ଏଫଏକ୍ୟୁ ମାନ କୋହଳ, କୃଷି ଇନପୁଟ୍ ସହାୟତା ଦୁଇଗୁଣା ବୃଦ୍ଧି, କୃଷିଋଣ ଛାଡ ପ୍ରଭୃତି ଦାବିରେ କୃଷି, ରାଜସ୍ୱ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀଙ୍କୁ କିଷାନ କଂଗ୍ରେସର ସ୍ମାରକପତ୍ର
ଭୁବନେଶ୍ୱର, 26 ଡିସେମ୍ବର (ହି.ସ.)- ଲଗାତାର ଭାବେ ଏକ ସପ୍ତାହ ହେଲା ଲଘୁଚାପ ଜନିତ ବର୍ଷା ଲାଗି ରହିଥିବାରୁ ରାଜ୍ୟର୨୧ଟି ଜିଲ୍ଲାରେ ଖରିଫ୍ ଧାନ, କପା, ପାନ, ଚିନାବାଦାମ, ରବି ପନିପରିବା, ଡାଲି ଓ ତୈଳବୀଜ ଜାତୀୟ ଫସଲ ବ୍ୟାପକ ଭାବରେ ନଷ୍ଟ ହୋଇଛି। ପାଚିଲା ଧାନ ଗଜା ହେଲାଣି। ଖାଲୁଆ ଜମିରୁ ଧାନ କାଟି
ଏଫଏକ୍ୟୁ ମାନ କୋହଳ, କୃଷି ଇନପୁଟ୍ ସହାୟତା ଦୁଇଗୁଣା ବୃଦ୍ଧି, କୃଷିଋଣ ଛାଡ ପ୍ରଭୃତି ଦାବିରେ କୃଷି, ରାଜସ୍ୱ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀଙ୍କୁ କିଷାନ କଂଗ୍ରେସର ସ୍ମାରକପତ୍ର


ଭୁବନେଶ୍ୱର, 26 ଡିସେମ୍ବର (ହି.ସ.)- ଲଗାତାର ଭାବେ ଏକ ସପ୍ତାହ ହେଲା ଲଘୁଚାପ ଜନିତ ବର୍ଷା ଲାଗି ରହିଥିବାରୁ ରାଜ୍ୟର୨୧ଟି ଜିଲ୍ଲାରେ ଖରିଫ୍ ଧାନ, କପା, ପାନ, ଚିନାବାଦାମ, ରବି ପନିପରିବା, ଡାଲି ଓ ତୈଳବୀଜ ଜାତୀୟ ଫସଲ ବ୍ୟାପକ ଭାବରେ ନଷ୍ଟ ହୋଇଛି। ପାଚିଲା ଧାନ ଗଜା ହେଲାଣି। ଖାଲୁଆ ଜମିରୁ ଧାନ କାଟି ଆଣିବା ଆଉ ସମ୍ଭବପର ନୁହେଁ। କଟା ଯାଇଥିବା ପାଚିଲା ଧାନ ଖଳାକୁ ଆସିବା କାଠିକର ପାଠ। ବହୁଜାଗାରେ ଅମଳ ଧାନ ମଧ୍ୟ ଅସୁରକ୍ଷିତ। ତତ୍‌ସହିତ ପନିପରିବା ଫସଲ ବିରି ମୁଗ ପ୍ରଭୃତିରେ ଜଉ, ପାଉଁଁଶିଆ ଓ ପତ୍ରପୋଡ଼ା ପୋକ ଲାଗି ବ୍ୟାପକ ଭାବେ ନଷ୍ଟ ହେଲାଣି। ଚାଷକୁଳ ବର୍ତ୍ତମାନ ବେସାହାରା। ନିକଟରେ ସରକାର ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଯୋଗାଇ ଦେବାକୁ କରିଥିବା ଘୋଷଣା ଚାଷୀମାନଙ୍କ ମନରେ କେତେକାଂଶରେ ଆଶ୍ୱସ୍ତି ସୃଷ୍ଟି ହେଉଥିବା ବେଳେ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁଯାୟୀ କେବେ ସହାୟତା ପାଇବେ ଚାଷୀ ଚାତକ ପରି ଚାହିଁ ବସିଛନ୍ତି। ଯଦି ଚିରା ଚରିତ ଢଙ୍ଗରେ ପୁଣି ସେହି ସହାୟତା ପ୍ରଦାନ କରାଯାଏ ତେବେ ଏଥିରେ ଚାଷୀଙ୍କ କ୍ଷତି ଭାରଣା ହେବା ସମ୍ଭବ ନୁହେଁ। ତେଣୁ ଆଜି ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କୁ ୧୦ ଦଫା ସମ୍ବଳୀତ ଏକ ଦାବିପତ୍ର ଦେବା ସହିତ ଲଘୁଚାପ ଜନିତ ବର୍ଷାରେ କ୍ଷତିଗ୍ରସ୍ତ ଧାନର ଏଫଏକ୍ୟୁମାନ କୋହଳ କରି କ୍ୱିଣ୍ଟାଲ ପ୍ରତି ୩୧ଶହ ଟଙ୍କାରେ ଚାଷୀଙ୍କଠାରୁ ସବୁ ବଳକା ଧାନକ୍ରୟ, କୃଷି ଋଣ ଛାଡ଼, ପ୍ରଚଳିତ କୃଷି ଇନପୁଟ୍ ସହାୟତାର ଦୁଇଗୁଣା ବୃଦ୍ଧି, ଭାଗଚାଷୀମାନଙ୍କୁ ସ୍ୱତନ୍ତ୍ର ସହାୟତା, ନିର୍ଦ୍ଧାରିତ ସମୟରେ ମଣ୍ଡି ଖୋଲିବା, କଟନୀ-ଛଟନୀ ବନ୍ଦ, ଚାଷୀଙ୍କୁ ଅଖା ମୂଲ୍ୟ ପ୍ରଦାନ, ପ୍ରଧାନମନ୍ତ୍ରୀ ଫସଲବୀମା ସର୍ତ୍ତାବଳୀ ଅନୁଯାୟୀ କ୍ଷତିଗ୍ରସ୍ତ ଚାଷୀଙ୍କୁ ଅଗ୍ରୀମ ରୂପେ ବୀମା ସହାୟତା ରାଶି ପ୍ରଦାନ, ରିଲିଫ୍ କୋର୍ଡ଼ର ସଂଶୋଧନ, ରବି ଚାଷ ପାଇଁ ଚାଷୀଙ୍କୁ ତୈଳବୀଜ, ଡାଲି, ପନିପରିବା ବିହନ ମାଗଣାରେ ଯୋଗାଣ, ନିକଟରେ ଫସଲ ହାନୀ ଓ ଋଣ ବୋଝରେ ମୃତ୍ୟୁବରଣ କରିଥିବା ଦୁଇଜଣ ଚାଷୀ ପରିବାରକୁ ଅନୁକମ୍ପା ମୂଳକ ୧୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ, କୃଷି କାର୍ଯ୍ୟପାଇଁ ସମ୍ପୂର୍ଣ୍ଣ ବିଜୁଳି ଶୁଳ୍କ ଛାଡ଼ କରିବାକୁ ଏହି ଦାବୀପତ୍ରରେ ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି। ଯଦି ଏହି ଦାବିଗୁଡ଼ିକ ତୁରନ୍ତ ପୂରଣ କରା ନ ଯାଏ ଆସନ୍ତା ଜାନୁଆରୀ ୯ ତାରିଖ ପରିବର୍ତ୍ତେ ୮ ତାରିଖ ବୁଧବାର ଦିନ ଜିଲ୍ଲାପାଳମାନଙ୍କ କାର୍ଯ୍ୟାଳୟ ସମ୍ମୁଖରେ କିଷାନ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଜିଲ୍ଲାପାଲମାନଙ୍କୁ ଦାବିପତ୍ର ପ୍ରଦାନ କରାଯିବ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande