ସମ୍ବଲପୁର ନାଟ୍ୟକଳା ପରିଷଦ ପକ୍ଷରୁ ବିଶ୍ଵ ନାଟ୍ୟ ଦିବସ
ସମ୍ବଲପୁର, ୨୮ ମାର୍ଚ୍ଚ (ହି.ସ.)- ସମ୍ବଲପୁର ନାଟ୍ୟକଳା ପରିଷଦ ପକ୍ଷରୁ ବିଶ୍ଵ ନାଟ୍ୟ ଦିବସ ସଭା ଅନୁଷ୍ଠାନର ସଭାପତି ଡ
ସମ୍ବଲପୁର ନାଟ୍ୟକଳା ପରିଷଦ ପକ୍ଷରୁ ବିଶ୍ଵ ନାଟ୍ୟ ଦିବସ


ସମ୍ବଲପୁର, ୨୮ ମାର୍ଚ୍ଚ (ହି.ସ.)- ସମ୍ବଲପୁର ନାଟ୍ୟକଳା ପରିଷଦ ପକ୍ଷରୁ ବିଶ୍ଵ ନାଟ୍ୟ ଦିବସ ସଭା ଅନୁଷ୍ଠାନର ସଭାପତି ଡଃ. ଶିବନାରାୟଣ ଶତପଥିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା । ଏହି ସଭାରେ ମୁଖ୍ୟଅତିଥି ଆକାଶବାଣୀର ପ୍ରାକ୍ତନ କାର୍ଯ୍ୟକ୍ରମ ନିର୍ବାହୀ ମୁରଲୀଧର ପଣ୍ଡା ଯୋଗଦେଇ ପଶ୍ଚିମ ଓଡିଶାର ଗ୍ରାମାଚଂଳରେ ଥିବା ନାଟକ ପ୍ରତି ସମର୍ପିତ ଅନେକ ନାଟ୍ୟ ବ୍ୟକ୍ତିତ୍ଵଙ୍କ ଦୃଷ୍ଟାନ୍ତ ଦେଇଥିଲେ । ମୁଖ୍ୟବକ୍ତା ଅଭିନେତା ସୌମେନ୍ଦ୍ର ପୂଜାରୀ କହିଲେ ଯେ ନାଟକ ପାଇଁ ବର୍ତମାନ ଯୁବପିଢୀ ଆଗେଇ ଆସିବା ଉଚିତ କାରଣ ସେମାନେ ହିଁ ଆମର ନାଟ୍ୟ ସମ୍ପର୍କୀୟ ବିଚାରଧାରାକୁ ଆଗେଇ ନେବେ ।

ଏହି ଅବସରରେ ବିଶିଷ୍ଟ ନାଟ୍ୟକାର ସନ୍ତୋଷ କୁମାର ପ୍ରଧାନଙ୍କୁ ‘ନାଟ୍ୟକଳା’ ସମ୍ମାନ ପ୍ରଦାନ କରାଯାଇଥିଲା । ସମ୍ପାଦକ ଡ. ସିଦ୍ଧାର୍ଥ ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସହସମ୍ପାଦକ ବୀରୁପାକ୍ଷ ପ୍ରଧାନ ସଂଯୋଜନା କରିଥିଲେ । ଗୁରୁ ତ୍ରିଲୋଚନ ତ୍ରିପାଠୀଙ୍କ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ ପରେ ସଭ୍ୟ ସୁକାନ୍ତ କର ଚଳିତ ବର୍ଷର ବିଶ୍ୱ ନାଟ୍ୟ ଦିବସର ବାର୍ତାର ସମ୍ବଲପୁରୀ ଅନୁବାଦ ପାଠ କରିଥିଲେ । ଗାୟତ୍ରୀ ବହିଦାରଙ୍କ ସଂଯୋଜନାରେ ଅତିଥିମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବରିଷ୍ଠ ସଦସ୍ୟା ସଂଯୁକ୍ତା ପଣ୍ଡା ମାନପତ୍ର ପାଠ କରିଥିଲେ । ଶେଷରେ ସନ୍ତୋଷ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ପ୍ରଦୀପ୍ତ/ସମନ୍ୱୟ


 rajesh pande