରେ ଅସମାହିତ ମୋକଦ୍ଦମାଗୁଡିକର ଫଇସଲା କରାଯିବ। ଏହାର ସୁବିଧା ଯେପରି ଲୋକମାନେ ପାଇପାରିବେ ଓ ଏହାର ପ୍ରଚାର, ପ୍ରସାର ମାଧ୍ୟମରେ ଅଧିକରୁ ଅଧିକ ଲୋକ ଉପକୃତ ହୋଇ ପରିବେ ସେଥିପାଇଁ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ପ୍ରଚେଷ୍ଟା ଜାରି ରଖିଛନ୍ତି। ଜନସାଧାରଣ କୌଣସି ଦ୍ୱନ୍ଦ ବା ଭୟଭୀତ ନ ହୋଇ ଏକ ଦିଗରେ ଆଗେଇ ଆସିବାକୁ ନିବେଦନ କରାଯାଇଛି। ଏହାଦ୍ୱାରା ବହୁ ଲୋକ ଉପକୃତ ହୋଇପାରିବେ ବୋଲି ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ ସଚିବ ନେହା ଅଗ୍ରୱାଲ ଆଶା ପୋଷଣ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