ଗ୍ରୀଷ୍ମ ପ୍ରବାହରୁ ପକ୍ଷିଙ୍କ ସୁରକ୍ଷା ପାଇଁ ଅଭିନବ ପ୍ରୟାସ :ସହରର ଗଛମାନଙ୍କୁ ମାଟି ପାତ୍ରରେ ଖଞ୍ଜାଗଲା
ବଲାଙ୍ଗିର, ୨୬ ଅପ୍ରେଲ(ହି.ସ.) –ବଲାଙ୍ଗିର ସକାଳ ଘ.୮ ଟା ସୁଦ୍ଧା ୩୮ ଡିଗ୍ରୀ ଉପରେ ସହରର ତାପମାତ୍ରା ରେକର୍ଡ ହୋଇଛି ।
ଗ୍ରୀଷ୍ମ ପ୍ରବାହରୁ ପକ୍ଷିଙ୍କ ସୁରକ୍ଷା ପାଇଁ ଅଭିନବ ପ୍ରୟାସ :ସହରର ଗଛମାନଙ୍କୁ ମାଟି ପାତ୍ରରେ ଖଞ୍ଜାଗଲା


ଗ୍ରୀଷ୍ମ ପ୍ରବାହରୁ ପକ୍ଷିଙ୍କ ସୁରକ୍ଷା ପାଇଁ ଅଭିନବ ପ୍ରୟାସ :ସହରର ଗଛମାନଙ୍କୁ ମାଟି ପାତ୍ରରେ ଖଞ୍ଜାଗଲା


ଗ୍ରୀଷ୍ମ ପ୍ରବାହରୁ ପକ୍ଷିଙ୍କ ସୁରକ୍ଷା ପାଇଁ ଅଭିନବ ପ୍ରୟାସ :ସହରର ଗଛମାନଙ୍କୁ ମାଟି ପାତ୍ରରେ ଖଞ୍ଜାଗଲା


ବଲାଙ୍ଗିର, ୨୬ ଅପ୍ରେଲ(ହି.ସ.) –ବଲାଙ୍ଗିର ସକାଳ ଘ.୮ ଟା ସୁଦ୍ଧା ୩୮ ଡିଗ୍ରୀ ଉପରେ ସହରର ତାପମାତ୍ରା ରେକର୍ଡ ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ବଲାଙ୍ଗିର ସହରର ରାସ୍ତାଘାଟ ସୁନସାନ ହୋଇଯାଇଥିବା ବେଳେ ବିଭିନ୍ନ ପୋଖରୀ ଓ ଜଳାଶୟ ସୁଖିଯାଇଥିବାରୁ ଜିବଜନ୍ତୁ ପଶୁପକ୍ଷୀ ପାଣି ପାଇଁ ଆଉଟୁପାଉଟୁ । ଆଜି ବଲାଙ୍ଗିର ସହରର ପକ୍ଷୀପ୍ରେମୀ ଓ ବୁଦ୍ଧିଜିବୀଙ୍କ ସମେତ ଅଭିନୟ ପ୍ରୟାସରେ ବଲାଙ୍ଗିର ଆରଟିଓ ଅଫିସ ନର୍ସରି ପର୍ଯ୍ୟନ୍ତ ବିଭିନ୍ନ ଗଛରେ ମାଟି ପାତ୍ର ରେ ପାଣି ରଖାଯାଇଥିବା ବେଳେ ସଚେତନତା ପ୍ରୟାସ ଚାଲିଛି । ଘରର ଛତ ଉପରେ ପାଣି ରଖିବା ପାଇଁ ଦାବି କରାହୋଇଛି । ବିଭିନ୍ନ ପକ୍ଷୀ, ପାରା ବିଭିନ୍ନ ପ୍ରଜାତିର ଆଗମନ ହେଉଥିବା ବେଳେ ପ୍ରଚଣ୍ଡ ଖରାରେ ରକ୍ଷା କରିବା ପାଇଁ ପାଣି ଟୋପିଏ ରଖିବା ପାଇଁ ପରିବେଶ ପ୍ରେମୀ ଦାବି କରିଛନ୍ତି । ଗଛମାନଙ୍କରେ ବିଭିନ୍ନ ବିଜ୍ଞାପନକୁ ଲଗାଇବା ପାଇଁ ନିଷେଧ କରାଯାଇଥିବା ବେଳେ ଏ ବିଷୟରେ ବନବିଭାଗ ସହ ଆଲୋଚନା କରି ଏକ କମିଟି ଗଠନ କରାଯିବ । ଆଗାମୀ ଦିନରେ ସମ୍ବଲପୁର ରାସ୍ତା, ପାଟଣାଗଡ ରାସ୍ତା ଓ ସୋନପୁର ରାସ୍ତା ଓ ବିଭିନ୍ନ ଗଛ ରେ ପାଣିପାତ୍ର ଓ ପାଣି ରଖାଯିବ ବୋଲି ଆଲୋଚନା ହୋଇଥିଲା । ଏ ବର୍ଷ ୫୦୦ ରୁ ଉର୍ଦ୍ଧ୍ୱ ମାଟିପାତ୍ର ରଖାଯିବ । ଆଜି ଜିଲ୍ଲା ଜଙ୍ଗଲ ସୁରକ୍ଷା କମିଟିର ସଭାପତି କୂଳମଣି ସାହୁ, ସଚିକାନ୍ତ ନାଏକ, ପ୍ରଶାନ୍ତ ମହାକୁର, ନାଗରିକ କମିଟିର ସଂପାଦକ ମଧୁସୁଦନ ନାୟକ, ରିଣ୍ଟୁ ସାହୁ, ନିଳମ ପରିଡା, ବରିଷ୍ଠ ନାଗରିକ କମିଟିର ସୁରେନ୍ଦ୍ର ନେଗୀ, ନରେନ୍ଦ୍ର କବାଟ, ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର/ ଗୋପବନ୍ଧୁ /ବୀଣାପାଣି

......................................./ସମନ୍ୱୟ


 rajesh pande