ବାଣପୁର ଦାମିଆ ବରବରା ଜଙ୍ଗଲରେ ଏକ ମହାବଳ ବାଘ ବୁଲୁଥିବାର ଖବର ଗୁଜବ, ବନବିଭାଗ।
ଖୋର୍ଦ୍ଧା, 7 ସେପ୍ଟେମ୍ବର (ହି.ସ.)ଖୋର୍ଦ୍ଧା,ବାଣପୁର ଦାମିଆ ବରବରା ଜଙ୍ଗଲରେ ଏକ ମହାବଳ ବାଘ ବୁଲୁଥିବାର ଭିଡ଼ିଓ କିଛି ଦିନ ଧରି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ହେଲେ ବନ ବିଭାଗ ଏହି ଘଟଣା ଏକ ଗୁଜବ ବୋଲି ବିଭ
ବାଘ


ଖୋର୍ଦ୍ଧା, 7 ସେପ୍ଟେମ୍ବର (ହି.ସ.)ଖୋର୍ଦ୍ଧା,ବାଣପୁର ଦାମିଆ ବରବରା ଜଙ୍ଗଲରେ ଏକ ମହାବଳ ବାଘ ବୁଲୁଥିବାର ଭିଡ଼ିଓ କିଛି ଦିନ ଧରି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ହେଲେ ବନ ବିଭାଗ ଏହି ଘଟଣା ଏକ ଗୁଜବ ବୋଲି ବିଭାଗ କହିଛି।

ସୁଚନା ମୁତାବକ ଗତ ୨ତାରିଖରେ ବାଣପୁର ବ୍ଲକ ନୀଳାଦ୍ରି ପ୍ରସାଦ ପଞ୍ଚାୟତରେ ବାଘ ଗୋଟିଏ ଛେଳିକୁ ମାରି ଖାଇଦେବା ଚିତ୍ର ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ତେବେ ବରବରା ଜଙ୍ଗଲ ମଧ୍ୟରେ ଥିବା ଦୁଇଟି ପଂଚାୟତର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ଖବର ଓ ଭିଡିଓକୁ ସରପଞ୍ଚ ଉମାକାନ୍ତ ସାହୁଙ୍କୁ ପଚାରିବାରୁ ସେ ଏ ଘଟଣା ସମ୍ପୂର୍ଣ୍ଣ ମନଗଢ଼ା ଓ ଗୁଜବ ବୋଲି କହିଛନ୍ତି। ଭିଡ଼ିଓର ଯେଉଁ ବ୍ରିଜ ଉପରେ ବାଘଟି ଚଳପ୍ରଚଳ କରୁଛି ଉକ୍ତ ସ୍ଥାନ ନୀଳାଦ୍ରି ଜଙ୍ଗଲରେ ନଥିବା କହିଛନ୍ତି। ବିଗତ ୧୨ବର୍ଷ ଧରି ନୀଳାଦ୍ରି କିମ୍ବା ବରବରା ଜଙ୍ଗଲରେ କୌଣସି ପ୍ରକାରର ବାଘ ନଥିବା ବନ ବିଭାଗ ସ୍ପଷ୍ଟ କରିଛି । ଏପରି ମିଥ୍ୟା ଖବର କରୁଥିବା ବ୍ୟକ୍ତି ବିଶେଷ ନିଜ ସ୍ୱାର୍ଥ କିମ୍ବା ମୂଲ୍ୟବାନ କାଠ କାଟି ଲୁଟିବା ନେଇ ପ୍ରସାର କରୁଥିବା ବନବିଭାଗ ଅଧିକାରୀ ପ୍ରତାପ କୁମାର ମହାନ୍ତି ସୁଚନା ଦେଇଛନ୍ତି। ତେବେ ଏହି ମିଥ୍ୟା ଘଟଣାକୁ ବିଶ୍ୱାସ ନକରି ଆତଙ୍କିତ ନହେବା ସହିତ ସ୍ଥାନୀୟ ଲୋକେ ଏପରି ମିଥ୍ୟା ଭାଇରାଲ ଠାରୁ ଦୁରେଇ ରୁହନ୍ତୁ ବୋଲି ବନବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande