କଂଗ୍ରେସ ଛାଡ଼ିଥିବା ବିଧୁଭୂଷଣ ତ୍ରିପାଠୀ ବିଜେଡି ରେ ଯୋଗ ଦେଲେ
ବଲାଙ୍ଗିର, ୨୬ ଏପ୍ରିଲ୍ (ହି ସ) : ବିଜେଡିରେ ଯୋଗଦେଲେ ନିକଟରେ କଂଗ୍ରେସ ଛାଡ଼ିଥିବା ପ୍ରଦେଶ କଂଗ୍ରେସ କମିଟି ସାଧାରଣ
ବିଜେଡିରେ ଯୋଗଦେଲେ ନିକଟରେ କଂଗ୍ରେସ ଛାଡ଼ିଥିବା ବିଧୁଭୂଷଣ ତ୍ରିପାଠୀ ବିଜେଡି ରେ ଯୋଗ ଦେଲେ


ବିଜେଡିରେ ଯୋଗଦେଲେ ନିକଟରେ କଂଗ୍ରେସ ଛାଡ଼ିଥିବା ବିଧୁଭୂଷଣ ତ୍ରିପାଠୀ ବିଜେଡି ରେ ଯୋଗ ଦେଲେ


ବଲାଙ୍ଗିର, ୨୬ ଏପ୍ରିଲ୍ (ହି ସ) : ବିଜେଡିରେ ଯୋଗଦେଲେ ନିକଟରେ କଂଗ୍ରେସ ଛାଡ଼ିଥିବା ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସଂପାଦକ, ଏଆଇସିସି ମେମ୍ବର ତଥା ପିପିସି ମେମ୍ବର ବିଧୁଭୂଷଣ ତ୍ରିପାଠୀ । ଆଜି ଭୁବନେଶ୍ୱର ସ୍ଥିତ ଶଙ୍ଖ ଭବନ ଆୟୋଜିତ ମିଶ୍ରଣ ପର୍ବରେ ନିଜ ସାଥୀଙ୍କ ସହ ଶଙ୍ଖ ଧରିଛନ୍ତି ବିଧୁଭୂଷଣ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଟ ସହଯୋଗୀ ଥିବା ବଲାଙ୍ଗିର କଂଗ୍ରେସ ଦଳର ବିଭିନ୍ନ ପଦପଦବୀରେ ରହି ଅନେକ ଦାୟିତ୍ଵ ତୁଲାଇ ଥିଲେ ବିଧୁଭୂଷଣ ତ୍ରିପାଠୀ । ଦୀର୍ଘ ୩୫ ବର୍ଷର କଂଗ୍ରେସ ସହ ରହିଥିବା ସମ୍ପର୍କକୁ ଛିନ୍ନ କରି ଆଜି ବିଜେଡିରେ ଯୋଗ ଦେଇଛନ୍ତି । ବଲାଙ୍ଗିର କଂଗ୍ରେସ ଏବେ ଆଉ ଦଳ ହୋଇ ରହିନାହିିଁ, ଏହା ବ୍ୟକ୍ତି କୈନ୍ଦ୍ରିକ ହୋଇ ସାରିଛି ବୋଲି ଅଭିଯୋଗ କରି ନିକଟରେ କଂଗ୍ରେସ ଛାଡ଼ିଥିବା ବିଧୁଭୂଷଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଦକ୍ଷତା ଓ ସ୍ୱଚ୍ଛତାରେ ଅନୁପ୍ରାଣି ହୋଇ ତଥା ବଲାଙ୍ଗିର ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓଙ୍କ ଜନାଭିମୁଖୀ କାର୍ଯ୍ୟକଳାପରେ ଆକୃଷ୍ଟ ହୋଇ ବିଜେଡ଼ିରେ ଯୋଗ ଦେଇଥିବା କହିଛନ୍ତି । ବଲାଙ୍ଗିର ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓଙ୍କ ସହ ବିଶିଷ୍ଟ ବିଜେଡ଼ି ନେତାଙ୍କ ଉପସ୍ଥିତିରେ ବିଧୁଭୂଷଣ ଆଜି ଶଙ୍ଖ ଭବନରେ ଶଙ୍ଖ ଧରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ ଗୋପବନ୍ଧୁ /ବନ୍ଦନା


 rajesh pande