ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ବିଜେପି: ବିଜେଡି
ଭୁବନେଶ୍ୱର, 24 ଏପ୍ରିଲ (ହି.ସ.) - ଓଡିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କ
ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ବିଜେପି: ବିଜେଡି


ଭୁବନେଶ୍ୱର, 24 ଏପ୍ରିଲ (ହି.ସ.) - ଓଡିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୈାଣସି ତଥ୍ୟ ଆଧାରରେ ମିଛ, ଭିତିହୀନ ଏବଂ ନିରାଧାର ଅଭିଯୋଗ ଆଣନ୍ତି, ଯାହା ସେମାନଙ୍କର ଅଭ୍ୟାସ । ୨୦୧୯ ମସିହାରେ ମଧ୍ୟ ଏଭଳି ତଥାକଥିତ ଚାର୍ଜଶିଟ୍ ଓଡିଶା ବିଜେପି ପକ୍ଷରୁ ଅଣାଯାଇଥିଲା, ଯେତେବେଳେ ସେମାନେ ବୁଝିଯାଇଥିଲେ ଯେ, ଅତି ଦୟନୀୟ ଭାବେ ସେମାନେ ହାରିବାକୁ ଯାଉଛନ୍ତି ବୋଲି କହିଛନ୍ତି ବିଜେଡି ନେତ୍ରୀ ଡକ୍ଟର ଲେଖାଶ୍ରୀ ସାମନ୍ତସିଂହାର ।

ଡକ୍ଟର ସାମନ୍ତସିଂହାର ଗଣମାଧ୍ୟମକୁ କହିଛନ୍ତି ଯେ ୨୦୨୪ରେ ମଧ୍ୟ ସେମାନେ ଅତି ଶୋଚନୀୟ ଭାବେ ହାରିବାକୁ ଯାଉଥିବା ଜାଣିସାରିଲେଣି । ଆଉ ସେଥିପାଇଁ ସେମାନେ ବିନା କୈାଣସି ତଥ୍ୟ ପ୍ରମାଣ ଆଧାରରେ ଏଭଳି ମିଛ, ଭିତିହୀନ ଏବଂ ନିରାଧାର ଅଭିଯୋଗ ମାନ ଆଣିଛନ୍ତି । କିଛି ଉଦାହରଣ ଉପରେ ନଜର ପକାନ୍ତୁ, କିଭଳି ଚାର୍ଜଶିଟ୍ ନାଁରେ ଭିତିହୀନ ଏବଂ କପୋଳକଳ୍ପିତ କଥା ଉଲ୍ଲେଖ କରାଯାଇଛି । କେନ୍ଦ୍ରୀୟ ସଂସ୍ଥାର ରିପୋର୍ଟ ଅନୁସାରେ, ଦେଶରେ ଓଡିଶା ଏକମାତ୍ର ରାଜ୍ୟ, ଯେଉଁଠି ଚାଷୀଙ୍କ ଆୟ ଦୁଇଗୁଣା ହୋଇଛି । ହେଲେ ଓଡିଶାକୁ କୃଷି କ୍ଷେତ୍ରରେ ସମାଲୋଚନା କରାଯାଉଛି । କେନ୍ଦ୍ରୀୟ ସଂସ୍ଥାର ରିପୋର୍ଟ ଅନୁସାରେ, ଦେଶରେ ସବୁଠାରୁ କମ୍ ବେକାରୀ ହାର ଓଡିଶାରେ । ହେଲେ ମିଛ ତଥ୍ୟ ଉପସ୍ଥାପନ କରାଯାଇ, ଓଡିଶାର ଛବିକୁ ମଳିନ କରିବାକୁ ଚେଷ୍ଟା କରାଯାଉଛି ।

ବର୍ତମାନର ଓଡିଶା ବିଜେପି ସଭାପତି ମନମୋହନ ସାମଲଙ୍କର ନୂଆଦିଲ୍ଲୀ ସ୍ଥିତ ଓଡିଶା ନିବାସର କେଳେଙ୍କାରୀ ବାବଦରେ ସମସ୍ତେ ଜାଣିଛନ୍ତି, ଯେଉଁଥିପାଇଁ ୨୦୦୮ରେ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯାଇଥିଲା । ଏଭଳି ଜଣେ ବ୍ୟକ୍ତି ଯଦି ଓଡିଶା ବିଜେପିର ସଭାପତି ଭାବେ ଦାୟିତ୍ୱ ତୁଲାଇବେ, ତେବେ ଦଳ ଭିତରେ ମହିଳା କେତେ ସୁରକ୍ଷିତ, ଏଥିରୁ ବୁଝିଯାଆନ୍ତୁ । ସମସ୍ତେ ଜାଣିଛନ୍ତି ଓଡ଼ିଶାର ହାଇସ୍କୁଲ ଗୁଡ଼ିକର ଶ୍ରେଣୀ ଗୃହ, ଓଡିଶାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ଶ୍ରେଣୀ ଗୃହଠାରୁ ଯଥେଷ୍ଟ ଉନ୍ନତ ମାନର । ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଅଛନ୍ତି, କିନ୍ତୁ ନିଜ ଗାଁରେ ଗୋଟିଏ ବି ସ୍ମାର୍ଟ କ୍ଲାସରୁମ୍ କରିବାରେ ବିଫଳ ହୋଇଛନ୍ତି । ଅନ୍ୟପଟେ ଓଡ଼ିଶା ସରକାର ରାଜ୍ୟରେ ୭୦୦୦ ସ୍କୁଲର ରୂପାନ୍ତରଣ କରିଛନ୍ତି । କେନ୍ଦ୍ର ସରକାର ସ୍ୱୀକାର କରିଛନ୍ତି ଯେ, ଗତ ଦୁଇ ବର୍ଷ ଧରି ବିତ୍ତୀୟ ପରିଚାଳନାରେ ଓଡିଶା ଶ୍ରେଷ୍ଠ ରାଜ୍ୟ ତଥାପି, ଏଭଳି ମିଛ ଦସ୍ତାବିଜ ଉପସ୍ଥାପନ କରାଯାଇ, ରାଜ୍ୟର ଛବିରେ ଆଞ୍ଚ ଅଣାଯାଉଛି ।

ପୁଣି ଥରେ ଏହାକୁ ଦୋହରାଇବା କିଛି ଆଶ୍ଚର୍ଯ୍ୟର କଥା ନୁହେଁ କାରଣ ଓଡିଶା ବିଜେପି ଭଲ ଭାବେ ଜାଣିଛି, ୨୦୨୪ ନିର୍ବାଚନ ସେମାନେ ହାରିବାକୁ ଯାଉଛନ୍ତି । ଏଭଳି ମିଛ ଏବଂ ଭିତିହୀନ ଅଭିଯୋଗ ଆଣିବାର ଅଭ୍ୟାସ ପାଇଁ ହିଁ ଓଡିଶା ବିଜେପି ଓଡିଶାରେ ଆଗକୁ ବଢିପାରୁନାହିଁ ବୋଲି ଡକ୍ଟର ସାସନ୍ତସିଂହାର କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ


 rajesh pande