ପୋଖରୀରେ ବୁଡି ୭ ବର୍ଷର ଚନ୍ଦନର ମୃତ୍ୟୁ
ଭଦ୍ରକ, ୨୯ ମାର୍ଚ୍ଚ (ହି.ସ.) - ନିଜ ମାମୁଁଘରକୁ ବୁଲିବାକୁ ଯାଇଥିବା ଜଣେ ନାବାଳକ ୭ ବର୍ଷର ଛାତ୍ର ସ୍ଥାନୀୟ ପୋଖରୀରେ
ପୋଖରୀରେ ବୁଡି ୭ ବର୍ଷର ଚନ୍ଦନର ମୃତ୍ୟୁ


ଭଦ୍ରକ, ୨୯ ମାର୍ଚ୍ଚ (ହି.ସ.) - ନିଜ ମାମୁଁଘରକୁ ବୁଲିବାକୁ ଯାଇଥିବା ଜଣେ ନାବାଳକ ୭ ବର୍ଷର ଛାତ୍ର ସ୍ଥାନୀୟ ପୋଖରୀରେ ବୁଡି ମୃତ୍ୟୁବରଣ କରିବା ଭଳି ଅଭାବନୀୟ ଘଟଣା ଶୋକର ଛାୟା ଖେଳାଇଦେଇଛି ବାସୁଦେବପୁର ଅଂଚଳରେ । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ବାସୁଦେବପୁର ପୌରାଞ୍ଚଳ ନ୧ମ୍ବର ୱାର୍ଡ ନିବାସୀ ରଂଜିତ ଜାନାଙ୍କ ୭ ବର୍ଷର ପୁତ୍ର ଚନ୍ଦନ ତାର ମାମୁଁଘର କିସ୍ମତ କୃଷ୍ଣପୁର ପଞ୍ଚାୟତର ବହୁମାଘେରି ଗ୍ରାମକୁ ବୁଲିବାକୁ ଯାଇଥିଲା । ଆଜି ସ୍ଥାନୀୟ ଏକ ପୋଖରୀକୁ ଗାଧୋଇବାକୁ ଯାଇ ଗୋଡ ଖସିଯିବାରୁ ପୋଖରୀରେ ବୁଡି ମୃତ୍ୟୁବରଣ କରିଛି । ଏହି ଖବର ଜଣାପଡିବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତେବେ ଖବର ପାଇ ସ୍ଥାନୀୟ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ/ସମନ୍ୱୟ


 rajesh pande