କୁମାରବସ୍ତ ଲୋକନାଥ କ୍ରିକେଟ୍କୁମାରବସ୍ତ ଓ ଯାଆଁଳା ବିଜେତା
Odisha, 7 ଡିସେମ୍ବର (ହି.ସ.)ଖୋର୍ଦ୍ଧା, ଖୋର୍ଦ୍ଧା ଉପକଣ୍ଠ କୁମାରବସ୍ତ ରାଇଜିଂଷ୍ଟାର କ୍ରିକେଟ୍ କ୍ଳବ ଆନୁକୁଲ୍ୟରେ ଲୋକନାଥ ଦେବ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ କୁମାରାବସ୍ତ ଖେଳପଡିଆ ର ଆଜି ଚତୁର୍ଦଶ ଦିବସରେ ପ୍ରଥମ ମିନି ଆଧାର ମ୍ୟାଚ୍ ରେ କୁମାରବସ୍ତ ଦଳ ଅରିସଲ ଦଳ କୁ ୧୪ ରନ୍ ରେ ପରାସ୍ତ କରି ବିଜ
Criket


Odisha, 7 ଡିସେମ୍ବର (ହି.ସ.)ଖୋର୍ଦ୍ଧା, ଖୋର୍ଦ୍ଧା ଉପକଣ୍ଠ କୁମାରବସ୍ତ ରାଇଜିଂଷ୍ଟାର କ୍ରିକେଟ୍ କ୍ଳବ ଆନୁକୁଲ୍ୟରେ ଲୋକନାଥ ଦେବ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ କୁମାରାବସ୍ତ ଖେଳପଡିଆ ର ଆଜି ଚତୁର୍ଦଶ ଦିବସରେ ପ୍ରଥମ ମିନି ଆଧାର ମ୍ୟାଚ୍ ରେ କୁମାରବସ୍ତ ଦଳ ଅରିସଲ ଦଳ କୁ ୧୪ ରନ୍ ରେ ପରାସ୍ତ କରି ବିଜେତା ହୋଇଛି। ଟସ୍ ରେ ଜିତି ପ୍ରଥମେ କୁମାରବସ୍ତ ଦଳ ବ୍ୟାଟିଂ କରି ୮ ୱିକେଟ ହରାଇ ୧୪୩ ରନ କରିଥିଲେ। ଦଳ ପକ୍ଷରୁ ବନବିହାରୀ ସ୍ୱାଇଁ ୨୮,ଜ୍ୟୋତିରଞ୍ଜନ ସେନାପତି ୨୭ ଓ ସୋଭାକର୍ ପାତ୍ର ୨୨ ରନ୍ କରିଥିଲେ।ଜବାବରେ ଅରିସଲ୍ ଦଳ ଶୁଭେନ୍ଦୁ ପ୍ରଧାନ ୩୬ ରନ୍ ଓ ପ୍ରବୀଣ ପରିଡ଼ାଙ୍କ ୧୯ ରନ୍ ବଳରେ ମାତ୍ର ୧୪.୩ ଓଭର ରେ ୧୦ ଟି ୱିକେଟ୍ ହରାଇ ମାତ୍ର ୧୨୯ ରନ ରେ ସୀମିତ ରହିଥିଲେ ଓ ଏହି ଗ୍ରୁପ ର ଉପ ବିଜେତା ହୋଇଥିଲେ।ଏହି ଗ୍ରୁପ ଖେଳରେ ଶ୍ରେଷ୍ଠ ବ୍ୟାଟର ଶୁଭେନ୍ଦୁ ପ୍ରଧାନ,ଶ୍ରେଷ୍ଠ ବୋଲର ସୋମନାଥ ପଳେଇ, ଶ୍ରେଷ୍ଠ ଖେଳାଳି ଜ୍ୟୋତିରଞ୍ଜନ ସେନାପତି, ମ୍ୟାନ ଅଫ ଦି ସିରିଜ ଅମ୍ଳାନ ରାଉତରାୟ ଘୋଷିତ ହୋଇ ପୁରସ୍କୃତ ହୋଇଛନ୍ତି। ଆଧାର କାର୍ଡ ଦ୍ଵିତୀୟ ମ୍ୟାଚ୍ ରେ ଯାଆଁଳା ଦଳ ବାଙ୍କୁଆଳ ଦଳକୁ ୫ ୱିକେଟ ରେ ପରାସ୍ତ କରିଛି। ବାଙ୍କୁଆଳ ଦଳ ପ୍ରଥମେ ବ୍ୟାଟିଂ କରି ଆଦିତ୍ୟ ଦାସ ଙ୍କ ୨୬ ରନ ଓ ଗୌତମ ସ୍ୱାଇଁ ଙ୍କ ୨୫ ରନ୍ ସହାୟତାରେ ୧୧.