ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପ୍ରଦେଶର ଆଗରା, ଆଂବଲା ଓ ଶାହଜହାଁପୁରରେ ଦେଲେ ଉଦବୋଧନ
୨୦୨୪ ମସିହାର ନିର୍ବାଚନ ଏକ ହଜାର ବର୍ଷର ଦାସତ୍ୱର ମାନସିକତାରୁ ଦେଶକୁ ସମ୍ପୂର୍ଣ ରୂପେ ମୁକ୍ତ କରାଇବାର ନିର୍ବାଚନ - ପ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପ୍ରଦେଶର ଆଗରା, ଆଂବଲା ଓ ଶାହଜହାଁପୁରରେ ଦେଲେ ଉଦବୋଧନ


୨୦୨୪ ମସିହାର ନିର୍ବାଚନ ଏକ ହଜାର ବର୍ଷର ଦାସତ୍ୱର ମାନସିକତାରୁ ଦେଶକୁ ସମ୍ପୂର୍ଣ ରୂପେ ମୁକ୍ତ କରାଇବାର ନିର୍ବାଚନ - ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ଲକ୍ଷ୍ନୌ, ୨୫ ଏପ୍ରିଲ (ହି.ସ.) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଉତ୍ତର ପ୍ରଦେଶର ଆଗରା, ଆଂବଲା ଓ ଶାହଜହାଁପୁରରେ ଆୟୋଜିତ ବିଶାଳ ବିଜୟ ଶଂଖନାଦ ମହାରାଲୀକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ ସମାଜବାଦୀ ପାର୍ଟି ଓ କଂଗ୍ରେସର ଉତରାଧିକାର ଟ୍ୟାକ୍ସ ଓ ଏକ୍ସ ରେ ଯୋଜନା ସହିତ ଉତ୍ତର ପ୍ରଦେଶର ଜନସାଧାରଣଙ୍କୁ ଅବଗତ କରାଇଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଜ୍ୟ ସଭାପତି ଭୂପେନ୍ଦ୍ର ଚୌଧୁରୀ, କେନ୍ଦ୍ରୀୟ ରାଷ୍ଟ୍ର ମନ୍ତ୍ରୀ ଓ ଆଗରା ଲୋକସଭା ଆସନର ପ୍ରାର୍ଥୀ ଏସପି ବଘେଲ, ଫତେହପୁର ସିକ୍ରୀରୁ ଲୋକସଭା ପ୍ରାର୍ଥୀ ରାଜକୁମାର ଚାହର, ଆମ୍ବଲା ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର କଶ୍ୟପ ଓ ଉତ୍ତର ପ୍ରଦେଶ ସରକାରରେ ମନ୍ତ୍ରୀ ବେବିରାଣୀ ମୌର୍ଯ୍ୟଙ୍କ ସମେତ ଅନେକ ବରିଷ୍ଠ ନେତା ମାନେ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୨୦୨୪ ମସିହାର ନିର୍ବାଚନ ଏକ ହଜାର ବର୍ଷର ଦାସତ୍ୱର ମାନସିକତାରୁ ଦେଶକୁ ସମ୍ପୂର୍ଣ ରୂପେ ମୁକ୍ତ କରାଇବାର ନିର୍ବାଚନ ଅଟେ । ଏହି ନିର୍ବାଚନ ଭାରତର ସ୍ୱାଭିମାନକୁ ନୂଆ ଶିଖରକୁ ନେଇ ଯିବା ପାଇଁ ନିର୍ବାଚନ ଅଟେ । ପୂର୍ବରୁ ମୁଁ ଉତ୍ତର ପ୍ରରଦେଶକୁ ଅନେକ ଉପହାର ଓ ପ୍ରକଳ୍ପ ଦେବାକୁ ଆସୁଥିଲି ହେଲେ ଆଜି ଉତ୍ତର ପ୍ରଦେଶର ଜନ ସାଧାରଣଙ୍କୁ ବିକଶିତ ଭାରତ ପାଇଁ ଆଶୀର୍ବାଦ ମାଗିବାକୁ ଆସିଛି । ଉତ୍ତର ପ୍ରଦେଶ ସମେତ ସମ୍ପୂର୍ଣ ଦେଶ ଆଜି କହୁଛି ପୁଣି ଥରେ ମୋଦୀ ସରକାର । ଯେତିକି ଶକ୍ତିଶାଳି ନିଅଁ ସେତିକି ଶକ୍ତିଶାଳୀ ଘର । ଏହି ବିଚାର ସହିତ ଆଜି ବିଜେପି ବିକଶିତ ଭାରତ ପାଇଁ ଗରୀବ, ଚାଷୀ, ଯୁବ ଓ ନାରୀ ଶକ୍ତିଙ୍କୁ ଶକ୍ତିଶାଳୀ କରୁଛି ।

ଶ୍ରୀ ମୋଦୀ କହିଛନ୍ତି ଯେ, ଭାରତର ଏହି ବଢୁଥିବା ଶକ୍ତି କିଛି ଲୋକଙ୍କୁ ପସନ୍ଦ ଆସୁ ନାହିଁ । ଉତ୍ତର ପ୍ରଦେଶର ଡିଫେନ୍ସ କରିଡରରେ ଦେଶର ସେନା ଓ ଆତ୍ମ ନିର୍ଭର ଭାରତ ପାଇଁ ଘାତକ ଅସ୍ତ୍ର ଶସ୍ତ୍ର ତିଆରି ହେବ, ହେଲେ ପୁରୁଣା ସରକାରକୁ ଲାଂଚର ମଲାଇ ଖୁଆଇ ନିଜର କାମ କରାଉଥିବା ଲୋକ ଓ ଦଳ ଏହି ନିଷ୍ପତି କାରଣରୁ ବିଚଳିତ ହୋଇ ପଡିଛନ୍ତି । ତେଣୁ ସେମାନେ ସମସ୍ତେ ମୋଦୀକୁ ରୋକିବାକୁ ଏକଜୁଟ ହୋଇଯାଇଛନ୍ତି । ଏହି ସମସ୍ତ ଦେଶ ବିରୋଧୀ ଶକ୍ତି ମାନଙ୍କୁ ରୋକିବା ଓ ଦେଶର ଉଜ୍ୱଳ ଭବିଷ୍ୟତ ଓ ସୁରକ୍ଷା ପାଇଁ ଦେଶରେ ବିଜେପି ଓ ଏନଡିଏର ସରକାର ଆବଶ୍ୟକ ଅଟେ । ମୋଦୀର ଗ୍ୟାରେଂଟି ସବକା ସାଥ ଓ ସବକା ବିକାଶ ଅଟେ । ହେଲେ ସମାଜବାଦୀ ପାର୍ଟି – କଂଗ୍ରେସର ଇଣ୍ଡି ମେଂଟ ପାଇଁ କେବଳ ତାଙ୍କର ଭୋଟ ବ୍ୟାଙ୍କ ହିଁ ବିଶେଷ ଅଟେ । ମୋଦୀ ସରକାରଙ୍କ ଦଶ ବର୍ଷର ଟ୍ରାକ ରେକର୍ଡ ଠାରୁ ବିଜେପିର ସଂକଳ୍ପ ପତ୍ର ଯାଏ ବିଜେପିର ଜନ କଲ୍ୟାଣକାରୀ ଯୋଜନା ଗୁଡିକର ପୁରା ଲାଭ ପ୍ରତ୍ୟେକ ଲାଭାର୍ଥୀ ଯାଏ ପହଂଚାଇବାକୁ ପ୍ରତିବଦ୍ଧ । ଏହା ବିଜେପିର ସାଚୁରେସନ ମଡେଲ ଅଟେ ।

