ସମ୍ବଲପୁର ଜିଲ୍ଲା ସ୍ତରୀୟ ରବି ଧାନ କ୍ରୟ କମିଟି ବୈଠକ
ସମ୍ବଲପୁର, ଏପ୍ରିଲ୍ ୨୪ (ହିସ) ଆଗାମୀ ମେ ମାସ ୧୦ ତାରିଖ ଠାରୁ ଜିଲ୍ଲାରେ ରବି ଧାନ କ୍ରୟ ଆରମ୍ଭ ହେବ। ଆଜି ସମ୍ବଲପୁର
zilla stariya dhana kina kamiti baithak


zilla stariya dhana kina kamiti baithak


zilla stariya dhana kina kamiti baithak


ସମ୍ବଲପୁର, ଏପ୍ରିଲ୍ ୨୪ (ହିସ) ଆଗାମୀ ମେ ମାସ ୧୦ ତାରିଖ ଠାରୁ ଜିଲ୍ଲାରେ ରବି ଧାନ କ୍ରୟ ଆରମ୍ଭ ହେବ। ଆଜି ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ସମ୍ମିଳନୀ କକ୍ଷ ପରିସରରେ ରବି ଋତୁ ପାଇଁ ଜିଲ୍ଲାସ୍ତରୀୟ କ୍ରୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଜିଲ୍ଲାସ୍ତରୀୟ କ୍ରୟ ସମିତି ଦ୍ୱାରା ଅନୁମୋଦିତ କ୍ରୟ ଆରମ୍ଭ କରିବାର ପ୍ରସ୍ତାବିତ ତାରିଖ ଆଗାମୀ ମେ ମାସ ୧୦ ତାରିଖ ଧାର୍ଯ୍ୟ କରାଯାଇଛି । ଏଥିରେ ୯ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହ ୩୦ଟି ପ୍ରାଥମିକ କୃଷି ସମବାୟ ସମିତି / ବୃହତ ଅଞ୍ଚଳ ବହୁମୁଖୀ ସମିତି ଗୁଡ଼ିକ ମଧ୍ୟ ଅଂଶଗ୍ରହଣ କରିବ। ଜିଲ୍ଲାରେ ମୋଟ ୬୧ଟି ଧାନ କ୍ରୟ କେନ୍ଦ୍ର ଖୋଲାଯିବ। ଏଥିରେ ୪୬ ଜଣ କଷ୍ଟମ ମିଲର ଅଂଶଗ୍ରହଣ କରିବେ। ଏଥର ୧୫,୫୬୮ ଜଣ ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ ସମୁଦାୟ ଯାଞ୍ଚ ହୋଇଥିବା ଚାଷୀଙ୍କ ସଂଖ୍ୟା ୧୫,୫୩୪ ରହିଛି। ପି-ପାସ୍ (ଅନଲାଇନ୍ ମୋଡ୍ ରେ ରିଅଲ୍ ଟାଇମ୍ କ୍ରୟ) ମାଧ୍ୟମରେ କ୍ରୟ କରାଯାଇ ତୁରନ୍ତ କେନ୍ଦ୍ରୀୟ ଟୋକନ୍ ଜାରି କରାଯିବ ସହ କୃଷକଙ୍କ ପଞ୍ଜୀକୃତ ମୋବାଇଲକୁ ଏସଏମଏସ ପଠାଯିବ । କେବଳ ଆଧାର ପ୍ରମାଣକରଣ ଓ ଆଇରିସ୍ ସ୍କାନର ଜରିଆରେ ଧାନ କିଣାଯିବ। ୨୪ରୁ ୪୮ ଘଣ୍ଟା ମଧ୍ୟରେ ଅନ୍ ଲାଇନ୍ ମୋଡ୍ ରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଧାନର ମୂଲ୍ୟ (ଏମ୍ଏସ୍ପି) ଜମା କରାଯିବ ଏବଂ ପ୍ରତି ୭ ଦିନରେ ରିମାଇଣ୍ଡର ମେସେଜ୍ ମଧ୍ୟ ପ୍ରେରଣ କରାଯିବ। ସମସ୍ତ ପ୍ରସ୍ତାବିତ ମାର୍କେଟ୍ ୟାର୍ଡ ଓ ପିପିସି ଆସନ୍ତାକାଲି ଠାରୁ କାର୍ଯ୍ୟକ୍ଷମ ହେବ। କେ.ଏମ.ଏସ ୨୦୨୩-୨୪ରେ ସାଧାରଣ ଧାନ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୧୮୩ ଟଙ୍କା ଏବଂ ଗ୍ରେଡ୍ ''ଏ'' ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୨୦୩ ଟଙ୍କା ରହିଛି। ଗ୍ରୀଷ୍ମ ପ୍ରବାହ ଓ ପ୍ରାକ ମୌସୁମୀକୁ ଦୃଷ୍ଟିରେ ରଖି ସମସ୍ତ ଧାନ କ୍ରୟ କେନ୍ଦ୍ର ଗୁଡିକରେ ଯେକୌଣସି ପ୍ରକାର ଅସୁବିଧାକୁ ସମ୍ମୁଖୀନ ଓ ପ୍ରତିହତ କରିବା ନିମନ୍ତେ ପାନୀୟ ଜଳ, ବିଜୁଳି, ଟାର୍ପୋଲିନ୍ ଓ ଚାଷୀଙ୍କ ପାଇଁ ଆଶ୍ରୟସ୍ଥଳୀ ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇଛି । ଏଥି ସହିତ ଚାଷୀମାନେ ଯେପରି ରବି ଧାନ ବିକ୍ରୟକୁ ସହଜ, ସୁବିଧା ଓ ସ୍ଵଛତାର ସହ କରିପାରିବ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରା ଯାଇଥିଲା । ଏହି ବୈଠକରେ ଚାଷୀ ପ୍ରତିନିଧି ତଥା ମିଲର ସଂଘ ପ୍ରତିନିଧି ମାନଙ୍କ ଦ୍ୱାରା ଆଗତ ଗତ ବର୍ଷ ଧାନ କ୍ରୟ ସମୟରେ ଓ ପରେ ଉପୁଜିଥିବା ବିଭିନ୍ନ ସମସ୍ୟା ଓ ସମାଧାନ ଉପରେ ଆଲୋଚନା କରାଯାଇଥିଲା l ଶେଷରେ ଚଳିତ ବର୍ଷ ନିର୍ବାଚନ ବର୍ଷ ହୋଇଥିବାରୁ ବୈଠକରେ ଉପସ୍ଥିତ ସମସ୍ତଙ୍କୁ ମେ'' ୨୫ ତାରିଖରେ ନିଜ ନିଜର ବୁଥକୁ ଯାଇ ମତଦାନ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଥିଲେ।

ଆୟୋଜିତ ବୈଠକରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଧର୍ମେନ୍ଦ୍ର ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଅଜାମ୍ବର ମହାନ୍ତି , ଉପଜିଲ୍ଲାପାଳ (କରୁଣ୍ଡା) ହେମସାଗର ଭୋଇ , ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଗୌରୀ ଶଙ୍କର ସିଂ, ଜିଲ୍ଲା ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ, ଅତିରିକ୍ତ ଓ ସହାୟକ ଅଧିକାରୀ ବୀରେନ୍ଦ୍ର ସୋରେଙ୍ଗ, ସୌଭାଗ୍ୟ ନାୟକ, ବିଶ୍ବରଞ୍ଜନ ସାହୁ, ଜିଲ୍ଲା ଚାଷୀ ସଂଗଠନର କର୍ମକର୍ତ୍ତା, ମିଲର୍ସ ପ୍ରତିନିଧି ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ/ବନ୍ଦନା


 rajesh pande