୫ ଓଭର ରେ ୧୦ ୱିକେଟ ହରାଇ ୧୧୫ ରନ ସଂଗ୍ରହ କରିଥିଲେ।ଜବାବରେ ଯାଆଁଳା ଦଳ ୧୧.୪ ଓଭର ରେ ୫ ଟି ୱିକେଟ ହରାଇ ଆବଶ୍ୟକ ୧୧୬ ରନ ସଂଗ୍ରହ କରିନେଇଥିଲେ । ଦଳ ତରଫରୁ ଅଭିମନ୍ୟୁ ସ୍ୱାଇଁ ୪୨ ରନ୍ ଓ ଅଭିଷେକ ପଟ୍ଟନାୟକ ୨୮ ରନ୍ କରିଥିଲେ। ଯାଆଁଳା ଦଳ ବିଜେତା ଓ ବାଙ୍କୁଆଳ ଦଳ ଉପ ବିଜେତା ହୋଇଥିଲେ। ଶ୍ରେଷ୍ଠ ବ୍ୟାଟର ଅଭିଷେକ ପଟ୍ଟନାୟକ, ଶ୍ରେଷ୍ଠ ବୋଲର ଶ୍ରୀକାନ୍ତ ମହାରଣା,ଶ୍ରେଷ୍ଠ ଖେଳାଳି ଓ ମ୍ୟାନ୍ ଅଫ ଦି ସିରିଜ୍ ଅଭିମନ୍ୟୁ ସ୍ୱାଇଁ ଅତିଥି ମାନଙ୍କଠୁ ପୁରସ୍କୃତ ହୋଇଛନ୍ତି।ଆଜି ମୁଖ୍ୟ ଅତିଥି ଭାବେ ପୂର୍ବତନ ଖୋର୍ଦ୍ଧା ଜିଲ୍ଲା ଯୋଜନ କମିଟି ଅଧ୍ୟକ୍ଷ ,ପୂର୍ବତନ ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା କ୍ରିକେଟ ସଂଘ ସଭାପତି ରାଜେନ୍ଦ୍ର କୁମାର ସାହୁ ଓ କୁମାରବସ୍ତ ଗ୍ରାମର ବହୁ ମୂରବୀ ଶ୍ରେଣୀୟ ବ୍ୟକ୍ତିତ୍ଵ ମାନେ ରହି ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିଲେ।ଖେଳକୁ ଛବି ନାରାୟଣ ସାହୁ , ସାନୁଜ ବିଶ୍ଵାଳ,ଦୁର୍ଯ୍ୟୋଧନ ପରିଡ଼ା ପରିଚାଳନା କରିଥିଲେ। କାଜଲ ବଳିଆର୍ଶିଂ ଓ ସଞ୍ଜୟ ପାଇକରାୟ ମ୍ୟାଚ୍ ରେଫରୀ ଭାବରେ କାର୍ଯ୍ୟ କରିଥିଲେ।ସ୍କୋରର ଭାବେ ରଂଜନ ବରାଳ,ପ୍ରକାଶ ସାହୁ ,ସିବଦତ ବଡ଼ଜେନା ଓ ଅର୍ଜୁନ ପରିଡ଼ା ଥିଲେ। ସଂଯୋଜକ ଭାବେ ଅବ୍ୟକ୍ତ ହରିହର ଖାଡଙ୍ଗା ଏବଂ ଏସ ଆର ରାୟ କାର୍ଯ କରିଥିଲେ।ଘୋଷକ ଭାବେ ପାର୍ଥସାରଥୀ ରାଉତରାୟ ,ଅମିୟ ପ୍ରଧାନ ଓ କମଳ ଥିଲେ।୦୮/୧୨/୨୪ ରବିବାର ଦିନ ପ୍ରଥମ ମ୍ୟାଚ୍ କୁମାରବସ୍ତ ଭେଟେରାନ୍ ବନାମ ଗୁରୁଜଙ୍ଗ ଭେଟେରାନ୍ ଓ ଦ୍ଵିତୀୟ ମ୍ୟାଚ୍ ଟି ଫାଇନାଲ ମ୍ୟାଚ ଭଳିଆବାଡି ବନାମ ଢେଙ୍କାନାଳ ମଧ୍ୟରେ ହେବ ବୋଲି ବନ ବିହାରୀ ସ୍ୱାଇଁ ଜଣାଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande