ବିଜେପି ର ଏକ ମିଶ୍ରଣ ପର୍ବ
ଘଟଗାଁ--୧୭ଅପ୍ରେଲ(ହି.ସ)ତରତରା ପଂଚାୟତ ର ଦୁଡୁଗାଁ ରେ ବିଜେପି ର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୪୦୦ର
ବିଜେପି ର ଏକ ମିଶ୍ରଣ ପର୍ବ


ଘଟଗାଁ--୧୭ଅପ୍ରେଲ(ହି.ସ)ତରତରା ପଂଚାୟତ ର ଦୁଡୁଗାଁ ରେ ବିଜେପି ର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୪୦୦ରୁ ଉର୍ଦ୍ଧ୍ଵ ଲୋକ ବିଜେଡି ଓ କଂଗ୍ରେସ ଛାଡି ବିଜେପି ରେ ସାମିଲ ହୋଇଛନ୍ତି। ବିଜେପି ନେତା ଦେବାଶିଷ ସେନାପତି ଙ୍କ ସଂଯୋଜନା ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବାମ ଦେହୁରୀ, ଗଣିଆ ଦେହୁରୀ ବିଜୁ ସାହୁ, ଓ ଶରତ ସାହୁ ଓ ବିନୋଦ ଦେହୁରୀ ଙ୍କ ନେତୃତ୍ବ ରେ ଗ୍ରାମବାସୀ ମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକାଭିମୁଖୀ ଯୋଜନାରେ ପ୍ରଭାବିତ ହେବା ସହ ଆନନ୍ଦପୁର ବିଜେପି ନେତା ଆଲୋକ ସେଠୀଙ୍କ ନେତୃତ୍ବ କୁ ଭରସା କରି ବିଜେପି ରେ ସାମିଲ ହେଲେ ବୋଲି ପ୍ରକାଶ କରିଛନ୍ତି।ବିଜେପି ର ବିଧାୟକ ପ୍ରାର୍ଥୀ ଆଲୋକ ସେଠୀ ବରିଷ୍ଠ ନେତା ରାମଚନ୍ଦ୍ର ସାହୁ, ଜ୍ଞାନରଞ୍ଜନ ସାମନ୍ତ ସିଂହାର, ଟୁକୁନା ମହାନ୍ତ, ବିଜୟ ଜେନା, ତପନ ପାତ୍ର ,ସୋନାଲି ମହାନ୍ତି , ସୋମନାଥ ଖଟୁଆ ଙ୍କ ସମେତ ଉପସ୍ଥିତ ସମସ୍ତ ନେତୃମଣ୍ଡଳୀ ନବାଗତ ମାନଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ। ଏ ଅବସରରେ ନୂଆ କରି ବିଜେପି ରେ ସାମିଲ ହୋଇଥିବା କାର୍ଯ୍ୟକର୍ତ୍ତା ମାନେ ଏ ସାଧାରଣ ନିର୍ବାଚନରେ ବିଜେପି କୁ ଜିତେଇବା ପାଇଁ ସଂକଳ୍ପ ନେଇଥିଲେ।ହିନ୍ଦୁସ୍ଥାନସମାଚାର।ଘନଶ୍ୟାମ।

/ସମନ୍ୱୟ


 rajesh pande