ପ୍ରକୃତ ସାମାଜିକ ନ୍ୟାୟ ଅଧୀନରେ, ବିନା କୌଣସି ଭେଦଭାବ ଓ ବିନା ଲାଂଚରେ ଦେଶବାସୀଙ୍କୁ ସେମାନଙ୍କ ଅଧିକାର ପ୍ରଦାନ କରୁଛି ବିଜେପି ସରକାର । ମୋଦିର ଗ୍ୟାରେଂଟି ହେଉଛି ବିନା କୌଣସି ଭେଦଭାବରେ ମାଗଣା ରାସନ, ନିଶୁଳ୍କ ସ୍ୱାସ୍ଥ୍ୟସେବା, ଶୌଚାଳୟ ନିର୍ମାଣ ଓ ପକ୍କା ଘର ଲୋକଙ୍କୁ ପ୍ରଦାନ କରାଯିବ । ଆମେ ଗରିବଙ୍କୁ ସଶକ୍ତ କରିବା ପାଇଁ ଯେଉଁ ମଡେଲ ଆଧାରରେ ଭାରତର ୨୫ କୋଟି ଗରିବଙ୍କୁ ଦାରିଦ୍ରତାରୁ ମୁକ୍ତ କରିଛୁ, ଆଜି ବିଦେଶରେ ସେହି ମଡେଲର ଚର୍ଚ୍ଚା ହେଉଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିରୋଧୀଙ୍କ ତୁଷ୍ଟିକରଣ ରାଜନୀତି ଦେଶକୁ ଭାଗ ଭାଗରେ ବାଂଟିଦେଇଛି, ପ୍ରକୃତ ଓ ସଚ୍ଚୋଟ ଲୋକଙ୍କ ହକକୁ ମାରିଛି । ବିଜେପିର ରାସ୍ତା ତୁଷ୍ଟିକରଣ ନୁହେଁ, ସନ୍ତୁଷ୍ଟିକରଣ ଅଟେ, କିନ୍ତୁ କଂଗ୍ରେସର ଇଂଡି ମେଂଟ ଘୋର ତୁଷ୍ଟିକରଣରେ ଲାଗିଛି । ୨୦୨୪ ନିର୍ବାଚନରେ କଂଗ୍ରେସ ଦ୍ୱାରା ଜାରି ସଂକଳ୍ପ ପତ୍ରରେ ଶତ-ପ୍ରତିଶତ ମୁସଲିମ୍ ଲିଗର ଷ୍ଟାମ ଲାଗିଛି । କଂଗ୍ରେସର ପୂରା ସଂକଳ୍ପ ପତ୍ର ସ୍ୱତନ୍ତ୍ର ଭୋଟ ବ୍ୟାଙ୍କକୁ ମଜବୁତ କରିବା ପାଇଁ ସମର୍ପିତ ଅଟେ, କିନ୍ତୁ ବିଜେପିର ସଂକଳ୍ପ ପତ୍ର ଦେଶକୁ ମଜବୁତ କରିବା ପାଇଁ ସମର୍ପିତ ଅଟେ । ସ୍ୱାଧୀନତା ପରଠାରୁ ହିଁ ଏହା ସ୍ପଷ୍ଟ ହୋଇଯାଇଥିଲା ଯେ, ଭାରତରେ ଧର୍ମର ଆଧାରରେ କୌଣସି ବି ସଂରକ୍ଷଣ ଦିଆଯିବନାହିଁ । ସମ୍ବିଧାନ ସଭାରେ ଆଲୋଚନା ପରେ ଏହା ନିର୍ଦ୍ଧାରଣ କରାଯାଇଥିଲା, ଯାହାକୁ ବାବା ସାହେବ ଆମ୍ବେଦକର ଲେଖିଥିଲେ । ବାବା ସାହେବ ଆମ୍ବେଦକରଙ୍କ ଇଚ୍ଛାନୁସାରେ ଏହା ସମ୍ବିଧାନର ମୂଳ ଭାବନା ଅଟେ ଏବଂ ସାମାଜିକ ନ୍ୟାୟ ଅଟେ । କିନ୍ତୁ କଂଗ୍ରେସ ଏକ ଏଭଳି ଦଳ ଅଟେ, ଯିଏକି ସବୁବେଳେ ବାବା ସାହେବ, ସମ୍ବିଧାନ ଓ ସାମାଜିକ ନ୍ୟାୟର ଅପମାନ କରିଥାଏ । କଂଗ୍ରେସ କେତେବେଳେ କର୍ଣ୍ଣାଟକରେ, କେତେବେଳେ ଆନ୍ଧ୍ରପ୍ରଦେଶରେ ଏବଂ ଆଉ କେତେବେଳେ ନିଜ ଘୋଷଣାପତ୍ରରେ ଅନେକ ଥର ଧର୍ମ ଆଧାରରେ ସଂରକ୍ଷଣ ପାଇଁ ପକ୍ଷ ରଖିଥାଏ । ଦେଶର ସମ୍ବିଧାନ ଓ ଦେଶର କୋର୍ଟ ଅନେକ ଥର କଂଗ୍ରେସକୁ ଏଭଳି କରିବାକୁ ମନା କରିଛନ୍ତି । କଂଗ୍ରେସର ସବୁ କଥାକୁ ଦେଶର ନ୍ୟାୟପାଳିକା ସବୁବେଳେ ପ୍ରତ୍ୟାଖ୍ୟାନ କରିଛି, ଏଥିପାଇଁ କଂଗ୍ରେସ ଏବେ ପଛ ଦ୍ୱାରରେ ଏକ ଖେଳ ଖେଳିବା ଆରମ୍ଭ କରିଦେଇଛି, ଯେଉଁଥିରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ପଛୁଆବର୍ଗଙ୍କ ଆଖିରେ ଧୂଳି ପକାଇବାକୁ ଉଦ୍ୟମ କରାଯାଉଛି । କଂଗ୍ରେସ ଏବେ ସ୍ଥିର କରିଛି ଯେ, ସେ ଧର୍ମ ଆଧାରରେ ସଂରକ୍ଷଣ ଆଣିବ । ଏଥିପାଇଁ କଂଗ୍ରେସ ଓବିସିର ୨୭ ପ୍ରତିଶତ ସଂରକ୍ଷଣରୁ କିଛି ଭାଗ ଛଡାଇ ଧର୍ମ ଆଧାରରେ ସଂରକ୍ଷଣ ଦେବାକୁ ଯୋଜନା କରିଛି । କର୍ଣ୍ଣାଟକରେ କଂଗ୍ରେସ ସରକାର ରାତାରାତି ଏକ କାଗଜରେ ଷ୍ଟାମ୍ପ ଲଗାଇ, ରାଜ୍ୟର ମୁସଲିମ ସମୁଦାୟକୁ ଓବିସି କରି, ୨୭ ପ୍ରତିଶତ ସଂରକ୍ଷଣରେ ସମ୍ମିଳିତ କରିଦେଇଛନ୍ତି । କଂଗ୍ରେସ ଓବିସି ବର୍ଗଙ୍କ ହକ୍ ମାରଣ କରିଛି । କଂଗ୍ରେସ ଉତ୍ତରପ୍ରଦେଶରେ ବି ଏହି ଖେଳ ଖେଳିବାକୁ ମନୋବୃତ୍ତି ରଖିଛି ଏବଂ ଏଥିରେ ଏଥର ସମାଜବାଦୀ ପାର୍ଟି ସମ୍ପୂର୍ଣ୍ଣ ସହଯୋଗ କରୁଛି । ୨୦୧୨ରେ ଉତ୍ତର ପ୍ରଦେଶ ବିଧାନସଭାର ଠିକ୍ ପୂର୍ବରୁ କଂଗ୍ରେସର ୟୁପିଏ ସରକାର ଏଭଳି ଉଦ୍ୟମ କରିଥିଲା । କଂଗ୍ରେସ ଓବିସି ସଂରକ୍ଷଣର ଏକ ଭାଗ ଧର୍ମ ଆଧାରରେ ଅଳ୍ପସଂଖ୍ୟକଙ୍କୁ ଦେବାକୁ ନିଷ୍ପତ୍ତି ନେଇଥିଲା, କିନ୍ତୁ ସେତେବେଳେ ନିଜ ଉଦ୍ଦେଶ୍ୟରେ ସଫଳ ହୋଇନଥିଲା । ଉତ୍ତର ପ୍ରଦେଶର ଲୋକେ ଏବଂ ଓବିସି ସମୁଦାୟକୁ କଂଗ୍ରେସ ଓ ସମାଜବାଦୀ ପାର୍ଟିର ଏହି ବିପଦଜନକ ଖେଳକୁ ବୁଝିବାକୁ ପଡିବ । ଭାରତର ସମ୍ବିଧାନ ଅନୁସାରେ ଉତ୍ତର ପ୍ରଦେଶର ଅନେକ ଓବିସି ଜାତିଙ୍କୁ ସଂରକ୍ଷଣର ଅଧିକେର ରହିଛି, କିନ୍ତୁ କଂଗ୍ରେସ ଓ ସମାଜବାଦୀ ପାର୍ଟି ସେମାନଙ୍କ ଠାରୁ ଏହି ହକ୍ ଛଡାଇ ନିଜ ପ୍ରିୟ ଭୋଟବ୍ୟାଙ୍କକୁ ଦେବାକୁ ଚାହୁଁଛି । ସମାଜବାଦୀ ପାର୍ଟି ନିଜ ଭୋଟବ୍ୟାଙ୍କ ପାଇଁ ଯାଦବ ଓ ପଛୁଆବର୍ଗଙ୍କ ସହିତ ସବୁଠୁ ବଡ ବିଶ୍ୱାସଘାତ କରୁଛି । ତୁଷ୍ଟିକରଣରେ ବୁଡିରହିଥିବା ସମାଜବାଦୀ ପାର୍ଟି ଓ କଂଗ୍ରେସ ଉଭୟଙ୍କର ହିଁ ଏକ ପ୍ରକାର ଚିନ୍ତାଧାରା ଅଟେ । ଉତ୍ତର ପ୍ରଦେଶରେ କଂଗ୍ରେସ ଓ ସମାଜବାଦୀ ପାର୍ଟି ଉଭୟଙ୍କ ପୁଅମାନଙ୍କ ବନ୍ଧୁତା ଆଧାରରେ ବି ତୁଷ୍ଟିକରଣ ରାଜନୀତି ଚାଲିଛି । ଏହି ଦୁଇ ପୁଅ ଭାଷଣରେ ଓବିସି ଓବିସି କରୁଛନ୍ତି, କିନ୍ତୁ ପଛ ଦ୍ୱାରରେ ଓବିସିଙ୍କ ହକ୍ ଛଡାଇ ନିଜ ଭୋଟବ୍ୟାଙ୍କକୁ ମଜବୁତ କରିବାର କାମ କରୁଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଉତ୍ତର ପ୍ରଦେଶରେ ବିଜେପି ସରକାର ଗଠନ ହେବା ପୂର୍ବରୁ ଇଂଡି ମେଂଟର ନେତାଙ୍କ ନାରା ଥିଲା ଯେ, ‘ଯେଉଁ ଜମି ସରକାରୀ ଅଟେ, ସେହି ଜମି ଆମର ଅଟେ’ । ଯୋଗୀ ସରକାର ଏଭଳି ଲୋକଙ୍କୁ ସେମାନଙ୍କ ଠିକ୍ ସ୍ଥାନରେ ପହଂଚାଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଅମ୍ବାଲାରେ ଅନେକ ଫ୍ୟାକ୍ଟ୍ରି ଖୋଲୁଛି । ପୂର୍ବରୁ ଦୁର୍ନୀତିଗ୍ରସ୍ତ ଲୋକେ ଆପଣଙ୍କ ଅର୍ଥ ହଡପ କରୁଥିଲେ । କିନ୍ତୁ ଆଜି ଉତ୍ତରପ୍ରଦେଶର ଚାଷୀଙ୍କୁ ପିଏମ କିଷାନ ସମ୍ମାନ ନିଧିର ୬ଶହ କୋଟି ଟଙ୍କା ମିଳୁଛି । ଏବେ କିନ୍ତୁ କଂଗ୍ରେସ ଓ ଇଂଡି ମେଂଟର ଲୋକଙ୍କର ନୂଆ ଯୋଜନା ସାମ୍ନାକୁ ଆସିଛି, ଯାହା ହେଉଛି କଂଗ୍ରେସର ଲୁଟ୍, ଜୀବନ ସହିତ ଏବଂ ଜୀବନ ପରେ ମଧ୍ୟ । କଂଗ୍ରେସ ନେତା ଖୁଲମଖୁଲା କହୁଛନ୍ତି ଯେ, ଦେଶର ଲୋକଙ୍କ ସଂପତ୍ତି ଯାଂଚ ହେବ । କଂଗ୍ରେସର ରାଜକୁମାରଙ୍କ ଏକ୍ସ-ରେ ମେସିନ ଏବେ ମହିଳାଙ୍କ ଆଲମିରା ଓ ଲକରକୁ ଯାଇ ସ୍ତ୍ରୀଧନ ଓ ମଙ୍ଗଳସୂତ୍ର ଲୁଟିବା କାମ କରିବ । କିନ୍ତୁ ଇଂଡି ମେଂଟର ନେତାଙ୍କୁ ଏହା ଜଣାନାହିଁ ଯେ, ଦେଶର ମାଆ-ଭଉଣୀ ନିଜ ମୁଣ୍ଡ କାଟିପାରିବେ, କିନ୍ତୁ କିନ୍ତୁ କୌଣସି ବି ପ୍ରକାରେ ନିଜ ସ୍ତ୍ରୀଧନ କେବେ ବି ଦେବେନାହିଁ ।

କଂଗ୍ରେସ-ସପା ର ଇଣ୍ଡି ମେଂଟର ନଜର ଲୋକଙ୍କ ଉତରାଧିକାର ସମ୍ପତ୍ତି ଉପରେ ମଧ୍ୟ ଅଛି । କଂଗ୍ରେସ ଏହି ଘୋଷଣା କରିଛି ଯେ ଜେଜେ, ବାପା ଆଦିଙ୍କ ଦ୍ୱାରା ଗଚ୍ଛିତ ସମ୍ପତ୍ତିର ୫୫ ପ୍ରତିଶତ ଅର୍ଥାତ୍ ଅଧାରୁ ଅଧିକ ଉପରେ ସରକାରର କବଜା କର ଲାଗିବ ଏବଂ କେବଳ ବଳକା ପରିବାରର ଲୋକଙ୍କୁ ମିଳିବ । ଏହାର ଅର୍ଥ ଦେଶର ଲୋକ ଆଜି ଯେଉଁ ସମ୍ପତ୍ତି ଆଗାମୀ ପୀଢୀ ପାଇଁ ରଖିଛନ୍ତି କଂଗ୍ରେସ ତାକୁ ବି ଅଧାରୁ ଅଧିକ ଟ୍ୟାକ୍ସ ଲଗାଇ ଲୁଟିବାକୁ ଚାହୁଁଛି । କେବଳ ଆର୍ôଥକ ନୁହେଁ , ବରଂ କଂଗ୍ରେସର ଉଦ୍ଦେଶ୍ୟ ସଂସ୍ଥା ଗୁଡିକର ଅଫିସ୍ ର ମଧ୍ୟ ସର୍ଭେ କରିବାର ରହିଛି । ଯଦି କୌଣସି ପଛୁଆ ଦଳିତ ପରିବାରରେ ୨ ଜଣ ଲୋକ ଚାକିରୀରେ ଅଛନ୍ତି ତେବେ ଜଣଙ୍କର ଚାକିରୀ ଛଡେି ସେହି ଲୋକଙ୍କୁ ଦେବେ ଯେଉଁମାନଙ୍କର କଂଗ୍ରେସ ହିସାବରେ ଦେଶର ସଂସାଧନ ଉପରେ ପ୍ରଥମ ଅଧିକାର ଅଛି । କିନ୍ତୁ ଯେତେବେଳ ପର୍ଯ୍ୟନ୍ତ ଆପଣଙ୍କ ମୋଦୀ ବଂଚିଛି ଦେଶରେ ଏଭଳି ଅନ୍ୟାୟ ହେବାକୁ ଦେବ ନାହିଁ । ଇଣ୍ଡି ମେଂଟକୁ ଏସସି, ଏସଟି ଓ ଓବିସି ର ଅଧିକାର ଏବଂ ମହିଳାଙ୍କ ସ୍ତ୍ରୀଧନ ଓ ମଙ୍ଗଳସୂତ୍ର ଉପରେ ନଜର ପକାଇବା ପୂର୍ବରୁ ମୋଦୀ ସହ ଲଢିବାକୁ ପଡିବ । ଭାଜପାର ସଂକଳ୍ପ ଯେ ଭ୍ରଷ୍ଟାଚାରୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ଏବଂ ଲୁଟ୍ ର ପଇସା ଗରୀବଙ୍କୁ ଫେରାଇ ଦିଆଯିବ । ଭ୍ରଷ୍ଟାଚାରୀଙ୍କ ଠାରୁ ଜବତ ପଇସା , ବଙ୍ଗଳା ଓ ଗାଡିକୁ ଜନତାଙ୍କ ମଧ୍ୟରେ କିଭଳି ବଂଟା ଯିବ , ଏହା ଉପରେ ମୋଦୀ ତ୍ୱରିତ କାମ କରୁଛନ୍ତି । ଇଣ୍ଡି ମେଂଟର ନେତା ମା ଓ ଭଉଣୀମାନଙ୍କ ସ୍ତ୍ରୀ ଧନ ଉପରେ ନଜର ରଖିଛନ୍ତି , କିନ୍ତୁ ମୋଦୀ ମା ଭଉଣୀଙ୍କୁ ସମ୍ପତ୍ତିର ହକଦାର କରିବା ପାଇଁ ଚୌକିଦାର ହୋଇ ଛିଡା ହୋଇ ରହିଛି । ଆଗାମୀ ୫ ବର୍ଷରେ ଦେଶର ନାରୀ ଶକ୍ତିର ଜୀବନ ଅଧିକ ଶକ୍ତିଶାଳୀ ହେବାକୁ ଯାଉଛି ।

ଶ୍ରୀ ମୋଦୀ କହିଛନ୍ତି ଯେ କଂଗ୍ରେସର ଏତେ ଅହଂକାର ଅଛି ଯେ ସେ ନିଜକୁ ପ୍ରଭୂ ଶ୍ରୀରାମଙ୍କ ଠାରୁ ମଧ୍ୟ ବଡ ବୋଲି ଭାବୁଛି । ସପା ଓ କଂଗ୍ରେସ ଦୁଇଜଣ ପ୍ରଭୂ ରାମଙ୍କ ପ୍ରାଣ ପ୍ରତିଷ୍ଠାର ନିମନ୍ତ୍ରଣକୁ ଅସ୍ୱୀକାର କରିଥିଲେ , ଏହା ପଛରେ ଗୋଟିଏ ହିଁ ଗଣିତ ଥିଲା , ଯଦି ନିମନ୍ତ୍ରଣ ସ୍ୱୀକାର କରାଯିବ ତେବେ ସେମାନଙ୍କ ଭୋଟ୍ ବ୍ୟାଙ୍କ ରାଗି ଯିବ । କେବଳ ରାମ ନୁହେଁବରଂ ସେମାନେ ଆମର ଶ୍ୟାମଙ୍କୁ ମଧ୍ୟ ଛାଡି ନାହାନ୍ତି । ମୁଁ ଦ୍ୱାରିକା ଗୁଜରାଟ ଯାଇଥିଲି ପାଣି ଭିତରେ ଭଗବାନଙ୍କ ଦର୍ଶନ କରିବା ପାଇଁ କିନ୍ତୁ କଂଗ୍ରେସର ଯୁବରାଜ ଏହା ଉପରେ ଟିପ୍ପଣୀ କଲେ । ଉତ୍ତରପ୍ରଦେଶରେ ସପାର ଠେକାଦାର , ଯିଏ ନିଜକୁ ଯଦୁବଂଶୀ ବୋଲି କୁହନ୍ତି , ଏଭଳି ସପାର ପରିବାରବାଦୀ ଲୋକ ମଧ୍ୟ ଶ୍ରୀ କୃଷ୍ଣଙ୍କ ମଜା ଉଡାଇବା ବାଲାଙ୍କ ଆରତୀ କରୁଛନ୍ତି । ଯେବେ ଉତ୍ତରପ୍ରଦେଶରେ ସପାର ଯୁବରାଜଙ୍କ ସରକାର ଥିଲା , ଏଠାରେ କର୍ଫ୍ୟୁ ଲାଗୁଥିଲା । ମା ଓ ଭଉଣୀଙ୍କ ଗହଣା ପିନ୍ଧି , ମଙ୍ଗଳସୂତ୍ର ପିନ୍ଧି ବାହାରକୁ ବାହାରି ପାରୁନଥିଲେ ।

ଶ୍ରୀ ମୋଦୀ କହିଛନ୍ତି ଯେ ଗତ ୧୦ ବର୍ଷରେ ୪ କୋଟି ପକ୍କା ଘର ନିର୍ମାଣ କରାଯାଇଛି , ଯେଉଁଥିରୁ ୩ କୋଟିରୁ ଅଧିକ ଘର ମା’ ମାନଙ୍କ ନାଁରେ ଅଛି । ମୋଦୀ ସରକାର ମହିଳାଙ୍କର ଜନ ଧନ ଖାତା ଖୋଲାଇଛନ୍ତି ଯାହାଦ୍ୱାରା ସରକାର ପଠାଉଥିବା ପଇସା ସିଧା ସେମାନଙ୍କ ଖାତାକୁ ଯାଇଛି । ମୋଦୀର ଗ୍ୟାରେଂଟି ଅଛି ଯେ ୩ କୋଟି ଭଉଣୀଙ୍କୁ ଲକ୍ଷପତି ଦିଦି କରାଯିବ । ଦେଶର ଯୁବକ ସାମର୍ଥ୍ୟବାନ , ଆଶାବାନ ଓ କର୍ତ୍ତବ୍ୟବାନ । ମୋଦୀକୁ ଦେଶ ପାଇଁ ବଡ ସ୍ୱପ୍ନ ଦେଖିବାର ଶକ୍ତି ଯୁବକମାନଙ୍କ ଠାରୁ ହିଁ ମିଳିଥାଏ । ମୋଦୀ ସରକାର ଦେଶର ଯୁବକଙ୍କ ପ୍ରତ୍ୟେକ ଆକାଂକ୍ଷାର ଧ୍ୟାନ ରଖେ । ମୁଦ୍ରା ଲୋନ, ଷ୍ଟାଣ୍ଡ ଅପ୍ ଇଣ୍ଡିଆ ମିଶନ ଓ ସ୍କିଲ ଇଣ୍ଡିଆ ମିଶନ ଯୁବକଙ୍କୁ ସହାୟତା ଦେଉଛି । ମୋଦୀ ସରକାର ସରକାର ଚାକିରୀରେ ଜରୁରୀ ନଥିବା ଇଂଟରଭ୍ୟୁ କୁ ଶେଷ କରିଛି ଏବଂ ସ୍ଥାନୀୟ ଭାଷାରେ ପରୀକ୍ଷା ଦେବାର ବ୍ୟବସ୍ଥା କରିଛି ।

ଅନ୍ୟପକ୍ଷରେ କଂଗ୍ରେସ ସ୍ୱାଧୀନତା ପରେ ଭାଇ- ପୁତୁରାବାଦକୁ ପ୍ରୋତ୍ସାହିତ କରିଛି ଏବଂ ଯୁବକଙ୍କ କ୍ଷମତାକୁ ବରବାଦ କରିବାର କାମ କରିଛି । ଏହାର ତାଜା ଉଦାହରଣ କାଲି ହିଁ ସାମ୍ନାକୁ ଆସିଛି । ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତଙ୍କ କାର୍ଯ୍ୟାଳୟରେ କାମ କରୁଥିବା ବ୍ୟକ୍ତି ସାର୍ବଜନିକ ଭାବେ ଖୁଲାସା କରିଛନ୍ତି ଯେ ରାଜସ୍ଥାନରେ ପେପର ଲିକ୍ କରିବାରେ ସ୍ୱଂୟ ଗେହଲୋତ ସରକାର ସାମିଲ ଥିଲା । ଦେଶର ଯୁବକଙ୍କ ଭବିଷ୍ୟତ ସହିତ ଏହାଠାରୁ ବଡ ଧୋକା କରାଯାଇପାରିବ ନାହିଁ । ରାଜସ୍ଥାନରେ ଏବେ କଂଗ୍ରେସର ହିଁ ପେପର ଲିକ୍ ହୋଇଯାଇଛି । ଦେଶର ଯୁବକ ଓ ପ୍ରଥମ ଥର ଭୋଟରଙ୍କୁ ସତର୍କ ରହିବାର ଅଛି । ଭଲ ରାସ୍ତା, ଆଧୁନିକ ରେଳ ଲାଇନ୍ , ମେଟ୍ରୋ ସୁବିଧା , ୮୦ କୋଟି ଲୋକଙ୍କୁ ମାଗଣା ରାସନ , ୭୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ପାଇଁ ଆୟୁଷ୍ମାନ କାର୍ଡ ଓ ଏହିଭଳି ଅନେକ ଜନ କଲ୍ୟାଣକାରୀ ଯୋଜନା ହିଁ ଭାଜପା ସରକାରର ପରିଚୟ । ଆଗ୍ରା- ଫତେହପୁର ସିକ୍ରୀ ସମେତ ଏହି ପୁରା ଅଂଚଳ କୁ ପୁରା ଦୁନିଆରୁ ନିବେଶ ଓ ପର୍ଯ୍ୟଟକଙ୍କ ପାଇଁ ଆକର୍ଷକ କରିବାକୁ ଲାଗିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଜନତାଙ୍କୁ ଅପିଲ କରି କହିଛନ୍ତି ଯେ ଭାଜପାର ସ୍ଥାନୀୟ ପ୍ରାର୍ଥୀମାନଙ୍କୁ ଭୋଟ ଦେଇ ବହୁମତରେ ବିଜୟୀ କରନ୍ତୁ ।

ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ


 rajesh pande