ଗୁଡ୍ ଫ୍ରାଇଡେ ଅବସରରେ ରାଜ୍ୟପାଳଙ୍କ ବାର୍ତ୍ତା
ଭୁବନେଶ୍ୱର, 29 ମାର୍ଚ୍ଚ (ହି.ସ.) - ଗୁଡ୍ ଫ୍ରାଇଡେ ଅବସରରେ ରାଜ୍ୟପାଳଙ୍କ ବାର୍ତ୍ତା । ଗୁଡ୍ ଫ୍ରାଇଡେ ଅବସରରେ ପ୍ରଭୁ
ଗୁଡ୍ ଫ୍ରାଇଡେ ଅବସରରେ ରାଜ୍ୟପାଳଙ୍କ ବାର୍ତ୍ତା


ଭୁବନେଶ୍ୱର, 29 ମାର୍ଚ୍ଚ (ହି.ସ.) - ଗୁଡ୍ ଫ୍ରାଇଡେ ଅବସରରେ ରାଜ୍ୟପାଳଙ୍କ ବାର୍ତ୍ତା । ଗୁଡ୍ ଫ୍ରାଇଡେ ଅବସରରେ ପ୍ରଭୁ ଯୀଶୁଙ୍କ ବଳିଦାନକୁ ସ୍ମରଣ କରି ତାଙ୍କୁ ପ୍ରଣାମ ଜଣାଇଛନ୍ତି ରାଜ୍ୟପାଳ । ଏହି ଦିନଟି ପ୍ରଭୁ ଯୀଶୁଙ୍କ କୃଶବିଦ୍ଧ ହେବାର ପବିତ୍ର ସ୍ମାରକୀ ଦିବସ, ଯାହାଙ୍କର ଜୀବନ ମାନବ ସମାଜକୁ ଦୁଃଖରୁ ମୁକ୍ତି ଦେବାକୁ ସମର୍ପିତ ଥିଲା ।

ମୁଁ ରାଜ୍ୟର ଖ୍ରୀଷ୍ଟଧର୍ମାବଲମ୍ବୀ ଭାଇଭଉଣୀମାନଙ୍କ ସହିତ ପ୍ରଭୁ ଯୀଶୁଙ୍କ ପ୍ରଦର୍ଶିତ ପ୍ରେମ, କରୁଣା ଓ ତ୍ୟାଗର ପଥରେ ଅଗ୍ରସର ହେବାର ସଂକଳ୍ପ ସହ ଗୁଡ୍ ଫ୍ରାଇଡେ ପାଳନରେ ସାମିଲ ହେଉଛି ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande