ବିଜେପି ସରକାରରେ ଚାଷୀଙ୍କ ଖୁସିକୁ ସହ୍ୟ କରିପାରୁନି ବିଜେଡି - ମାନସ ରଞ୍ଜନ ବକ୍ସି
ସମ୍ବଲପୁର, ୨୬ ଡିସେମ୍ବର (ହି.ସ.)- ଗତ ନିର୍ବାଚନରେ ଦେଇଥିବା ବିଭିନ୍ନ ପ୍ରତିଶ୍ରୁତିକୁ ଗୋଟିଏ ପରେ ଗୋଟିଏ ପାଳନ କରି ଚାଲିଛି ରାଜ୍ୟର ବିଜେପି ସରକାର । ସରକାର ଗଠନର ଛ ମାସ୍ ନ ପୁରୁଣୁ ପ୍ରମୁଖ ଦୁଇଟି ପ୍ରତିଶ୍ରୁତି ଧାନ କ୍ୟୁଣ୍ଟାଲ ପ୍ରତି ୩୧୦୦ ପ୍ରଦାନ ଓ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ଆର୍ଥିକ ଅନ
ବିଜେପି ସରକାରରେ ଚାଷୀଙ୍କ ଖୁସିକୁ ସହ୍ୟ କରିପାରୁନି ବିଜେଡି - ମାନସ ରଞ୍ଜନ ବକ୍ସି


ସମ୍ବଲପୁର, ୨୬ ଡିସେମ୍ବର (ହି.ସ.)- ଗତ ନିର୍ବାଚନରେ ଦେଇଥିବା ବିଭିନ୍ନ ପ୍ରତିଶ୍ରୁତିକୁ ଗୋଟିଏ ପରେ ଗୋଟିଏ ପାଳନ କରି ଚାଲିଛି ରାଜ୍ୟର ବିଜେପି ସରକାର । ସରକାର ଗଠନର ଛ ମାସ୍ ନ ପୁରୁଣୁ ପ୍ରମୁଖ ଦୁଇଟି ପ୍ରତିଶ୍ରୁତି ଧାନ କ୍ୟୁଣ୍ଟାଲ ପ୍ରତି ୩୧୦୦ ପ୍ରଦାନ ଓ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ଆର୍ଥିକ ଅନୁଦାନ ରାଜ୍ୟବାସୀଙ୍କୁ ଯେତିକି ଖୁସି ଦେଇଛି ତା ଠୁଁ ବେଶୀ ମୋହନ୍ ମାଝୀ ସରକାର ପ୍ରତି ବିଶ୍ୱାସ ବଢ଼େଇଛି ।

ଚାଷୀକୂଳର ଖୁସି, ମହିଳାଙ୍କ ଆତ୍ମ ନିର୍ଭରଶିଳତା ଓ ସରକାର ପ୍ରତି ଲୋକଙ୍କର ବିଶ୍ୱାସ କୁ ଦେଖି ସହ୍ୟ କରି ପାରୁନାହିଁ ବିଜେଡ଼ି । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିବୃତିକୁ ନେଇ ପ୍ରତିକ୍ରିୟା ରଖିଥିବା ବିଜେଡ଼ି ମୁଖପାତ୍ର ଡ.ଲେଲିନ ମହାନ୍ତି ନିଜ ସରକାରର ଚାଷୀ ମାରଣା ନୀତିକୁ ବୋଧେ ଭୁଲି ଯାଇଛନ୍ତି । ଦୀର୍ଘ ୨୪ ବର୍ଷ ଧରି ରାଜ୍ୟରେ ଶାସନ କଲା ଭିତରେ ମାତ୍ର ଥରେ ୨୦୧୬ ରେ ଧାନ କ୍ୟୁଣ୍ଟଲ ପ୍ରତି ୧୦୦ ଟଙ୍କା ବୋନସ ଦେବାର ପ୍ରତିଶୃତି ଦେଇଥିଲେ ହେଲେ ଦିର୍ଘ ୮ ବର୍ଷରେ ଟଙ୍କା ଟିଏ ମଧ୍ଯ ବୋନସ ଦେଲେ ନହିଁ । ସରକାରି ବାବୁ, ବିଜେଡ଼ି ନେତା ଓ ମିଲର୍ସଙ୍କ ମଧୁଚନ୍ଦ୍ରିକା ଫଳରେ କଟନି ଛଟଣି କରି ଚାଷୀଙ୍କୁ ଶୋଷଣ କଲେ । ଧାନ କିଣାର ଟୋକନ୍ ର ଅବ୍ୟବସ୍ଥା, ମଣ୍ଡିରେ ଅବ୍ୟବସ୍ଥା, ଧାନ କିଣା ପାଉଣା ଦେବାରେ ଅବ୍ୟବସ୍ଥାରେ ଚାଷୀକୁଳ ହେଉଥିଲେ ହନ୍ତସନ୍ତ ।

ବିଜେଡି ସରକାର ସମୟରେ ଭୁଶୁଡ଼ି ପଡ଼ିଥିବା କୃଷି କୃଷକ ବ୍ୟବସ୍ଥାକୁ ଆଜି ଯେତେେଳେ ବିଜେପି ସରକାର ମାତ୍ର ଛ ମାସରେ ବ୍ୟବସ୍ଥାକୁ ସଜାଡି ଚାଷୀଙ୍କ ମୁହଁରେ ହସ ଫୁଟେଇ ପାରିଛି ତାହା ଗତ ବିଜେଡ଼ି ସରକାରର ସ୍ଥାଣୂତା , ଅପାରଗତା, ଭ୍ରଷ୍ଟାଚାର ଓ କୃଷକ ମାରାଣା ନୀତିର ପର୍ଦ୍ଦାଫାଶ କରିଛି । ତେଣୁ ନିଜ ଦୋଷ ଦୁର୍ବଳତା ଓ ଅସଫଳତାକୁ ଲୁଚେଇବା ପାଇଁ ବିଜେଡ଼ି ମିଥ୍ୟା ଓ ଭ୍ରମିତ୍ ତଥ୍ୟ ରଖି ବିଜେପିକୁ ଟାର୍ଗେଟ କରିବାର ଅପଚେଷ୍ଟା କରୁଛି ବୋଲି କହିଛନ୍ତି ବିଜେପି ରାଜ୍ୟ ପେନାଲିଷ୍ଟ ମାନସ ରଞ୍ଜନ ବକ୍ସି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande