ଉପଖଣ୍ଡ ଚିକିତ୍ସାଳୟର ଖସିଲା ଶିଲିଂ, କେହି ନଥିବାରୁ ଟଳିଗଲା ବଡ଼ ଦୁର୍ଘଟଣା
ଘଟଗାଁ, ୧୬ ସେପ୍ଟେମ୍ବର(ହି.ସ.) – ଉପଖଣ୍ଡ ଚିକିତ୍ସାଳୟର କେତେ ବେଳେ ଖସିଲା ଶିଲିଂ ଖସି ପଡ଼ୁଛି ତ କେତେବେଳେ କାନ୍ଥରେ ଲାଗିଥିବା ଫ୍ୟାନ ଗଳି ପଡୁଛି ଏହି ଭଳି ଘଟଣା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇ ଗଲାଣି ତେବେ ଗତକାଲି, କେହି ନଥିବାରୁ ଶିଲିଂ ଖସି ବଡ଼ ଦୁର୍ଘଟଣାରୁ ବର୍ତିଯାଇଛନ୍ତି ରୋଗୀମାନେ। ନ
ଉପଖଣ୍ଡ ଚିକିତ୍ସାଳୟର ଖସିଲା ଶିଲିଂ, କେହି ନ ଥିବାରୁ ଟଳିଗଲା ବଡ଼ ଦୁର୍ଘଟଣା।


ଘଟଗାଁ, ୧୬ ସେପ୍ଟେମ୍ବର(ହି.ସ.) – ଉପଖଣ୍ଡ ଚିକିତ୍ସାଳୟର କେତେ ବେଳେ ଖସିଲା ଶିଲିଂ ଖସି ପଡ଼ୁଛି ତ କେତେବେଳେ କାନ୍ଥରେ ଲାଗିଥିବା ଫ୍ୟାନ ଗଳି ପଡୁଛି ଏହି ଭଳି ଘଟଣା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇ ଗଲାଣି ତେବେ ଗତକାଲି, କେହି ନଥିବାରୁ ଶିଲିଂ ଖସି ବଡ଼ ଦୁର୍ଘଟଣାରୁ ବର୍ତିଯାଇଛନ୍ତି ରୋଗୀମାନେ।

ନିର୍ମାଣକୁ ନେଇ ବିବାଦରେ ଥିବା ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟର ପିଛା ଛାଡୁନି ସମସ୍ୟା, କିଛି ଦିନତଳେ ପୁରୁଷ ୱାର୍ଡର କାନ୍ଥରୁ ଫ୍ୟାନ ଖସିଥିଲା ଆଜି ପୁଣି ମେଡିକାଲ ର ବ୍ୟସ୍ତ ବହୁଳ ଏନସିଡି କ୍ଲନିକ୍‌ର ସିଲିଂ ଖସିପଡ଼ିଛି, ସୌଭାଗ୍ୟ କ୍ରମେ ରାତି ହୋଇଥିବାରୁ ସେଠାରେ ଡାକ୍ତର କିମ୍ବା ରୋଗୀ ଉପସ୍ଥିତ ନଥିଲେ ଫଳରେ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଯାଇଛି। ପୂର୍ତବିଭାଗ ପକ୍ଷରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ମରାମତି କାର୍ଯ୍ୟ ହେଉଥିଲେ ବି ବାରମ୍ବାର ଏଭଳି ଦୁର୍ଘଟଣା ରୋଗୀଙ୍କ ଚିନ୍ତ ବଢାଇ ଦେଇଛି। ପ୍ରକୃତରେ ପୂର୍ତବିଭାଗ କାମ କରୁଛି ନା ଠିକାଦାରମାନଙ୍କୁ ସେମିତି ଟଙ୍କା ଦେଇଦେଉଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ହିନ୍ଦୁସ୍ଥାନ ସମାଚାର/ଘନଶ୍ୟାମ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / Ghanshyam Jena


 rajesh pande