ଘଟଗାଁ ୭ଡିସେମ୍ବର (ହିସ)
ଆନନ୍ଦପୁର ପୌର ପରିଷଦ ଅନ୍ତର୍ଗତ ଶାଳପଡ।୧୨ ଜଂ ୱାର୍ଡ଼ର ସମାଜ ସେବୀ ବିମଳ ଙ୍କ ଝିଅ ଶୁଭଲକ୍ଷ୍ମି ଦାସ କେନ୍ଦ୍ରିୟ ବିଶ୍ଵବିଦ୍ୟାଳୟ
ମୋଟିହାରୀ ବିହାର ର ଅର୍ଥଶାସ୍ତ୍ରବିଭାଗ ସ୍ନାତକୋତ୍ତର ରେ ଟପର ହୋଇ ସୁନାମ ଅର୍ଜନ କରିଛନ୍ତି । ଏନେଇ ଭାରତ ସରକାରଙ୍କ ତରଫରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭାରତର ଉପରାଷ୍ଟ୍ରପତି ଙ୍କ ଠାରୁ ଶୁଭଲକ୍ଷ୍ମି ଙ୍କୁ ସୂର୍ଣ୍ଣ ପଦକ ସହ ଏକ ପଗଡି ଗ୍ରହଣ କରିଛନ୍ତି | ଶୁଭଲଷ୍ମି ନିଜର ଶିକ୍ଷା ମାଟ୍ରିକ ଶାଳପଡ଼ା କ୍ଷେତ୍ରମୋହନ ବିଦ୍ୟାପିଠ ରେ ଅଧ୍ୟୟନ କରିଥିଲେ ।ପରେ କିଟ୍ ରେ ଡିପ୍ଲମା କରିବାପରେ ସମ୍ବଲପୁର ବୀରସୁରେନ୍ଦ୍ର ସାଏ ବିଶ୍ଵବିଦ୍ୟାଳୟ ଅଧୀନରେ ବିଟେକ୍ କରି ଟପର ହୋଇଥିଲେ। ପରବର୍ତ୍ତୀ ସମୟରେ ସୁଭଲକ୍ଷ୍ମି ମହାତ୍ମା ଗାନ୍ଧୀ କେନ୍ଦ୍ରିୟ ବିଶ୍ଵବିଦ୍ୟାଳୟ
ମୋଟିହାରୀ ବିହାର ର ଅର୍ଥଶାସ୍ତ୍ରବିଭାଗ ସ୍ନାତକୋତ୍ତର ରେ ଟପର ହୋଇ ସୁନାମ ଅର୍ଜନ କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ସଫଳତା ପାଇଁ ମହାତ୍ମା ଗାନ୍ଧୀ କେନ୍ଦ୍ରାୟ ବିଶ୍ବବିଦ୍ୟାଳୟ ର ଅଧ୍ୟାପକ ଅଧ୍ୟାପିକା ଙ୍କ ସହ
କେନ୍ଦୁଝର ଜିଲ୍ଲା ରେ ଆନନ୍ଦର ଲହରୀ ଦେଖିବାକୁ ମିଳିଛି ।ସେ ନିଜର ବି ଅଧ୍ୟବସାୟ ଜାରୀ ରଖି ବହୁ ପଦବୀ ବି ହାତେଇ ଥିବା ବେଳେ ଏବେ ତାଙ୍କ ନିକଟକୁ ଚାରି ଆଡ଼ୁ ବହୁ ଶୁଭ କାମନା ସହିତ ଶୁଭେଚ୍ଛା ର ସୁଅ ବି ଛୁଟିଁ ଥିବା ବେଳେ ଏହାକୁ ନେଇ କି ତାଙ୍କ ପ୍ରତିକ୍ରିୟା ରେ ନିଜର ଶୁଭେଚ୍ଛୁ ଓ ପିତା ମାତା ଙ୍କ ପରିବାର ସବୁ ଶ୍ରେୟ ପ୍ରଦାନ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