ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 26 ଜୁଲାଇ (ହି.ସ.) - ଅଗ୍ନିବୀରଙ୍କ ପାଇଁ ସବୁ ୟୁନିଫର୍ମ ସେବାରେ ୧୦% ସଂରକ୍ଷଣ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେନାବାହିନୀରେ ଭର୍ତି ହୋଇ ନ ଥିବା ଅଗ୍ନିବୀରଙ୍କ ପାଇଁ ଏହି ସଂରକ୍ଷଣ ଲାଗୁ ହେବ । ସେହିପରି ବୟସ କ୍ଷେତ୍ରରେ ମଧ୍ୟ ୫ ବର୍ଷ କୋହଳ କରା
ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 26 ଜୁଲାଇ (ହି.ସ.) - ଅଗ୍ନିବୀରଙ୍କ ପାଇଁ ସବୁ ୟୁନିଫର୍ମ ସେବାରେ ୧୦% ସଂରକ୍ଷଣ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେନାବାହିନୀରେ ଭର୍ତି ହୋଇ ନ ଥିବା ଅଗ୍ନିବୀରଙ୍କ ପାଇଁ ଏହି ସଂରକ୍ଷଣ ଲାଗୁ ହେବ । ସେହିପରି ବୟସ କ୍ଷେତ୍ରରେ ମଧ୍ୟ ୫ ବର୍ଷ କୋହଳ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଶୁକ୍ରବାର ସନ୍ଧ୍ୟାରେ ଦିଲ୍ଲୀ ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ କହିଛନ୍ତି ଭାରତୀୟ ସେନାରେ ଯୋଗ ଦେଇଥିବା ସବୁ ସୈନିକ ମାନେ ଆମର ଗର୍ବ ଓ ଗୌରବ । ଆମର ଅଗ୍ନିବୀର୍ ମାନେ ମଧ୍ୟ ସେନାବାହିନୀରେ ଦକ୍ଷ ପ୍ରଶିକ୍ଷଣ ପାଇ ବିଭିନ୍ନ ସୁରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ଯୋଗ୍ୟତା ହାସଲ କରିଛନ୍ତି । ଅଗ୍ନିବୀର ଯୋଜନା ପ୍ରଧାନମନ୍ତ୍ରୀଙ୍କ ଏକ ଯୁଗାନ୍ତକାରୀ ଯୋଜନା । ଏହି ଯୋଜନା ଦେଶର ଯୁବସମାଜକୁ ଦକ୍ଷ, ସାହାସୀ ଓ ଯୋଗ୍ୟ କରିବାରେ ସହାୟକ ହୋଇଛି । ଜୀବନର ସବୁ କ୍ଷେତ୍ରରେ ଆହ୍ୱାନକୁ ଗ୍ରହଣ କରିପାରୁଥିବା ଯୁବସମାଜ ଗଠନରେ ଏହି ଯୋଜନାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେଥିପାଇଁ ରାଜ୍ୟ ସରକାର ଓଡିଶାର ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରିବା ପାଇଁ ନିଷ୍ପତି ନେଇଛନ୍ତି ।

ମୁଁ ଏଠାରେ ଘୋଷଣା କରୁଛି ଯେ ଓଡିଶାର ଯେଉଁ ଅଗ୍ନିବୀର ମାନେ ସେନାବାହିନୀରେ ଭର୍ତି ହୋଇ ନଥିବେ, ସେମାନଙ୍କ ପାଇଁ ରାଜ୍ୟର ସବୁ ୟୁନିଫର୍ମ ସେବାରେ ନିଯୁକ୍ତି ପାଇଁ ୧୦ ପ୍ରତିଶତ ପର୍ଯ୍ୟନ୍ତ ସଂରକ୍ଷଣ ଦିଆଯିବ । ସେମାନଙ୍କ ପାଇଁ ବୟସ ସୀମା ମଧ୍ୟ ୫ ବର୍ଷ କୋହଳ କରାଯିବ ।

ହିନ୍ଦୁସ୍ଥାନ ସମାଚାର

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande