ଆଜି ଓଡିଶା ଆସିବେ ଅମିତ ଶାହ
ଭୁବନେଶ୍ୱର,25 ଏପ୍ରିଲ – ଆଜି ଓଡ଼ିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଗୁରୁବାର ଅପରାହ୍ଣ ସାଢ଼େ ୩ଟାରେ ଅମିତ
ଆଜି ଓଡିଶା ଆସିବେ ଅମିତ ଶାହ


ଭୁବନେଶ୍ୱର,25 ଏପ୍ରିଲ – ଆଜି ଓଡ଼ିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଗୁରୁବାର ଅପରାହ୍ଣ ସାଢ଼େ ୩ଟାରେ ଅମିତ ଶାହ ଝାରସୁଗୁଡ଼ା ବିମାନବନ୍ଦରରେ ପହଂଚିବେ । ସେଠାରୁ ସୋନପୁର ଯାଇ ରାମେଶ୍ୱର ଷ୍ଟାଡିୟମରେ ଆୟୋଜିତ ଜନସଭାରେ ଉଦବୋଧନ ଦେବେ ଶାହ । ସେଠାରୁ କାର୍ଯ୍ୟକ୍ରମ ସାରି ସେ ଝାରସୁଗୁଡା ବିମାନବନ୍ଦର ପହଂଚିବେ । ବିମାନବନ୍ଦରରୁ ସନ୍ଧ୍ୟା ୬ଟା ୫୫ରେ ଭୁବନେଶ୍ୱର ପହଂଚିବେ । ପରେ ଶାହ ଭୁବନେଶ୍ୱରରେ ରାଜ୍ୟ ବରିଷ୍ଠ ନେତାଙ୍କ ସହ ନିର୍ବାଚନ ରଣନୀତି ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ


 rajesh pande