କଂଗ୍ରେସ ଭବନରେ ମହାତ୍ମାଗାନ୍ଧୀଙ୍କ ବେଲଗାଁଓ ଅଧିବେଶନର ସ୍ମୃତିଚାରଣ
ଭୁବନେଶ୍ୱର, 26 ଡିସେମ୍ବର (ହି.ସ.)ଅଖିଳ ଭାରତ କଂଗ୍ରେସ କମିଟିରେ ୧୯୨୪ ମସିହା ଆଜିର ଦିନ, ଡିସେମ୍ବର ୨୬ ତାରିଖରେ, ଅବିଭକ୍ତ ବମ୍ବେ ପ୍ରଦେଶର ବେଲଗାଁଓ ଠାରେ ମହା ଅଧିବେଶନରେ ଜାତିର ଜନକ ମହାତ୍ମାଗାନ୍ଧଙ୍କୁ ସର୍ବସମ୍ମତି କ୍ରମେ କଂଗ୍ରେସ ସଭାପତି ଭାବେ ନିର୍ବାଚିତ କରାଯାଇଥିଲା। ସେହି ଦିନକୁ ସ୍ମରଣ
କଂଗ୍ରେସ ଭବନରେ ମହାତ୍ମାଗାନ୍ଧୀଙ୍କ ବେଲଗାଁଓ ଅଧିବେଶନର ସ୍ମୃତିଚାରଣ


ଭୁବନେଶ୍ୱର, 26 ଡିସେମ୍ବର (ହି.ସ.)ଅଖିଳ ଭାରତ କଂଗ୍ରେସ କମିଟିରେ ୧୯୨୪ ମସିହା ଆଜିର ଦିନ, ଡିସେମ୍ବର ୨୬ ତାରିଖରେ, ଅବିଭକ୍ତ ବମ୍ବେ ପ୍ରଦେଶର ବେଲଗାଁଓ ଠାରେ ମହା ଅଧିବେଶନରେ ଜାତିର ଜନକ ମହାତ୍ମାଗାନ୍ଧଙ୍କୁ ସର୍ବସମ୍ମତି କ୍ରମେ କଂଗ୍ରେସ ସଭାପତି ଭାବେ ନିର୍ବାଚିତ କରାଯାଇଥିଲା। ସେହି ଦିନକୁ ସ୍ମରଣ କରି, ଆଜି ବେଲଗାଁଓ ଠାରେ ଅଖିଳ ଭାରତ କଂଗ୍ରେସ କମିଟିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ, କଂଗ୍ରେସ ସଭାପତି ଶ୍ରୀଯୁକ୍ତ ମଲ୍ଲିକାର୍ଜୁନ ଖର୍ଗେଙ୍କ ନେତୃତ୍ୱରେ ବସିଛି।

୧୦୦ ବର୍ଷର ଏହି ସ୍ମରଣୀୟ ଦିବସ ଅବସରରେ ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ କଂଗ୍ରେସ ଭବନ ଠାରେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ କହିଲେ ଯେ ଭାରତ ବର୍ଷର ସ୍ୱାଧୀନତା ସଂଗ୍ରାମକୁ ଯେଉଁମାନେ ବିରୋଧ କରୁଥିଲେ ବ୍ରିଟିସ ସରକାରର ଦଲାଲି କରୁଥିଲେ, ସେମାନେ ଆଜି ଭାରତ ବର୍ଷର ଶାସନ କ୍ଷମତାରେ ବସି, ଭାରତ ବର୍ଷର ଗୌରବମୟ ଗଣତନ୍ତ୍ରକୁ ହତ୍ୟା କରିବା ପାଇଁ ସମସ୍ତ ପ୍ରକାର ଚକ୍ରାନ୍ତ କରୁଛନ୍ତି। ଭାରତ ବର୍ଷରେ କଂଗ୍ରେସ ସଂଗଠନ ଏହାକୁ ନିତିଗତ ଭାବେ ବିରୋଧ କରୁଛି। ଆଗାମୀ ଦିନରେ ବିରୋଧ କରିବ ମଧ୍ୟ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ସ୍ୱାଗତ ଭାଷଣ ଦେଇଥିଲେ ଓ ସୁବ୍ରତ ମହାପାତ୍ର ଧନ୍ୟବାଦ ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande