ଆବାସିକ ଶିଶୁ ବିଦ୍ୟାମନ୍ଦିର ୭ତମ ବର୍ଷିକ ଉତ୍ସବ ପାଳିତ
ଘଟଗାଁ ୨୮ମାର୍ଚ୍ଚ ( ହିସ): କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ସଅଁରାପଶି ଆବାସିକ ଶିଶୁ ଵିଦ୍ୟା ମନ୍ଦିର ରେ ଆଜ
ଆବାସିକ ଶିଶୁ ବିଦ୍ୟାମନ୍ଦିର ୭ତମ ବର୍ଷିକ ଉତ୍ସବ ପାଳିତ


ଘଟଗାଁ ୨୮ମାର୍ଚ୍ଚ ( ହିସ): କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ସଅଁରାପଶି ଆବାସିକ ଶିଶୁ ଵିଦ୍ୟା ମନ୍ଦିର ରେ ଆଜ ଶୁକ୍ରବାର ଦିନ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ବର୍ଷିକ ଉତ୍ସବ କାର୍ଯ୍ୟକ୍ରମ ର ବିବରଣୀ ପାଠ କରିଥିବା ଲକ୍ଷ୍ମୀକାକ୍ତି ବେହେରା କରିଥିବା ବେଳେ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ନମିତା ମହାନ୍ତ ଏବଂ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟା କଳ୍ପନା ମହାନ୍ତ ଙ୍କ ସଭାପତିତ୍ୱ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା। ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ନୃସିଂହ ନାଥ ମୁଖ୍ୟ ବକ୍ତା ଭାବେ ବରିଷ୍ଟ କବି ଲେଖକ ଭରତ ଚନ୍ଦ୍ର ସାହୁ ଯୋଗ ଦେଇଥିଲେ।କୃତି ଛାତ୍ର ଛାତ୍ରୀ ୫ ଜଣଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇ ଥିଲା।ମୁଖ୍ୟ ବକ୍ତା ଛାତ୍ରଛାତ୍ରୀ ଙ୍କ ଶିକ୍ଷା ସଂସ୍କାର ଉନ୍ନତି ଦିଗରେ ନିଜର ଅଭିଭାଷଣ ରଖିଥିଲେ। ଉପସ୍ଥିତ ରହି ଶିଶୁ ଶିକ୍ଷା ର ବିକାଶ ପଥରେ ଅଭିଭାଷଣ ରଖିଥିଲେ। ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପ୍ରତିଷ୍ଠା ଦାତା ରଇଦାସ ମହାନ୍ତ ଯୋଗଦାନ କରିଥିଲେ। ଏହି ବାର୍ଷିକ ଉତ୍ସବ କାର୍ଯ୍ୟ କ୍ରମକୁ ସହଯୋଗ କରିଥିବା ବିଦ୍ୟାଳୟର ଗୁରଜୀ ଗୁରୁମା ମାନେ ହେଲେ ବିଶ୍ୱକଲ୍ୟାଶି ମହାନ୍ତ, ରିନା ନାଏକ, ବାସନ୍ତୀ ବିରୁଆ ପଦ୍ମାବତୀ ସେଠୀ, ଦୀପ୍ତିମୟୀ ନାଏକ ଓ ସ୍ୱପ୍ନ କୁମାର ନାଏକ ସହ ଛାତ୍ରଛାତ୍ରୀ କ୍ରୀଡା ର ମଧ୍ୟରେ ସାଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

/ସମନ୍ୱୟ


 rajesh pande