ଜିଲ୍ଲା ସ୍ତରୀୟ ବିଶ୍ଵ ମ୍ୟାଲେରିଆ ଦିବସ ପାଳନ
ମାଲକାନଗିରି, ୨୫ ଅପ୍ରେଲ (ହି.ସ.)- ଜିଲ୍ଲା ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ବିଭାଗ ମାଲକାନଗିରି ଏବଂ ଜାତୀୟ ସ୍ଵାସ୍ଥ୍
ଜିଲ୍ଲା ସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ


ଜିଲ୍ଲା ସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ


ଜିଲ୍ଲା ସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ


ଜିଲ୍ଲା ସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ


ଜିଲ୍ଲା ସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ


ଜିଲ୍ଲା ସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ


ଜିଲ୍ଲା ସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ


ଜିଲ୍ଲା ସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ


ଜିଲ୍ଲା ସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ


ଜିଲ୍ଲା ସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ


ଜିଲ୍ଲା ସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ


ଜିଲ୍ଲା ସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ


ଜିଲ୍ଲା ସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ


ଜିଲ୍ଲା ସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ


ଜିଲ୍ଲା ସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ


ଜିଲ୍ଲା ସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ


ଜିଲ୍ଲା ସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ


ଜିଲ୍ଲା ସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ


ଜିଲ୍ଲା ସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ


ଜିଲ୍ଲା ସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ


ମାଲକାନଗିରି, ୨୫ ଅପ୍ରେଲ (ହି.ସ.)- ଜିଲ୍ଲା ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ବିଭାଗ ମାଲକାନଗିରି ଏବଂ ଜାତୀୟ ସ୍ଵାସ୍ଥ୍ୟ ମିଶନର ମିଳିତ ଆନୁକୂଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ଜିଲ୍ଲାପାଳ ସଚିନ ପାୱାରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ବିଶ୍ଵ ମ୍ୟାଲେରିଆ ଦିବସ ଅନୁଷ୍ଠିତ ହୋଇଛି।

ଉକ୍ତ ସଭାରେ ମୁଖ୍ୟବକ୍ତା ଭାବେ ଜିଲ୍ଲା ଚିକିତ୍ସାଧିକାରୀ ଡାକ୍ତର ପ୍ରଫୁଲ୍ଲ ନନ୍ଦ ଆଜିର ଦିବସର ତାତ୍ପର୍ଯ୍ୟ ଏବଂ ଆମ ଜିଲ୍ଲାକୁ କିପରି ମ୍ୟାଲେରିଆ ମୁକ୍ତ କରାଯିବ ସେଥିପାଇଁ ଉପଦେଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ଃ. ମଲ୍ଲିକ ମହମଦ ଅଭିଦ ହୁସେନ ମାଲକାନଗିରି ଜିଲ୍ଲାରୁ ୨୦୨୫ ସୁଦ୍ଧା ମ୍ୟାଲେରିଆକୁ କିପରି ସମୂଳେ ବିନାଶ କରି ଶୂନ ମ୍ୟାଲେରିଆ ଜିଲ୍ଲା ଭାବରେ ବିଶ୍ଵରେ ପରିଗଣିତ କରାଯିବ ସେହି ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସ୍ଵତନ୍ତ୍ର ଅତିଥି ରୂପେ ଜିଲ୍ଲା ପରିଷଦ ଅତିରିକ୍ତ ପ୍ରଶାସନିକ ଅଧିକାରୀ ରାମଚନ୍ଦ୍ର ଖାଡ଼ିଆ ସମସ୍ତଙ୍କୁ ସାଧାରଣ ଜ୍ଞାନ ପ୍ରଦାନ କରି ମ୍ୟାଲେରିଆ ବିଷୟରେ ବୁଝାଇଥିଲେ ଏବଂ କିଛି ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମରେ ପୁରସ୍କାର ବିତରଣ କରିଥିଲେ। ଜିଲ୍ଲା ମଙ୍ଗଳ ଅଧିକାରୀ ଏ. ଶ୍ରୀନିବାସ ଆଚାରୀ ମଧ୍ୟ ଉକ୍ତ ଦିବସରେ ଉପସ୍ଥିତ ରହି ମ୍ୟାଲେରିଆ ନିରାକରଣ ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ସମ୍ମାନନୀୟ ଅତିଥି ଭାବରେ ଜିଲ୍ଲା ଯୁବ ରେଡ଼କ୍ରସର ଆବାହକ ଏବଂ ସମ୍ପାଦକ ଡକ୍ଟର ରଞ୍ଜନ କୁମାର ସ୍ଵାଇଁ, ମ୍ୟାଲେରିଆକୁ କିପରି ମୁଳୋତ୍ପାଟନ କରି ଜିଲ୍ଲାକୁ ରୋଗମୁକ୍ତ ଏବଂ ସୁସ୍ଥ ସମାଜ ଗଠନ କରାଯିବା ସହ ମ୍ୟାଲେରିଆ ମୁକ୍ତ କରାଯିବ ସେଥି ସମ୍ବନ୍ଧରେ ଆଲୋକପାତ କରାଇଥିଲେ। ଜିଲ୍ଲାପାଳଙ୍କ ଦ୍ଵାରା ଏକ ଶପଥ ପାଠ ମଧ୍ୟ କରାଯାଇଥିଲା। ଜିଲ୍ଲା ଅତିରିକ୍ତ ଜନ ସ୍ଵାସ୍ଥ୍ୟ ଅଧିକାରୀ ପରିବାର କଲ୍ୟାଣ ବିଭାଗ ଡାକ୍ତର ବ୍ରଜବନ୍ଧୁ ଦାସ ମଧ୍ୟ ଉପସ୍ଥିତ ରହି ଗାଁ ପରିବେଶକୁ କିପରି ସଫାସୁତରା ରଖାଯିବ ଏବଂ ସମସ୍ତ ଆଶା ଓ ଅଙ୍ଗନୱାଡି କର୍ମୀମାନଙ୍କୁ ବୁଝାଇଥିଲେ। ଉକ୍ତ ଦିବସରେ ଶିଶୁ ସମନ୍ବିତ ଅଧିକାରୀ ଉପସ୍ଥିତ ରହିଥିଲେ। ମହାମାରୀ ବିଶେଷଜ୍ଞ ଡାକ୍ତର ଦୁର୍ଗାପ୍ରସାଦ ରାଜ ''କ୍ୟୁଇଜ ମାଷ୍ଟର'' ଭାବରେ ପ୍ରଶ୍ନ ପଚାରି ସଭାକୁ ଅତି ସୁନ୍ଦର ଭାବରେ ପରିଚାଳିତ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଅଜିତ କୁମାର ଦଳେଇ, ଅଙ୍କିତ ଜୈନ, ସନ୍ତୋଷ ପତି ଭାର ଗ୍ରହଣ କରି ସଭାକୁ ସୁଚାରୁରୂପେ ସମ୍ପାଦନ କରିଥିଲେ। ପ୍ରୋଜେକ୍ଟର ମାଧ୍ୟମରେ ଉପସ୍ଥିତ ଥିବା ବ୍ୟକ୍ତିଙ୍କୁ ମ୍ୟାଲେରିଆ ବିଷୟରେ ବୁଝାଇଥିଲେ। ସଭା ଶେଷରେ ଶ୍ୟାମସୁନ୍ଦର ମାଝୀ, ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ/ପ୍ରଦୀପ୍ତ/ସମନ୍ୱୟ


 rajesh pande